ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଖରାଦିନେ ଡିହାଇଡ୍ରେସନ୍ ଓ ଡାଇରିଆ ଭଳି ସମସ୍ୟା ଦେଖାଦେଉଛି କି ? ଆସନ୍ତୁ ଜାଣିବା ଏହାର ଘରୋଇ ଉପଚାର

ଭୁବନେଶ୍ୱର, ୨୨।୫: ଯଦି ଅତ୍ୟଧିକ ଖରା କାରଣରୁ ଡାଇରିଆ ବା ଶରୀରରେ ଜଳର ଅଭାବରୁ ଡିହାଇଡ୍ରେସନ୍ ହୋଇଛି, ତାହେଲେ ବିଳମ୍ୱ ନକରି କିଛି ଘରୋଇ ଉପଚାର ଅପଣେଇବା ଆବଶ୍ୟକ । ଜାଣିରଖନ୍ତୁ କେଉଁ ପରିସ୍ଥିତିରେ ନେବେ ଡାକ୍ତରଙ୍କ ପରାମର୍ଶ । 

ମେ ମାସର ଏହି ଗରମରେ ପାହାଡ଼ଠାରୁ ଆରମ୍ଭ କରି ପଡ଼ିଆ ପର୍ଯ୍ୟନ୍ତ ସବୁ ଜଳୁଛି । ଏଭଳି ଗରମରେ ଲୋକଙ୍କର ସ୍ୱାସ୍ଥ୍ୟ ବହୁତ ଶୀଘ୍ର ଖରାପ ହେଉଥିବାର ଦେଖାଯାଉଛି । ଖରାଦିନେ ଅଧିକ ଝାଳ ବାହାରୁଥିବାରୁ ଶରୀର ଶୀଘ୍ର ଡିହାଇଡ୍ରେସନ୍‌ର ଶିକାର ହେଉଛି । ଏହାଛଡ଼ା ଡାଇରିଆ ମଧ୍ୟ ଶୀଘ୍ର ହେଉଛି । ଡାଇରିଆରେ ବାନ୍ତିର ସମସ୍ୟା ଉପୁଜିଥାଏ ଏବଂ ପାଣି, ପୋଷକତତ୍ତ୍ୱର ଅଭାବ ଦେଖାଦେଇଥାଏ । 

ଅଧିକ ଗରମ, ବାସି ଓ ବାକ୍ଟେରିଆ ଯୁକ୍ତ ଭୋଜନ, ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ବାନ୍ତି ଏବଂ ଡାଇରିଆ ହେଉଛି । ଯାହାଦ୍ୱାରା ଶରୀର ପୂର୍ବାପେକ୍ଷା ଅଧିକ ଦୁର୍ବଳ ହେଉଛି । ଏପରି ସମୟରେ ଯଦି ଆପଣ ଚାହିଁବେ , କିଛି ଘରୋଇ ଉପଚାର ଆପଣାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏଥିରୁ ରକ୍ଷା ପାଇବାର କିଛି ଘରୋଇ ଉପାୟ ଏବଂ କେଉଁ ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ଏକ ଉଚିତ୍ ବିକଳ୍ପ ହେବ ।

ଡିହାଇଡ୍ରେସନ୍ ଓ ଡାଇରିଆ ରୋକିବାର ଉପାୟ :

ଡିହାଇଡ୍ରେସନ୍ ହେବା ଦ୍ୱାରା ଶରୀରରେ ପାଣିର ଅଭାବ ହୋଇଥାଏ । ସାଧା ପାଣି ଜାଗାରେ ଲେମ୍ୱୁ ସରବତ୍, ପଇଡ଼ ପାଣିର ସେବନ କରନ୍ତୁ । ପାଣିରେ ଓଆରଏସ୍ ମିଶାଇ ରୋଗୀଙ୍କୁ ଦିଅନ୍ତୁ । ଏହାଦ୍ୱାରା ରୋଗୀର ଶରୀରରେ ପୋଷକତତ୍ତ୍ୱର ଅଭାବ ପୁରଣ ହେବ ।  ଏପରି ଫଳର ସେବନ କରନ୍ତୁ, ଯେଉଁଥିରେ ଜଳର ମାତ୍ରା ଅଧିକ ଥିବ । ଦୈନିକ ଦହି ଓ ଘୋଳଦହି ସହ ଇଲେକ୍ଟ୍ରୋଲାଇଟ୍ସ୍ ର ସେବନ କରନ୍ତୁ । ରୋଗୀକୁ କଦଳୀ ଓ ଦହି ସେବନ କରିବାକୁ ଦିଅନ୍ତୁ । ଏହାଦ୍ୱାରା ଡାଇରିଆରୁ ମୁକ୍ତି ମିଳିଥାଏ । 

ଏହି ଟିପ୍ସରୁ ରୋଗରୁ ମିଳିବ ଆରାମ :

ପାନମଧୁରୀକୁ ଡାଇରିଆ ଓ ଡିହାଇଡ୍ରେସନରୁ ରକ୍ଷା କରିଥାଏ । ଅଧାଚାମଚ ପାନମଧୁରୀକୁ ୪ ଗ୍ଲାସ୍ ପାଣିରେ ଫୁଟାଇ ନିଅନ୍ତୁ । ସେହି ପାଣିକୁ ଥଣ୍ଡା କରି ଦିନରେ ୩ରୁ୪ ଥର ଚା’ ଭଳି ପିଅନ୍ତୁ । ଏହାଦ୍ୱାରା ଡାଇରିଆରୁ ଆରାମ ମିଳିବ । ତୁଳସୀ ମଧ୍ୟ ଡିହାଇଡ୍ରେସନ୍ ଓ ଡାଇରିଆ ପାଇଁ ଉପକାରୀ ଅଟେ । ଏଥିରେ ଡାଇରିଆରେ ହେଉଥିବା ପେଟକଟାରୁ ଆରାମ ମିଳିଥାଏ ଓ ଡାଇରିଆର ବାକ୍ଟେରିଆ ମଧ୍ୟ ମରିଯାଇଥାନ୍ତି । ବଜାରରେ ତୁଳସୀରସ ମିଳୁଛି, ଏହାକୁ ପାଣିରେ ମିସାଇ ଦିନକୁ ୩ରୁ ୪ଥର ସେବନ କରନ୍ତୁ । 

ମନ୍ଦାର ଫୁଲର ଚା’ :

ମନ୍ଦାର ଫୁଲର ଚା’ ପିଇବା ଦ୍ୱାରା ଶରୀରରେ ପାଣିର ଅଭାବ ଦୂରହୁଏ । ଏହାର ଚା’ ବନାଇ ଥଣ୍ଡା କରି ଦିନରେ ଦୁଇଥର ପିଇଲେ ଶରୀରରେ ପୋଷକତତ୍ତ୍ୱର ଅଭାବ ଦୂର ହେବା ସହ ଡାଇରିଆରୁ ମଧ୍ୟ ଆରାମ ମିଳିଥାଏ । ଏହାସହ ଗୁଳୁଚି ରସ ମଧ୍ୟ ଡାଇରିଆର ଲକ୍ଷଣକୁ କମ୍ କରିଥାଏ । ଏଥିରେ ପାଚନ ସମ୍ୱନ୍ଧିୟ ସମସ୍ୟା ମଧ୍ୟ ଦୂର ହୁଏ । 

କେତେବେଳେ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ ? 

ସାଧାରଣତଃ ଅଳ୍ପ ଡିହାଇଡ୍ରେସନ୍ ଓ ଡାଇରିଆରେ ଘରୋଇ ଉପଚାର ଦ୍ୱାରା ଆରାମ ମିଳିଯାଏ । କିନ୍ତୁ, ଯଦି ଡାଇରିଆର ସ୍ଥିତି ଗମ୍ଭୀର ବା ଶରୀରରେ ଜଳର ଅଭାବ ଅଧିକ ଥାଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଯଦି ରୋଗୀର ବାରମ୍ୱାର ବାନ୍ତି ହେଉଥାଏ, ତେବେ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ । ଶରୀରରେ ପାଣିର ଅଭାବ ଅଧିକ ହେଲେ, ବାରମ୍ୱାର ବାନ୍ତି ସହ ପେଟ ମୋଡ଼ି ହେବା, ମୁଣ୍ଡ ବିନ୍ଧା ହେବା ସହ ବୁଲାଇଥାଏ । ଏହାର ଅର୍ଥ ଡାଇରିଆ ଗମ୍ଭୀର ଭାବରେ ହୋଇଛି । ଏପରି ପରିସ୍ଥିତିରେ ଘରୋଇ ଉପଚାର ନ ଆପଣାଇ ଡାକ୍ତରଙ୍କ ପରାମର୍ଶ ନିତ୍ୟାନ୍ତ ଆବଶ୍ୟକ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.