ପ୍ରମୂଖ ଖବର

ICICI ଏବଂ PNB ବଢାଇଲେ ହୋମ୍ ଲୋନ୍ ସୁଧ ହାର, ଆଜିଠୁ ଏତେ ପ୍ରତିଶତରେ ମିଳିବ ଲୋନ୍

ନୂଆଦିଲ୍ଲୀ ୧/୯: ଯଦି ଆପଣ ଆଇସିଆଇସିଆଇ ବ୍ୟାଙ୍କ ବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ହୋମ୍ ଲୋନ୍ ନେବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ବ୍ୟାଙ୍କ ତରଫରୁ ହୋମ୍ ଲୋନର ସୁଧ ହାରରେ ବୃଦ୍ଧି କରାଯାଇଛି । ଆଇସିଆଇସିଆଇ ବ୍ୟାଙ୍କ ଏବଂ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଅଲଗା ଅଲଗା ଟେନ୍ୟୁୟର ବିଶିଷ୍ଟ ଲୋନରେ ଏମସିଏଲଆରରେ ୫ ବେସିସ୍ ପଏଣ୍ଟର ବୃଦ୍ଧି କରିଛନ୍ତି । ବ୍ୟାଙ୍କର ୱେବସାଇଟ ଅନୁସାରେ ବରଦ୍ଧିତ ସୁଧ ହାର ୧ ସେପ୍ଟେମ୍ବର ୨୦୨୩ରୁ ଲାଗୁ ହେବ । 

ମାର୍ଜିନଲ କଷ୍ଟ ଅଫ୍ ଫଣ୍ଡ୍ସ ବେଷ୍ଟ୍ଡ ଲ୍ୟାଣ୍ଡିଂ ରେଟ୍(MCLR)  ସର୍ବନିମ୍ନ ଉଧାରୀ ହାର । ଏହା ତଳକୁ କୌଣସି ବି ବ୍ୟାଙ୍କ ଲୋନ୍ ଦିଏନି । ଆସନ୍ତୁ ଆଇସିଆଇସିଆଇ ବ୍ୟାଙ୍କ ଏବଂ ପିଏନବିର ନୂଆ ଏମସିଏଲଆରରେ ନଜର ପକାଇବା । ଏହାର ପ୍ରଭାବ ବ୍ୟାଙ୍କରୁ ମିଳୁଥିବା ଲୋନର ହାରରେ ହେବ ।  

ଆଇସିଆଇସିଆଇ ବ୍ୟାଙ୍କ ସମସ୍ତ ଟେନ୍ୟୁୟର ପାଇଁ ଏମସିଏଲଆରରେ ୫ ବେସିସ୍ ପଏଣ୍ଟର ବୃଦ୍ଧି କରିଛି । ବ୍ୟାଙ୍କର ୱେବସାଇଟ ଅନୁସାରେ ଓଭରନାଇଟ୍, ଏକ ମାସର ଏମସିଏଲଆର ହାର ୮.୪୦ ପ୍ରତିଶତରୁ ବୃଦ୍ଧି ପାଇ ୮.୪୫ ପ୍ରତିଶତ ହୋଇଯାଇଛି । ଆଇସିଆଇସିଆଇ ବ୍ୟାଙ୍କରେ ୩ ମାସ, ୬ ମାସର ଏନସିଏଲଆର ଯଥାକ୍ରମେ ୮.୫୦ ପ୍ରତିଶତ ଏବଂ ୮.୮୫ ପ୍ରତିଶତ ପର୍ଯ୍ୟନ୍ତ ବଢିଛି । ଏକ ବର୍ଷର ଏମସିଏଲଆରକୁ ୮.୯୦ ପ୍ରତିଶତରୁ ପରିବର୍ତ୍ତନ ହୋଇ ୮.୯୫ ପ୍ରତିଶତ କରିଦେଇଛି ।  

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ସେପ୍ଟେମ୍ବରରେ MCLR ହାରରେ ବେସିସ୍ ପଏଣ୍ଟର ବୃଦ୍ଧି କରିଛି । ପିଏନବିର ୱେବସାଇଟ ଅନୁସାରେ ଓଭରନାଇଟ୍ ରେଟ୍ ୮.୧୦ ପ୍ରତିଶତରୁ ବଢାଇ ୮.୧୫ ପ୍ରତିଶତ ଏବଂ ଏକ ମାସର ଏମସିଏଲଆର୍ ହାର ୮.୨୦ ପ୍ରତିଶତରୁ ବୃଦ୍ଧି ପାଇ ୮.୨୫ ପ୍ରତିଶତ କରିଦେଇଛି । ପିଏମବି ୩ ମାସ, ୬ ମାସର ଏମସିଏଲଆର୍ ଯଥାକ୍ରମେ ୮.୫ ପ୍ରତିଶତ ଏବଂ ୮.୫୫ ପ୍ରତିଶତ । ଏକ ବର୍ଷ ଏମସିଏଲଆର୍ ୮.୬୦ ପ୍ରତିଶତରୁ ୮.୬୫ ପ୍ରତିଶତ ଏବଂ ୩ ବର୍ଷ ପାଇଁ ୫ ବିପିଏସ୍ ବୃଦ୍ଧି ପରେ ୮.୯୫ ପ୍ରତିଶତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.