ପ୍ରମୂଖ ଖବର
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ଜାଣନ୍ତୁ ନିଧି ତିଓ୍ବାରୀ କିଏ ? ଏବେ ପିଏମ୍ ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବରେ ପାଇଲେ ନିଯୁକ୍ତି

Published By : Prameya | March 31, 2025 3:59 PM

ନୂଆଦିଲ୍ଲୀ,୩୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତି ପାଇଲେ ନିଧି ଶର୍ମା। ବାରଣାସୀର ନିଧି ଜଣେ ଆଇଏଫ୍‌ଏସ୍ ଅଧିକାରୀ। ଡିପାର୍ଟମେଣ୍ଟ ଅଫ୍ ପର୍ସନାଲ ଆଣ୍ଡ ଟ୍ରେନିଂ ଏନେଇ ସୂଚନା ଦେଇଛି। ନିଧି ୨୦୧୪ ବ୍ୟାଚ୍ ବୈଦେଶିକ ସେବା ଅଧିକାରୀ। ସେ ଏହା ପୂର୍ବରୁ ପିଏମ୍‌ଓରୁ ହିଁ ଡେପୁଟି ସେକ୍ରେଟରୀ ପଦରେ ମୁତୟନ ଥିଲେ। ୨୯ ମାର୍ଚ୍ଚରେ ତାଙ୍କୁ ପିଏମ୍‌ ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ କରିବାର ନିର୍ଦେଶ ଦିଆଯାଇଥିଲା। 

କ୍ୟାବିନେଟ୍‌ର ନିଯୁକ୍ତି କମିଟି ଆଇଏଫ୍‌ଏସ୍ ଅଧିକାରୀ ନିଧି ତିଓ୍ବାରୀ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଡେପୁଟି ସେକ୍ରେଟରୀ ଭାବରେ କାର୍ଯ୍ୟ କରୁଛନ୍ତି। ହେଲେ ଏବେ ତାଙ୍କୁ ପିଏମ୍‌ ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତି ଦେବା ନେଇ ମଞ୍ଜୁରୀ ପ୍ରଦାନ କରାଯାଇଛି। ନିଧି ୨୦୨୨ ରେ ପିଏମ୍‌ଓରେ ଡେପୁଟି ସେକ୍ରେଟରୀ ହୋଇଥିଲେ। ଏହା ପୂର୍ବରୁ ସେ ବୈଦେଶିକ ମନ୍ତ୍ରଣାଳୟରେ ଅନ୍ତର୍ଜାତୀୟ ସୁରକ୍ଷା ପ୍ରସଙ୍ଗ ପାଇଁ କାମ କରୁଥିଲେ। 

ବ୍ୟକ୍ତିଗତ ସଚିବ ଭାବରେ ନିଧି ତିଓ୍ବାରୀଙ୍କ କାମ ଖୁବ୍ ଗୁରୁତ୍ବପୂର୍ଣ୍ଣ। ସେ ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମର ସମନ୍ବୟ, ବୈଠକର ଆୟୋଜନ ଓ ସରକାରୀ ବିଭାଗ ସମ୍ପର୍କିତ କାମ ଦେଖିବେ।  ନିଧିଙ୍କ ବେତନ ପେ ମ୍ୟାଟ୍ରିକ୍ସ ସ୍ତର ୧୨ ଅନୁସାରେ ନିର୍ଦ୍ଧାରିତ ହେବ। ପିଏମ୍‌ଓ ପୂର୍ବରୁ ମଧ୍ୟ ବହୁ ମହିଳା ଅଧିକାରୀଙ୍କ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି। ସେଭଳି ନିଧିଙ୍କୁ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ପଦୋନ୍ନତି କରିବା ମହିଳା ସଶକ୍ତିକରଣକୁ ନେଇ ଏକ ବଡ଼ ବାର୍ତ୍ତା। ଏହାଛଡା ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରୁ ଆସିଛନ୍ତି। ନିଧିଙ୍କ ପ୍ରଶଂସାଯୋଗ୍ୟ କାମକୁ ନେଇ ତାଙ୍କୁ ପ୍ରମୋଶନ୍ ଦିଆଯାଇଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.