ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ମହଙ୍ଗା ପଡିପାରେ ବାରମ୍ୱାର ବଡି ଚେକ୍ଅପ୍, ହୋଇଯାଆନ୍ତୁ ସାବଧାନ

ଆପଣ ବାରମ୍ବାର ବଡି ଚେକଅପ୍ କରାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ । କାରଣ  ମହଙ୍ଗା ପଡିପାରେ ଏହି ବାରମ୍ବାର ବଡି ଚେକଅପ୍। ଆପଣ ଯେତେଥର ଫୁଲ୍ ବଡି ଚେକ୍ଅପ୍ କରାଇଥାନ୍ତି, ସେତେଥର ଆପଣଙ୍କ ଶରୀରରୁ ରକ୍ତ କଢାଯାଇଥାଏ। ଯଦି କିଛି ଆସୁବିଧା ଅଛି ବୋଲି ଜଣାପଡେ,ମୁଣ୍ଡରେ ଏକ ଭ୍ରମ ଉତ୍ପନ୍ନ ହୁଏ ଏବଂ ତାହାର ଚିକିତ୍ସା କରିବାକୁ ପଡେ। ଯାହା ଭବିଷ୍ୟତରେ ଚିନ୍ତାର କାରଣ ହୋଇପାରେ। 

ଫୁଲ୍ ବଡି ଚେକ୍ଅପ କ'ଣ?

ଆଜିର ଏହି ବଦଳୁଥିବା ଜୀବନଶୈଳୀ ଅନେକ ରୋଗକୁ ବଢାଇଥାଏ। ଲୋକମାନେ ଭିନ୍ନଭିନ୍ନ ରୋଗର ଜାଲରେ ଫସୁଛନ୍ତି । ଯାହାର ଚିହ୍ନଟ ପାଇଁ ବଡି ଚେକ୍ଅପର ଆବଶ୍ୟକତା ରହିଛି । କିଛି ଲୋକ ଶରୀରରେ ସାମାନ୍ୟ ପରିବର୍ତ୍ତନ ଦେଖିବା ମାତ୍ରେ ଫୁଲ୍ ବଡି ଚେକ୍ଅପ୍ କରାଇ ଦେଇଥାନ୍ତି ଏବଂ ଏହା ବାରମ୍ୱାର କରିଥାନ୍ତି । ଯଦି ଆପଣ ଏଭଳି କରୁଛନ୍ତି, ହୋଇଯାଆନ୍ତୁ ସାବଧାନ୍। କାରଣ ଏହି ଫୁଲ୍ ବଡି ଚେକ୍ଅପ୍ କରାଇବାର ପରିଣତି ଅତ୍ୟନ୍ତ ଭୟାବହ ହୋଇପାରେ । ହେଲଥ ଏକ୍ସପର୍ଟ ଏସବୁରୁ ବଞ୍ଚିବାକୁ ଉପଦେଶ ଦେଇଛନ୍ତି। 

 କଣ ପାଇଁ ଏହା ବିପଦଜନକ:-

ଯଦି ଆପଣ ବାରମ୍ୱାର ଫୁଲ୍ ବଡି ଚେକ୍ଅପ୍ କରାଉଛନ୍ତି, ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ। ନ ହେଲେ ଏହା ବହୁତ ମହଙ୍ଗା ପଡିବ। ଏହାଦ୍ୱାରା ଆପଣ ମାନସିକ ସ୍ତରରେ ରୋଗଗ୍ରସ୍ତ ହୋଇପାରନ୍ତି । ଏଥିପାଇଁ ଜବରଦସ୍ତ ଚେକ୍ଅପ୍ କରାନ୍ତୁ ନାହିଁ ଏବଂ ଟିକିଏ କଥାରେ ଡାକ୍ତରଖାନା ଯାଆନ୍ତୁ ନାହିଁ। 

 ଅଣଦେଖା କରନ୍ତୁ ଫୁଲ୍ ବଡି ଚେକ୍ଅପ୍ ଅଫର:-

ହେଲଥ ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଅନେକ ସମୟରେ ପାଥୋଲୋଜି କମ୍ପାନୀଗୁଡିକ ଗ୍ରାହକଙ୍କୁ ଫୁଲ୍ ବଡିଚେକ୍ଅପର ଅଫର୍ ହେଇଥାନ୍ତି। କମ୍ ଦାମରେ ଫୁଲ୍ ବଡି ଚେକ୍ଅପ୍ ଭଳି ଅଫର ଲୋଭରେ ପଡନ୍ତୁନାହିଁ । କାରଣ କମ୍ପ୍ୟୁଟରରେ ଚେକ୍ଅପ୍ ସମୟରେ ଶରୀରର ଅନେକ ଅଭାବ ବିଷୟରେ ଜଣାପଡିଥାଏ। ଅନେକଥର କାଲ୍ସିୟମ୍ ବା ଭିଟାମିନ୍ ଡି ର ଅଭାବ ଅଛି ବୋଲି କୁହାଯାଇଥାଏ। ଯାହାଦ୍ୱାରା ମୁଣ୍ଡରେ ଏକ ପ୍ରକାରର ଡର ରହିଯାଏ ଏବଂ  ଆମେ ବାରମ୍ୱାର ଚେକ୍ଅପ୍ କରାଇଥାଉ।  ତେଣୁ ଡାକ୍ତରଙ୍କ ପରାମର୍ଶ ବିନା ଫୁଲ୍ ବଡି ଚେକ୍ଅପ୍ କରାନ୍ତୁନାହିଁ।





  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.