ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଜଷ୍ଟିସ୍ ଯଶଓ୍ବନ୍ତ ବର୍ମାଙ୍କ ଘରେ ପହଁଞ୍ଚିଲେ ଦିଲ୍ଲୀ ପୋଲିସ ଟିମ୍, ଯେଉଁଠୁ ମିଳିଥିଲା ଅଧାପୋଡ଼ା ନୋଟ୍ ସେହି ସ୍ଥାନ ହେଲା ସିଲ୍

Published By : Prameya | March 26, 2025 5:43 PM

ନୂଆଦିଲ୍ଲୀ,୨୬।୩: ଦିଲ୍ଲୀ ହାଇକୋର୍ଟର ବିଚାରପତି ୟଶବନ୍ତ ବର୍ମାଙ୍କ ବାସଭବନରେ ଅଧାଜଳା ନୋଟ୍ ମିଳିବା ପରେ ତଦନ୍ତ ବଢିଯାଇଛି। ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗଠିତ ଖଣ୍ଡପୀଠ ତିନି ଜଣିଆ ବିଚାରପତିଙ୍କ କମିଟି ତୁଗଲ ରୋଡ୍ ସ୍ଥିତ ତାଙ୍କ ଘରେ ପହଁଞ୍ଚିଥିଲା ଓ ଏବେ ତୁଗଲକ୍ ରୋଡ୍‌ ଥାନାରେ କାର୍ଯ୍ୟରତ ପୋଲିସ ଅଧିକାରୀ ମଧ୍ୟ ଜଷ୍ଟିସ୍ ୟଶଓ୍ବନ୍ତ ବର୍ମାଙ୍କ ବାସଭବନରେ ପହଁଞ୍ଚିଛି। ଦିଲ୍ଲୀ ପୋଲିସର ଟିମ୍ ଘଟଣାସ୍ଥଳକୁ ସିଲ୍ କରିବା ପାଇଁ ବିଚାରପତିଙ୍କ ଘରକୁ ଯାଇଥିଲା। ସେଠାରେ ଅଧାଜଳା ନୋଟ୍ ମିଳିଥିଲା। 

ଦିଳ୍ଲୀ ପୋଲିସ ଟିମ୍ ପ୍ରାୟ ଦୁଇଘଣ୍ଟା ଘଟଣାସ୍ଥଳରେ ରହିଥିଲା। ଏହାସହ ନୂଆଦିଲ୍ଲୀର ଡିସିପି ଦେବେଶ କୁମାର ମହଲା ମଧ୍ୟ ଉପସ୍ଥିତ ଥିଲେ। ଯାଞ୍ଚ କମିଟିର କହିବା ଅନୁସାରେ, ଯେଉଁ ସ୍ଥାନରେ ନିଆଁ ଲାଗିଥିଲା ସେହି ଅଞ୍ଚଳକୁ ସିଲ୍ କରିବା ପାଇଁ ଏହି ଟିମ୍ ଜଷ୍ଟିସ୍ ବର୍ମାଙ୍କ ଘରେ ପହଁଞ୍ଚିଥିଲା। ବିଚାରପତିଙ୍କ ତିନି ଜଣିଆ ସଦସ୍ୟ କମିଟିର ସାହାଯ୍ୟ କରିବା ପାଇଁ ହାଇକୋର୍ଟର ଅଧିକାରୀ ଜଷ୍ଟିସ୍ ବର୍ମାଙ୍କ ଘରକୁ ଯାଇଥିଲେ ଓ ପୁରା କାର୍ଯ୍ୟାନୁଷ୍ଠାନର ଭିଡିଓଗ୍ରାଫି ମଧ୍ୟ କରାଯାଇଥିଲା।

ଏହା ପୂର୍ବରୁ ତିନି ଜଣିଆ ବିଚାରପତିଙ୍କ ଏକ ଟିମ୍ ମଙ୍ଗଳବାର ଜଷ୍ଟିସ ବର୍ମାଙ୍କ ଘରକୁ ଯାଇଥିଲେ। ଏହି ସମୟରେ ତିନି ବିଚାରପତି ସେହି ରୁମ୍‌ରେ ପୋଡା ନୋଟ୍ ପାଇଥିଲେ। ଯାଞ୍ଚ କିଭଳି ଓ କେଉଁ ନିୟମ ଅନୁସାରେ ଆଗକୁ ବଢିବ, ଏହା କମିଟିକୁ ନିଜେ ଧାର୍ଯ୍ୟ କରିବାକୁ ହେବ। ଅନ୍ୟପକ୍ଷେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରି ଜଷ୍ଟିସ୍ ବର୍ମାଙ୍କ ଉପରେ ଏଫ୍‌ଆଇଆର ରୁଜୁ କରିବାର ଦାବି କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଗରେ ଏହି ମାମଲାର ଉଲ୍ଲେଖ କରାଯାଇଛି ଓ ସର୍ବୋଚ୍ଚ କୋର୍ଟ ଏହି ଆବେଦନର ଶୁଣାଣି ପାଇଁ ପ୍ରସ୍ତୁତ କରାଯାଇଛି। ଆବେଦନରେ ଦାବି କରାଯାଇଛି ଯେ, ଦିଲ୍ଲୀ ପୋଲିସକୁ ଏଫ୍‌ଆଇର ରୁଜୁ କରିବାର ନିର୍ଦେଶ ଦିଆଯାଉ, କାରଣ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ବାରା ତିନି ଜଣିଆ କମିଟି ତିଆରି କରିବାର କୌଣସି ଯଥାର୍ଥତା ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.