ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଭାରତରେ ସଂଖ୍ୟାଲଘୁ ସୁରକ୍ଷିତ ନୁହଁନ୍ତି, ‘ର’ କରୁଛି ବିଦେଶରେ ହତ୍ୟା: ବ୍ୟାନ୍ କରିବାକୁ ଆମେରିକାରେ ଦାବି

Published By : Harapriya Biswal | March 26, 2025 1:35 PM

ନୂଆଦିଲ୍ଲୀ,୨୬।୩: ଭାରତରେ ସଂଖ୍ୟାଲଘୁଙ୍କ ବିରୋଧରେ ଭେଦଭାବ ଓ ଉତ୍ପୀଡନ ଅଭିଯୋଗ। ଏଭଳି ଏକ ଅଭିଯୋଗ ଆଣିଛି ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ବତନ୍ତ୍ରତା ଆୟୋଗ(USCIRF)। ନିଜର ବାର୍ଷିକ ରିପୋର୍ଟରେ USCIRF କହିଛି ଭାରତର  ଗୁଇନ୍ଦା ଏଜେନ୍ସି ରିସର୍ଜ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ ବା ‘ର’କୁ ଆମେରିକରେ ବ୍ୟାନ୍ କରାଯାଉ। ଶିଖ ବିଚ୍ଛିନ୍ନବାଦୀଙ୍କ ହତ୍ୟାରେ ଭାରତୀୟ ଗୁଇନ୍ଦା ଏଜେନ୍ସିର ଭୂମିକା ରହିଛି।

ଭାରତରେ ସଂଖ୍ୟା ଲଘୁ ସୁରକ୍ଷିତ ନୁହେଁ। ବିଦେଶରେ ‘ର’ ଏଜେଣ୍ଟ କରୁଛନ୍ତି ଶିଖ୍ ବିଚ୍ଛିନ୍ନବାଦୀଙ୍କୁ ହତ୍ୟ। ଏଭଳି ଏକ ଅଭିଯୋଗ ଆଣିଛି ଆମେରିକାର USCIRF।  ଆମେରିକୀୟ ଆୟୋଗ ନିଜ ରିପୋର୍ଟରେ ଭାରତରେ ଧାର୍ମିକ ସ୍ବତନ୍ତ୍ରତା ଉପରେ ପ୍ରଶ୍ନ ଉଠାଇବାକୁ ଚେଷ୍ଟା କରିଛନ୍ତି। ଏଥିରେ କୁହାଯାଇଛି ୨୦୨୪ ରେ ଭାରତରେ ସଂଖ୍ୟାଲଘୁଙ୍କ ବିରୋଧରେ ଆକ୍ରମଣ ଓ ଭେଦଭାବ ବଢିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପ ବିରୋଧରେ ମଧ୍ୟ ଅଭିଯୋଗ ରହିଛି। ଗତ ବର୍ଷ ନିର୍ବାଚନ ବେଳେ ବିଜେପି ମୁସଲମାନ ଓ ଅନ୍ୟ ସଂଖ୍ୟାଲଘୁଙ୍କ ବିରୋଧରେ ଘୃଣା ସୃଷ୍ଟିକାରୀ ବୟାନବାଜି କରିବା ସହ ଗୁଜବ ପ୍ରଚାର କରିଥିଲେ।

ଆମେରିକାର ଏହି ଆୟୋଗ ଭାରତ ସରକାରଙ୍କୁ ଅପିଲ କରିଛନ୍ତି ସେ ଧାର୍ମିକ ସ୍ବତନ୍ତ୍ରତା ରକ୍ଷା କରନ୍ତୁ ଓ ଧାର୍ମିକ ଉତ୍ପୀଡନ ରୋକିବା ପାଇଁ କଡ଼ା ପଦକ୍ଷେପ ନିଅନ୍ତୁ। ବିଶେଷ ଭାବରେ ଭାରତୀୟ ନାଗରିକତା ଆଇନ୍ ଉପରେ ପ୍ରଶ୍ନ ଉଠାଇଛି। ଯାହାକୁ ଜାତିସଂଘ ମୂଳ ରୂପରେ ଭେଦଭାବପୂର୍ଣ୍ଣ ବୋଲି କହିଥିଲେ। ତା ଛଡା କାଶ୍ମୀରର ସ୍ପେଶାଲ ଷ୍ଟାଟସ୍ ଶେଷ କରିବାର ମଧ୍ୟ ସମାଲୋଚନା କରିଛି। ୨୦୨୩ ରେ ଭାରତରେ ଶିଖ୍ ବିଚ୍ଛିନ୍ନବାଦୀଙ୍କୁ ନେଇ ଆମେରିକା ଓ କାନାଡାରେ ଭାରତର କଥିତ କାର୍ଯ୍ୟାନୁଷ୍ଠାନ ଦ୍ବିପାକ୍ଷିକ ସମ୍ପର୍କ ଖରାପ କରିଥିଲା। ଆମେରିକା ପକ୍ଷରୁ ଭାରତୀୟ ‘ର’ ଏଜେଣ୍ଟ ବିକାଶ ଯାଦବଙ୍କ ବିରୋଧରେ ଏକ ଅସଫଳ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଥିଲା। ହେଲେ ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.