ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ଭାରତ –ଚୀନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ; LAC ଓ କୈଳାସ-ମାନସରୋବର ଯାତ୍ରା ବିଷୟରେ କଥାବାର୍ତ୍ତା

Published By : Prameya | March 25, 2025 11:19 PM

ବେଜିଂ : ଭାରତ ଓ ଚୀନ୍‌ର କୂଟନୀତିଜ୍ଞମାନେ ଆଜି ବେଜିଂରେ ସୀମା ପାର୍ ନଦୀ ଗୁଡ଼ିକର ତଥ୍ୟ ଆଦାନପ୍ରଦାନ ଓ କୈଳାସ –ମାନସରୋବର ଯାତ୍ରାର ଶୀଘ୍ର ପୁନଃ ଆରମ୍ଭ କରିବା, ସୀମା ପରିଚାଳନାକୁ ଆଗକୁ ବଢାଇବା ପାଇଁ , ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି। ଭାରତ-ଚୀନ ସୀମା ମାମଲା ଉପରେ ପରାମର୍ଶ ଓ ସମନ୍ୱୟ ପାଇଁ କାର୍ଯ୍ୟ ପ୍ରଣାଳୀ (WMCC)ର ୩୩ତମ ବୈଠକ, ମଙ୍ଗଳବାର ବେଜିଂରେ ଆୟୋଜନ କରାଯାଇ ଥିଲା। ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ଯୁଗ୍ମ ସଚିବ (ପୂର୍ବ ଏସିଆ) ଗୌରାଙ୍ଗଲାଲ୍‌ ଦାସ ନେଇଥିବା ବେଳେ , ଚାଇନା ପ୍ରତିନିଧିମଣ୍ଡଳର ନେତୃତ୍ୱ ସେଠାର ବୈଦେଶିକ ମନ୍ତ୍ରଣାଳୟର ସୀମା ଏବଂ ମହାସାଗରୀୟ ମାମଲା ବିଭାଗର ମହାନିର୍ଦ୍ଦେଶକ ହୋଙ୍ଗ ଲିୟାଙ୍ଗ କରିଛନ୍ତି। 

ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଡବ୍ଲୁଏମସିସିର ବୈଠକ ସରକାରତ୍ମକ ଓ ଗଠନମୂଳକ ପରିବେଶ ରେ ହୋଇଛି ଏବଂ ଉଭୟ ପକ୍ଷ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ସ୍ଥିତିର ବ୍ୟାପକ ସମୀକ୍ଷା କରିଛନ୍ତି। ବୟାନରେ କୁହାଯାଇଛି, ଉଭୟ ପକ୍ଷ ବିଶେଷ ପ୍ରତିନିଧିଙ୍କ(ଏସଆର)ର ଆଗାମୀ ବୈଠକ ପାଇଁ ପ୍ରମୁଖ ପ୍ରସ୍ତୁତି କରିବା ପାଇଁ ମିଳିମିଶି କାମ କରିବା ଉପରେ ସହମତି ପ୍ରକାଶ କରିଛନ୍ତି , ଯାହା ଏହି ବର୍ଷର ଶେଷରେ ଭାରତରେ ଆୟୋଜିତ କରାଯିବ। ବିଦେଶ ମନ୍ତ୍ରଣାଳୟ କହିଛି ଯେ, ସମଗ୍ର ଦ୍ୱିପାକ୍ଷୀୟ ସମ୍ୱନ୍ଧର ସୁଚାରୁ ରୂପେ ବିକାଶ ପାଇଁ ସୀମାରେ ଶାନ୍ତି ଓ ସ୍ଥିରତା ମହତ୍ତ୍ୱପୂର୍ଣ୍ଣ। 

ବୟାନରେ କୁହାଯାଇଛି ଯେ, ଉଭୟ ପକ୍ଷ ଡିସେମ୍ୱର ୨୦୨୪ରେ ବେଜିଂରେ ଭାରତ-ଚୀନ ସୀମା ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ପ୍ରତିନିଧିଙ୍କ ୨୩ତମ ବୈଠକ ବେଳେ, ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକୁ କାର୍ଯ୍ୟକାରୀ କରିବା ଓ ପ୍ରଭାବଶାଳୀ ସୀମା ପରିଚାଳନାକୁ ଆଗକୁ ବଢାଇବା ପାଇଁ ଉଭୟ ପକ୍ଷ ବିଭିନ୍ନ ପଦକ୍ଷେପ ଓ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି। 

ଭାରତୀୟ ବକ୍ତବ୍ୟରେ କୁହାଯାଇଛି ଯେ, ଉଭୟ ପକ୍ଷ ଏହି ଦିଗରେ ପ୍ରାସଙ୍ଗିକ କୂଟନୀତିକ ଓ ସାମରିକ ବ୍ୟବସ୍ଥା ବଜାୟ ରଖିବା ଓ ମଜବୁତ କରିବାକୁ ସହମତ ହୋଇଛନ୍ତି। ବିଦେଶ ମନ୍ତ୍ରଣାଳୟ କହିଛି- ସେ ସୀମା ପାର୍ ସହଯୋଗ ଓ ଆଦାନ ପ୍ରଦାନକୁ ଅତି ଶୀଘ୍ର ପୁଣି ଥରେ ଆରମ୍ଭ କରିବା ଉପରେ ମଧ୍ୟ ବିଚାରବିମର୍ଶ କରିଛନ୍ତି, ଯେଉଁଥିରେ ସୀମା ପାର୍‌ର ନଦୀ ଓ କୈଳାସ – ମାନସରୋବର ଯାତ୍ରା ସାମିଲ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.