ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ପ୍ରସବ କରି ପାଇଖାନାରେ ଶିଶୁକୁ ଫିଙ୍ଗି ଦେବା ଘଟଣା ; ସଂପୃକ୍ତ ଯୁବକ କୋର୍ଟ ଚାଲାଣ

Published By : Prameya | February 14, 2025 9:52 PM

ଦାରିଙ୍ଗବାଡି,୧୪/୨ : ବୁଧବାର ଦାରିଙ୍ଗବାଡ଼ି ମେଡ଼ିକାଲରେ ଜଣେ ନାବାଳିକା ଲାଟିନରେ ପ୍ରସବ କରି ଫିଙ୍ଗିଦେବା ଘଟଣାରେ ସଂପୃକ୍ତ ଯୁବକଙ୍କୁ ପୁଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କନକ ମାଝୀ ସୂଚନା ଦେଇଛନ୍ତି । ଯୁବକ ଜଣଙ୍କ ହେଲେ ଦାରିଙ୍ଗବାଡି ଥାନା ଅର୍ନ୍ତଗତ ସିରିପାକାଲି ଗ୍ରାମର ଦୁଷ୍ମନ୍ତ ପ୍ରଧାନ(୨୧) । ଦୁଷ୍ମନ୍ତ ପ୍ରଧାନ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଫଳରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିବା ନେଇ ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । 

ଏହାପରେ ଦୁଷ୍ମନ୍ତଙ୍କ ଘରକୁ ଯାଇ ପୁଲିସ ଗିରଫ କରିଥିଲା । ସୂଚନା ଅନୁସାରେ, ନାବାଳିକା ଜଣଙ୍କ ଦେହ ଅସୁସ୍ଥ ଥିବା ନେଇ ଦାରିଙ୍ଗବାଡି ମେଡ଼ିକାଲକୁ ବୁଧବାର ସକାଳୁ ଆସିଥିବାବେଳେ ଡାକ୍ତରଙ୍କ ବିନା ପରାମର୍ଶ କ୍ରମେ ଲାଟିନରେ ଶିଶୁ କନ୍ୟାକୁ ଜନ୍ମ ଦେଇ ପ୍ୟାନ ଭିତରେ ଫୋପୋଡୀ ଦେଇଥିଲେ । ହେଲେ ପ୍ୟାନ୍ ମଧ୍ୟରେ ମୁଣ୍ଡଟି ଅଟକି ଯାଇଥିଲା । ନାବାଳିକାଙ୍କ ମା’ ଏହା ଦେଖି ଶିଶୁଟିର ଗୋଡ଼କୁ ଧରି ମେଡ଼ିକାଲ କର୍ମଚାରୀଙ୍କୁ ସୂଚନା ଦେଇଥିଲେ । ଏହାପରେ ମେଡ଼ିକାଲ ଅଧିକାରୀ ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ଅଗ୍ନିଶମ ବିଭାଗ ପହଞ୍ଚି ପ୍ୟାନକୁ ଭାଙ୍ଗି ଶିଶୁଟିକୁ ଉଦ୍ଧାର କରିଥିବାବେଳେ ଶିଶୁଟିର ମୃତ୍ୟୁ ହୋଇ ଯାଇଥିଲା । ବର୍ତ୍ତମାନ ନାବାଳିକା ଜଣଙ୍କ ଡାଇରିଆରେ ଆକ୍ରାନ୍ତ ଥିବା ଯୋଗୁଁ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.