ନୂଆଦିଲ୍ଲୀ, ୧୩/୦୨ : ଲକ୍ଷ୍ମୀପୁର ଖେରୀରେ ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତା ଉପରେ ଠିଆ ହୋଇଥିବା ଆଖୁ ବୋଝେଇ ଟ୍ରଲିକୁ ପଛରୁ ପିଟିଲା କାର୍। ୩ ସାଙ୍ଗଙ୍କ ସମେତ ଜଣେ ମେକାନିକ୍ଙ୍କ ମୃତ୍ୟୁ। ଏହି ଦୁର୍ଘଟଣାରେ ଆଉ ୩ ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।
ଏହି ଖବରଟିକୁ ପଢନ୍ତୁ-ଏହା ନୂଆ ଉତ୍ତରପ୍ରଦେଶ… ୫୦କୋଟି ଶ୍ରଦ୍ଧାଳୁ ଗୁରୁବାର ସୁଦ୍ଧା ପକାଇବେ ବୁଡ଼
ସୂଚନାନୁଯାୟୀ, ଦିଗବିଜୟ ନାମକ ଜଣେ ଯୁବକ ବୁଧବାର ରାତି ପ୍ରାୟ ୧୦ଟା ବେଳେ କିଛି ସାଙ୍ଗଙ୍କ ସହ କାର୍ ଯୋଗେ ଢଖେରୱା ଯାଉଥିଲେ। ଢଖେରୱା ନିଘାସନ ରାଜ୍ୟ ରାଜପଥ ହାଜରା ଫାର୍ମ ନିକଟରେ କାର୍ଟି ରାସ୍ତାରେ ଠିଆ ହୋଇଥିବା ଏକ ଆଖୁ ବୋଝେଇ ଟ୍ରଲିକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କାର୍ରେ ଥିବା ୩ ସାଙ୍ଗଙ୍କ ସମେତ ଜଣେ ମେକାନିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି। ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି।