ପ୍ରମୂଖ ଖବର

ପଞ୍ଜାବ ଆପ୍ ସରକାରର ବଜେଟ୍‌ରୁ ମହିଳାଙ୍କୁ ଝଟକା: ପ୍ରତି ମାସ ମିଳିଥାନ୍ତା ହଜାରେ, କିନ୍ତୁ ଏବେ ବଢିଲା ଆହୁରି ଅପେକ୍ଷା

Published By : Prameya | March 26, 2025 3:14 PM

ନୂଆଦିଲ୍ଲୀ,୨୬।୩: ପଞ୍ଜାବରେ ଭଗଓ୍ବନ୍ତ ମାନ ସରକାର ବୁଧବାର ବଜେଟ୍ ଉପସ୍ଥାପିତ କରିଛନ୍ତି। ୨.୩୬ ଲକ୍ଷ କୋଟି ଟଙ୍କାର ଏହି ବଜେଟପ୍‌ରେ ମାନ୍ ସରକାର ଗାଁର ଭିତ୍ତିଭୂମିକୁ ସୁଧାରିବାଠାରୁ ନେଇ ସହରର ବିକାଶ ପାଇଁ ବହୁ ଘୋଷଣା କରିଛନ୍ତି। କିନ୍ତୁ ମହିଳାଙ୍କୁ ୧୦୦୦ ଟଙ୍କା ପ୍ରତିମାସ  ଦିଆଯିବ ଓ ଏହି ଟଙ୍କା ସିଧା ତାଙ୍କ ଆକାଉଣ୍ଟକୁ ଯିବ। କିନ୍ତୁ ଏହି ସ୍କିମ୍‌ କ୍ଷମତାକୁ ଫେରିବା ପରଠାରୁ ହିଁ ଭଗଓ୍ବନ୍ତ ମାନ ଚୁପ୍ ଥିଲେ। ଆଶା କରାଯାଉଛି ଯେ, ଏଥର କିଛି ଘୋଷଣା ହେବ, କିନ୍ତୁ ବଜେଟ୍‌ରେ ମଧ୍ୟ ଏହା ଉପରେ ଚୁପ୍ ରହିଥିଲେ।

ଆପ୍‌ ସରକାରଙ୍କ ଅର୍ଥମନ୍ତ୍ରୀ ହରପାଲ୍ ସିଂହ ଚିମା ଘୋଷଣା କରିଥିଲେ ଯେ, ବଜେଟ୍‌ରେ କିଛି ନୂଆ ଟ୍ୟାକ୍ସର ଘୋଷଣା ହୋଇନି। ସେ କହିଛନ୍ିତ, ଏ ବିଷୟରେ ବଜେଟ୍‌ରେ ଆମେ ଡ୍ରଗ୍ସ ତସ୍କରୀ ଶେଷ କରିବା ଓ ନିଶା ଉପରେ ରୋକ୍ ଲଗାଇବା ନେଇ ଫୋକସ୍ କରୁଛନ୍ତି। ଏଥିପାଇଁ ‘ଏକ ଯୁଦ୍ଧ ନଶେୟା ବିରୁଦ୍ଧ’ କ୍ୟାମ୍ପେନ୍ ଆରମ୍ଭ କରାଯିବ।  ଏକ ବଡ଼ ସ୍କିମ୍‌ର ଘୋଷଣା କରିବା ପରେ ଅର୍ଥମନ୍ତ୍ରୀ କହିଛନ୍ତି ଅନୁସୂଚିତ ଜାତିର ଲୋକଙ୍କୁ ବକେୟା ଲୋନ୍‌ ମଧ୍ୟ ଛାଡି ଦିଆଯିବ। ଏଥିରେ ରାଜ୍ୟର ମୋଟ ୪୬୪୦ ପରିବାରର ଲାଭ ହେବ। ଏହାଛଡା ଅମୃତସରରେ ଏକ ୟୁନିଟି ମଲ୍‌ ତିଆରି କରିବାର ପ୍ରସ୍ତାବ ରଖାଯାଇଛି। ଏହି ମଲ୍ ପାଇଁ ମୋଟ୍ ୮୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଏହି ମଲ୍‌ରେ ଦେଶର ସବୁ ରାଜ୍ୟ ଉପରେ ଆଧାରିତ ଥିମ୍‌ ଉପରେ ଷ୍ଟୋର ତିଆରି କରାଯିବ।

ରାଜ୍ୟ ସରକାର କହିଛନ୍ତି, ଚଳିତ ବର୍ଷ ପ୍ରାୟ ୨୫ ହଜାର କୋଟି ଟଙ୍କାର ବିଜୁଳି ସବସିଡି ଉପରେ ମଧ୍ୟ ଖର୍ଚ୍ଚ ହେବ। କୃଷକଙ୍କ ବିଜୁଳି ବିଲ୍‌ରେ ମୋଟ ୧୪,୫୨୪ କୋଟି ଟଙ୍କା ଛାଡ କରିଦିଆଯିବ। ଏହାଛଡା ଘରୋଇ ଉପଭୋକ୍ତାଙ୍କ ପାଇଁ ୭୬୧୪ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ସେଭଳି ଔଦଗିକ ଉପଭୋକ୍ତାଙ୍କୁ ମଧ୍ୟ ୩୪୨୬ କୋଟି ଟଙ୍କାର ସବସିଡି ମିଳିବ। ଗତ ବର୍ଷ ମୋଟ ୨୧୯୧୦ କୋଟି ଟଙ୍କାର ବିଜୁଳି ସବସିଡି୍‌ ସରକାର ଦେଇଥିଲେ। ଏଥିରୁ ସ୍ପଷ୍ଟ ଯେ, ଚଳିତ ବର୍ଷ ବିଜୁଳି ବିଲ୍‌ରେ ଛାଡର ବଜେଟ୍‌ ୩୬୫୪ କୋଟି ଟଙ୍କାରୁ ଅଧିକ ହୋଇଯିବ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.