ଉତ୍ତରପ୍ରଦେଶ, ୧୨/୨ : ଉତ୍ତରପ୍ରଦେଶର ସିଏମ୍ ଯୋଗୀ ଆଦିତ୍ୟନାଥ ବୁଧବାର ବାଗପତରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଦ୍ଧିତ କରି କହିଛନ୍ତି କି ଆସନ୍ତାକାଲି ପର୍ଯ୍ୟନ୍ତ ୫୦କୋଟି ଲୋକ ଆସ୍ଥାର କୁମ୍ଭରେ ସ୍ନାନ କରିବେ । ଯାହାକି ୟୁପିର ଜନ ସଂଖ୍ୟା ୨୫କୋଟି ଅଟେ । ସିଏମ୍ କହିଛନ୍ତି କି, କିଛି ଲୋକଙ୍କ ଅଭ୍ୟାସ ଅଟେ ଯାହା କି କୁମ୍ଭରେ ସ୍ନାନ କରିବାକୁ ମନା କରୁଛନ୍ତି । ଏମାନେ ସେହି ଲୋକ ଅଟନ୍ତି ଯିଏ କରୋନାରେ ଭ୍ୟାକ୍ସିନ ନେଇଥିଲେ ଏବଂ ଲୋକଙ୍କୁ ଭ୍ୟାକ୍ସିନ ଲଗାଇବାକୁ ମନା କରିଥିଲେ । କିଛି ଲୋକ ଲୁଚିକି ଯାଇ ସଂଗମରେ ବୁଡ଼ ପକାଇ ଆସି ସାଧାରଣ ଲୋକଙ୍କୁ ମନା କରୁଛନ୍ତି ନ ଯିବାକୁ ।
ଏହି ସମୟରେ ମୁଖ୍ୟମନ୍ତ୍ରୀ ସରକାରଙ୍କ ଉପଲବ୍ଧି ବିଷୟରେ କହିଛନ୍ତି ଯେତିକି ଯୋଗଦାନ ସମାଜବାଦୀ ବିଏସପି ସରକାର ଗତ ୨୨ବର୍ଷରେ କରିଥିଲେ ସେତିକି ବିଜେପି ସରକାର ମାତ୍ର ୮ବର୍ଷରେ କରିଛି । ଗତ ୮ବର୍ଷରେ ବିଜେପି ୬୦ହଜାର କୋଟିରୁ ଅଧିକ ଗୁଣର ମୂଲ୍ୟ ଦେଇ ସାରିଛି । ଯହା ବିପକ୍ଷ ପାର୍ଟିକୁ ୨୨ବର୍ଷରେ ଭାରି ଅଛି । ଏହାସହ ସେ ଚିନି ମିଲକୁ ଠିକ୍ ଭାବେ ଚଲାଇବା ଏବଂ ବାକି ଥିବା ଟଙ୍କାକୁ ଦେବା ଉପରେ କହିଥିଲେ।