ନୂଆଦିଲ୍ଲୀ, ୨୯/୦୩: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ବେଶ ଚର୍ଚ୍ଚାରେ ରହିଛି । ତାହା ହେଉଛି ଜିବ୍ଲି । ଏବେ ଏହି ଏଆଇ ଷ୍ଟୁଡିଓ ଜିବ୍ଲି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ଟି ବିଭିନ୍ନ ସମୟର ଫଟୋ ଏହି ଏଆଇ ଉପକରଣ ମାଧ୍ୟମରେ ପ୍ରସ୍ତୁତ କରାଯିବା ପରେ ତାକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି ।
#StudioGhibli #PMModiInGhibli pic.twitter.com/WLU43xwRiy
— MyGovIndia (@mygovindia) March 28, 2025
ସେଥିରେ ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଦେଖିବାକୁ ମିଳିଛି । ସେହିଭଳି ଲାଲକିଲ୍ଲାରେ ତ୍ରିରଙ୍ଗା ସହ ମୋଦିଙ୍କ ଫଟୋ, ସେନା ପୋଷାକର ଫଟୋ, ସେନଗୋଲ୍ ସହ ଏବଂ ରାମଲଲାଙ୍କ ସହ ଫଟୋ ମଧ୍ୟ ଦେଖିବାକୁ ମିଳିଛି । ଜିବ୍ଲି ହେଉଛି ଓପନ ଏଆଇର ଜିପିଟି ୪ଓ’ର ଏକ ମଡେଲ । ଏହି ଟୁଲ୍ ସହାୟତାରେ ଯେକୌଣି ବ୍ୟକ୍ତି ନିଜର ଫଟୋକୁ ଆନିମେଟେଡରେ କନଭର୍ଟ କରିପାରିବେ।