ପ୍ରମୂଖ ଖବର
  • ୪୫ ଦିନରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ: ୟୁପି ସିଏମ୍
  • ||
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

ଚାମ୍ପିଅନ୍ସ ଟ୍ରଫିରେ ବଡ଼ ଇନିଂସ୍‌ ଖେଳିଲେ ଇବ୍ରାହିମ ଜଦ୍ରାନ, ଇଂଲଣ୍ଡ ଆଗରେ ୩୨୬ ରନ୍‌ ଟାର୍ଗେଟ୍‌

Published By : Tapas Panda | February 26, 2025 6:45 PM

Image Courtesy: abplive

ଲାହୋର: ଇବ୍ରାହିମ୍ ଜଦ୍ରାନଙ୍କ ୧୭୭ ରନର ଇନିଂସ ସହାୟତାରେ ଆଫଗାନିସ୍ତାନ ଇଂଲଣ୍ଡକୁ ୩୨୬ ରନର ଟାର୍ଗେଟ ଦେଇଛି । ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।  କିନ୍ତୁ ଏହାର ଆରମ୍ଭ ଭଲ ନଥିଲା। ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚର  ଆଫଗାନିସ୍ତାନକୁ ତିନୋଟି ଝଟକା ଦେଇଥିଲେ। ତଥାପି ଜଦ୍ରାନ୍, ଶାହିଦିଙ୍କ ସହ ମିଶି ଶତକୀୟ ଇନିଂସ ଖେଳିବା ସହ ବିଶାଳ ଦଳୀୟ ସ୍କୋର ଛିଡ଼ା କରିଛନ୍ତି । 

ଆଫଗାନିସ୍ତାନ ୫୦ ଓଭରରେ ୭ ୱିକେଟ ହରାଇ ୩୨୫ ରନ କରିଛି  । ଗଦ୍ଦାଫି ଷ୍ଟାଡିୟରେମ ଇବ୍ରାହିମ ଜଦ୍ରାନଙ୍କ ଐତିହାସିକ ଶତକୀୟ ଇନିଂସ ଚାମ୍ପିଅନ୍ସ ଟ୍ରଫିରେ ସାମିଲ ଦଳଙ୍କୁ ଆଶ୍ଚର୍ଯ୍ୟ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଇଂଲଣ୍ଡ ବିପକ୍ଷରେ ୭ ଓ୍ଵିକେଟ୍ ହରାଇ ୩୨୫ ରନର ବଡ଼ ସ୍କୋର କରିଛି । ଇବ୍ରାହିମ ଜଦ୍ରାନ ୧୭୭ ରନର ବିଶାଳ ଶତକୀୟ ଇନିଂସ ଖେଳିଥିବା ବେଳେଏହା ଚାମ୍ପିଅନ୍ସ ଟ୍ରଫି ଇତିହାସରେ ବ୍ୟକ୍ତିଗତ ସର୍ବାଧିକ ସ୍କୋର । 

ଜଦ୍ରାନଙ୍କ ବ୍ୟତୀତ ମହମ୍ମଦ ନବି ୪୦ ରନ, ଅଧିନାୟକ ହସମତୁଲ୍ଲା ସାହିଦି ୪୦ ରନ ଓ ଅଜମତୁଲ୍ଲା ଉମରଜାଇ ୪୧ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବା ପାଇଁ ଇଂଲଣ୍ଡ ସମ୍ମୁଖରେ ୩୨୬ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ଜୋଫ୍ରା ଆର୍ଚର ୩ ଓ୍ଵିକେଟ୍ ନେଇଥିବା ବେଳେ ଲିୟାମ ଲିଭିଙ୍ଗଷ୍ଟୋନ ୨ଟି ଓ୍ଵିକେଟ୍ ନେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.