ପ୍ରମୂଖ ଖବର
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ଗୁଜରାଟରେ ଟ୍ରେନିଂ ବିମାନ କ୍ରାଶ୍ , ମହିଳା ପାଇଲଟଙ୍କ ହଠାତ୍‌ ସ୍ୱାସ୍ଥ୍ୟ ଖରାପ ହେବାରୁ ଦୁର୍ଘଟଣା

Published By : Prameya | March 31, 2025 10:40 PM

ନୂଆଦିଲ୍ଲୀ – ଗୁଜରାଟର ମେହସାଣା ଜିଲ୍ଲାରେ ଏକ  ଟ୍ରେନିଂ ବିମାନ କ୍ରାସ୍‌ ହୋଇଛି। କୁହାଯାଉଛି ଯେ, ଉପର୍ଚି ଗାଁ ନିକଟରେ ଏହି  ବିମାନଟି ସେତେବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେତେବେଳେ ଉଡ଼ାଣ ବେଳେ ହିଁ ମହିଳା ଟ୍ରେନୀ ପାଇଲଟଙ୍କ ହଠାତ୍‌ ସ୍ୱାସ୍ଥ୍ୟ ଖରାପ ହୋଇଥିଲା।ଦୁର୍ଘଟଣାରେ ମହିଳା ଟ୍ରେନି ପାଇଲଟଙ୍କୁ ସାମାନ୍ୟ ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପିଟିଆଇର ରିପୋର୍ଟ ମୁତାବିକ , ଗୁଜରାଟର ମେହସାଣା ଜିଲ୍ଲାରେ ସୋମବାର ସନ୍ଧ୍ୟାରେ ପ୍ରାଇଭେଟ୍‌ ଆଭିଏସନ ଏକାଡେମୀର ଟ୍ରେନିଂ ବିମାନଟି ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ଜଣେ ମହିଳା ଟ୍ରେନି ପାଇଲଟ ଆଘାତ ହୋଇଛନ୍ତି। ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। 

ମେହସାଣା ତାଲୁକା ପୁଲିସ ଷ୍ଟେସନର ଇନ୍ସପେକ୍ଟର ଡିଜି ବଡୱା କହିଛନ୍ତି କି, କିଛି ଯାନ୍ତ୍ରିକ କାରଣରୁ ସିଙ୍ଗଲ ଇଞ୍ଜନର ବିମାନଟି ମେହସାଣା ସହର ନିକଟରେ ଉପର୍ଚି ଗାଁରେ କ୍ରାସ୍‌ ହୋଇ ଯାଇଛି। ବିମାନଟି ଖୋଲା ପଡ଼ିଆରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୁଲିସ ଷ୍ଟେସନର ଇନସ୍ପେକ୍ଟର ଡିଜି ବଡୱା କହିଛନ୍ତି ଯେ, ବିମାନକୁ ଜଣେ ମହିଳା ଟ୍ରେନି ପାଇଲଟ ଚଲାଉ ଥିଲେ। ଏହି ବିମାନ ମେହସାଣା ଏୟାରପୋର୍ଟରୁ ଉଡ଼ାଣ ଭରି ଥିଲା। ଉଡ଼ାଣ ଭରିବା ପରେ ଏହି ବିମାନ ଉପର୍ଚିର ଏକ କ୍ଷେତରେ କ୍ରାସ୍‌ ହୋଇ ଯାଇଛି। 

ଆହତ ମହିଳା ଟ୍ରେନି ପାଇଲଟଙ୍କର ହସ୍ପିଟାଲରେ ଚିକିତ୍ସା ଚାଲୁ ରହିଛି। ଘଟଣାର ଯାଞ୍ଚ ପାଇଁ ଏୟାରପୋର୍ଟ ସହ ଆଭିଏସନ ଅଧିକାରୀଙ୍କୁ ଦୁର୍ଘଟଣା ବିଷୟରେ ସୂଚିତ କରିଦିଆ ଯାଇଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.