ନୂଆଦିଲ୍ଲୀ : ଶିବସେନାର ଯୁବସେନା (ସିନ୍ଦେ ଗୋଷ୍ଠୀ)ର ନେତା ରାହୁଲ କନାଲ ସୋମବାର ଷ୍ଟାଣ୍ଡଅପ୍ କମେଡିଆନ କୁନାଲ କାମରାଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଯେବେ ସେ ମୁମ୍ୱାଇରେ ଏଣ୍ଟ୍ରି କରିବେ ତ ଶିବସେନା ଷ୍ଟାଇଲରେ ସ୍ୱାଗତ କରାଯିବ। ନ୍ୟୁଜ୍ ଏଜେନ୍ସି ଏଏନଆଇ ସହ କଥାବାର୍ତ୍ତାରେ କାମରାଙ୍କୁ ନେଇ କନାଲ କହିଛନ୍ତି , ମୁଁ କୋର୍ଟଙ୍କ ସମ୍ମାନ କରୁଛି। ତାଙ୍କୁ ୭ ତାରିଖ ଯାଏ ମୁକ୍ତି ମିଳିଛି। ଏହାପରେ ତାଙ୍କୁ ଆଇନ ସାମ୍ନାକୁ ଆସିବାକୁ ହେବ ଏବଂ ପୁଣି ମୁମ୍ୱାଇରେ ଶିବସେନା ଷ୍ଟାଇଲ୍ରେ ତାଙ୍କର ସ୍ୱାଗତ ହେବ ।
କହି ରଖୁଛୁ କି , ରାହୁଲ କନାଲ ଶିବସେନା କାର୍ଯ୍ୟକର୍ତ୍ତାଙ୍କ ସହ ମୁମ୍ୱାଇର ହାବିଟାଟ୍ ଷ୍ଟୁଡ଼ିଓରେ ଭଙ୍ଗାରୁଜା କରିଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇ ଥିଲା ଏବଂ ପୁଣି ଜାମିନ ଦିଆଯାଇ ଥିଲା। କୁନାଲ କାମରା ଏହି ସ୍ଥାନରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିଷୟରେ ଥଟ୍ଟା କରିଥିଲେ ,ଯାହାକୁ ନେଇ ଖୁବ୍ ବିବାଦୀୟ ସ୍ଥିତି ଉପୁଜି ଥିଲା।
ତାମିଲନାଡୁର ବିଲ୍ଲୁପୁରମ ସହରର ସ୍ଥାୟୀ ନିବାସୀ କୁନାଲ କାମରା ମୁମ୍ୱାଇରେ ଆଇନଗତ ପ୍ରକ୍ରିୟାର ସାମ୍ନା କରୁଛନ୍ତି। ମାଡ୍ରାସ୍ ହାଇକୋର୍ଟ ତାଙ୍କୁ ନିଜ ଟିପ୍ପଣୀ ଗୁଡ଼ିକୁ ନେଇ ଅନ୍ତରୀଣ ଜାମିନ୍ ଦେଇଛନ୍ତି। ଏହାକୁ ନେଇ ପ୍ରଶ୍ନ ପଚାରା ଯିବାରୁ ରାହୁଲ କନାଲ କହିଛନ୍ତି, ଆମର ସମ୍ୱିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଥାଏ । ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସଂରକ୍ଷଣ ମିଳୁଛି। ଏଥିପାଇଁ ସେମାନେ ପଳାଉଛନ୍ତି। ନୁହେଁତ ଏମିତି କିଛି ଜିନିଷ ନାହିଁ ଯାହା ମୁମ୍ୱାଇରେ ମିଳିବନି। ମୁଁ ଗୋଟିଏ କଥା ସ୍ପଷ୍ଟ କରି ଦେବାକୁ ଚାହୁଁଛି କି ତାଙ୍କୁ ଯେମିତିକା ବି ସଂରକ୍ଷଣ ମିଳୁ, ସେ ଯେବେ ବି ମୁମ୍ୱାଇ ଆସିବେ ତ ଶିବସେନା ଷ୍ଟାଇଲରେ ତାଙ୍କର ଖୁବ ଭଲଭାବେ ସ୍ୱାଗତ ହେବ।
ଶିବସେନା ସିନ୍ଦେ ଗୋଷ୍ଠୀର ଯୁବ ନେତା କୁନାଲ କାମରାଙ୍କୁ ନେଇ କହିଛନ୍ତି , ମୁମ୍ୱାଇ ତାଙ୍କର କର୍ମଭୂମି ରହିଛି ଏବଂ ଏଠାରୁ ସେ ଆୟ କରିଛନ୍ତି। ଏବେ ସେ ନିଜକୁ ମାଡ୍ରାସୀ କହୁଛନ୍ତି। ତାଙ୍କୁ ଏହା ପଚାରିବା ଉଚିତ୍ ଯେ କୋଭିଡ୍ ଭାକ୍ସିନ୍ କେଉଁଠି ନେଇଥିଲେ ? ଏହି ଲୋକ ଦଳବଦଳ ଏବଂ ତାଙ୍କର ନେତା ସଞ୍ଜୟ ରାଉତ ତାଙ୍କ ଠାରୁ ବଡ଼ ଦଳବଦଳ। ଏହି ଲୋକଙ୍କର ମଧ୍ୟ ସମୟ ଆସିବ ଏବଂ ଜବାବ ଦିଆ ଯିବ। କୋର୍ଟ କାମରାଙ୍କୁ ଏହି ସର୍ତ୍ତରେ ମୁକ୍ତ କରିଛନ୍ତି ଯେ, ତାଙ୍କୁ ତାମିଲନାଡୁର ଭିଲ୍ଲୁପୁରମ୍ ଜିଲ୍ଲାର ବନୁରରେ ନ୍ୟାୟିକ ମାଜିଷ୍ଟ୍ରେଟ୍ର ସନ୍ତୁଷ୍ଟି ପାଇଁ ବଣ୍ଡ୍ ଭରିବାକୁ ହେବ। କାମରା ଦଲିଲ ଦେଇଥିଲେ କି , ସେ ୨୦୨୧ରେ ମୁମ୍ୱାଇରୁ ତାମିଲନାଡୁ ଚାଲି ଆସିଥିଲେ ଏବଂ ସେବେଠାରୁ ସେ ସାଧାରଣ ଭାବେ ଏହି ରାଜ୍ୟର ନିବାସୀ ଅଛନ୍ତି। ତାଙ୍କୁ ମୁମ୍ୱାଇ ପୁଲିସ ପକ୍ଷରୁ ଗିରଫ କରାଯିବାର ଡ଼ର ରହିଛି। ଏହା ଉପରେ କୋର୍ଟ ୭ ଅପ୍ରେଲ ଯାଏ ତାଙ୍କୁ ଅଗ୍ରିମ୍ ଜାମିନ୍ ଦେବାର ରାୟ ଶୁଣାଇଛନ୍ତି।