ପ୍ରମୂଖ ଖବର
  • ୧୨ ଏପ୍ରିଲରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଖୁବ୍‌ଶୀଘ୍ର ବିଜେପିକୁ ମିଳିପାରେ ନୂଆ ରାଜ୍ୟ ସଭାପତି
  • ||
  • ଭୁବନେଶ୍ୱର ଏୟାରପୋର୍ଟରୁ ବନ୍ୟଜନ୍ତୁ ଉଦ୍ଧାର, ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଦେଇ ଚେନ୍ନାଇ ହେଉଥିଲା ଚାଲାଣ
  • ||
  • ୨ବର୍ଷ ଭିତରେ ତୁଟିବ ଜଗନ୍ନାଥଙ୍କ ରାଜ୍ୟବ୍ୟାପୀ ଜମି ବିବାଦ: ଆଇନ୍‌ମନ୍ତ୍ରୀ
  • ||
  • ଇନ୍‌ଫୋସିଟି ଛକରେ ସଡ଼କ ଦୁର୍ଘଟଣା: କାର୍‌କୁ ଧକ୍କା ଦେଲା ଫର୍ଚୁନର, ୩ ଯୁବତୀ ଆହତ
  • ||
  • ଛତିଶଗଡ଼ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,ଏକାଥରକେ ୧୬ରୁ ଅଧିକ ମାଓବାଦୀ ସଫା
  • ||
  • ଭିଜିଲାନ୍ସ ପଞ୍ଝାରେ OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର,ଏକକାଳୀନ ୭ଟି ସ୍ଥାନରେ ଚଢ଼ା
  • ||
  • ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିର୍ବାଚନ, ସଭାପତି ପଦ ପାଇଁ ତ୍ରିମୁଖି ଲଢ଼େଇ
  • ||
  • ମ୍ୟାଁମାର, ଥାଇଲାଣ୍ଡରେ ଭୟାନକ ଭୂକମ୍ପ: ୧୫୦ରୁ ଊର୍ଦ୍ଧ୍ୱ ମୃତ, ୮୦୦ରୁ ଅଧିକ ଆହତ, ମୃତ୍ୟୁସଂଖ୍ୟା ୧୦ ହଜାର ଟପିବା ଆଶଙ୍କା
  • ||
  • ପିପିଲିରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • ଶନିବାର ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ: ଓଡ଼ିଶାକୁ ଦିଶିବନି, ଶ୍ରୀମନ୍ଦିର ନୀତିକାନ୍ତିରେ ପ୍ରଭାବ ପଡ଼ିବନି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ୬ ଜିଲ୍ଲାକୁ ଆଲର୍ଟ: ଏପ୍ରିଲ ୧ରୁ ହାଲୁକା ଆଶ୍ୱସ୍ତି, ୪ରେ ଘୂର୍ଣ୍ଣିବଳୟ ସମ୍ଭାବନା
  • ||

ଆମେରିକୀୟ ଉତ୍ପାଦ ଗୁଡିକ ଉପରୁ ଟିକସ କମେଇବ ଭାରତ; ଉଭୟ ଦେଶ ମଧ୍ୟରେ ହେଲା ଆଲୋଚନା

Published By : Bijay Swain | March 26, 2025 4:52 PM

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ୍‌ ୨ ତାରିଖରେ ଆମେରିକା ନୂଆ ଟିକସ ନୀତି ଲାଗୁ କରିବାକୁ ଯାଉଛି। ଏହି ପରିପ୍ରେକ୍ଷିରେ ଉଭୟ ଭାରତ ଓ ଆମେରିକାର ଅଧିକାରୀମାନେ ପରସ୍ପର ସହ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ଭାରତ ହାର୍ଲେ-ଡାଭିଡସନ ମୋଟରସାଇକେଲ, ବରବନ ହ୍ୱିସ୍କି ଓ କାଲିଫୋରନିଅନ ୱାଇନ ଉପରୁ ଟିକସ କମାଇବାକୁ ନିଷ୍ପତି ନେଇଥିବା ଜଣାପଡିଛି। ଉଭୟ ଦେଶ ପରସ୍ପର ଉପରେ ଟିକସ କମାଇ ବାଣିଜ୍ୟିକ ଅଭିବୃଦ୍ଧି ହାସଲ କରିବାକୁ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। 

ଆପଣଙ୍କୁ ଜଣାଇରଖୁ ଯେ, ଭାରତ ସରକାର ପୂର୍ବରୁ ହାର୍ଲେ-ଡାଭିଡସନ ମୋଟରସାଇକେଲ ରପ୍ତାନୀ ଉପରେ ଟିକସ ୫୦ ପ୍ରତିଶତରୁ ହ୍ରାସ କରି ୪୦ ପ୍ରତିଶତ କରିଦେଇଥିଲେ। ବର୍ତ୍ତମାନ ହୋଇଥିବା ଆଲୋଚନାରେ ଏହି ଟିକସକୁ ଆହୁରି କମାଯିବ ବୋଲି ଆଲୋଚନା ହୋଇଛି। ଯାହାଫଳରେ ଏହି ପ୍ରିମିୟମ ବାଇକ ସୁଲଭ ମୁଲ୍ୟରେ ବଜାରରେ ଉପଲବ୍ଧ ହୋଇପରାରିବ। 

ସେହିଭଳି, ପୂର୍ବରୁ ବରବନ ହ୍ୱିସ୍କି ଉପରେ ଭାରତ ସରକାର ୧୫୦ ପ୍ରତିଶତ ଟିକସ ଲଗାଉଥିଲେ। ତେବେ କିଛିଦିନ ତଳେ ଏହାକୁ କମାଇ ୧୦୦ ପ୍ରତିଶତ କରିଦିଆ ଯାଇଥିଲା। ତେବେ ଆମେରିକା ପକ୍ଷରୁ ଏହି ଟିକସକୁ ଆହୁରି କମ କରିବାକୁ ଭାରତକୁ କହିଥିବା ଜଣାପଡିଛି। କାଲିଫୋରନିଅନ ୱାଇନ ଉପରୁ ମଧ୍ୟ ଟିକସ କମାଇବାକୁ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଛି ବୋଲି ଜଣାପଡିଛି। କେବଳ ଏହି ୩ଟି ଉତ୍ପାଦ ଉପରୁ ଟିକସ କମାଇବା ପାଇଁ ଆଲୋଚନା ହୋଇନାହିଁ। ଆମେରିକାରୁ ଭାରତକୁ ଆସୁଥିବା ଔଷଧ ସାମଗ୍ରୀ ତଥା ରସାୟନ ଦ୍ରବ୍ୟ ଗୁଡିକ ଉପରେ ମଧ୍ୟ ଟିକସ କମେଇବାକୁ ଆଲୋଚନା ହୋଇଛି। 

ଯଦି ଭାରତ ହାର୍ଲେ-ଡାଭିଡସନ ମୋଟରସାଇକେଲ ଉପରୁ ଟିକସ କମ କରେ ତେବେ ଏହା ଭାରତୀୟ ଗ୍ରାହକଙ୍କ ପାଇଁ ଆହୁରି ସୁଲଭ ହୋଇଯିବ। ଏହା ସହ ବରବନ ହ୍ୱିସ୍କି ଓ କାଲିଫୋରନିଅନ ୱାଇନ ମଧ୍ୟ ଭାରତୀୟ ଗ୍ରହକଙ୍କ ପାଇଁ ଶସ୍ତାରେ ଉପଲବ୍ଧ ହେବ। କିନ୍ତୁ ଆମେରିକୀୟ ଔଷଧ ଉତ୍ପାଦ ଗୁଡିକ ଉପରୁ ଟିକସ କମିଲେ ଭାରତୀୟ ଔଷଧ ଶିଳ୍ପ ଗୁଡିକୁ ଅନେକ କ୍ଷତି ସହିବାକୁ ପଡିବ। 

ସୂଚନା ମୁତାବକ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ଏପ୍ରିଲ ୨ ତାରିଖରେ ଏକ ନୂଆ ଟିକସ ନୀତି ଆଣିବାକୁ ଯାଉଛନ୍ତି। ଯେଉଁଥିରେ ଆମେରିକା ଉତ୍ପାଦ ଗୁଡିକ ଉପରେ ଅପର ପାର୍ଶ୍ୱର ଦେଶ ଯେତେ ପରିମାଣର ଟିକସ ଲଗାଇବେ ଆମେରିକା ସେହିଦେଶର ସମାନ ଉତ୍ପାଦ ଗୁଡିକ ଉପରେ ସେତିକି ପରିମାଣର ଟିକସ ଲଗାଇବାକୁ ଯାଉଛି। ଏମୁ ଏହି ନିୟମ ଆସିବା ପୂର୍ବରୁ ଭାରତ ଏ ଆମେରିକା ଅଧିକାରୀମାନେ ପରସ୍ପର ସହ ଆଲୋଚନା କରିଥିବା ନେଇ ଇଂରାଜି ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ରିପୋର୍ଟ ପ୍ରକାଶ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.