ପ୍ରମୂଖ ଖବର

ଓଜନ କମ୍‌ କରିବାରେ କଷ୍ଟ ହେଉଛି କି? ସପ୍ତାହରେ ଏପରି କମାନ୍ତୁ ଅଧାକେଜି, ଜାଣନ୍ତୁ ICMR ର ନିର୍ଦ୍ଦେଶାବଳୀ

ଭୁବନେଶ୍ୱର ୨୨/୦୫: ଆଜିକାଲି ମୋଟାପଣ ଏକ ସମସ୍ୟାରେ ପରିଣତ ହୋଇଛି। ଏଥିପାଇଁ ଲୋକମାନେ ଶୀଘ୍ର ଓଜନ କମାଇବାପାଇଁ ଅନେକ ଗୁଡିଏ ପ୍ରଣାଳୀ ଆପଣାଉଛନ୍ତି। ବର୍ତ୍ତମାନ ICMR ୱେଟ୍ ଲୁଜ୍ ପାଇଁ ଏକ ଗାଇଡଲାଇନ୍ କାଢିଛନ୍ତି। ଯଦି ଆପଣ ୱେଟ୍ ଲୁଜ୍ କରିବାକୁ ଚାହୁଁଛନ୍ତି, ତେବେ ଗାଇଡଲାଇନ୍ସକୁ ମାନିବା ଆବଶ୍ୟକ। 

ICMR କହିଛି ଯେ ଲୋକମାନେ ସୁରକ୍ଷିତ ଭାବରେ ୱେଟ୍ ଲୁଜ୍ କରିବା ଉଚିତ୍। ଶୀଘ୍ର ୱେଟ୍ ଲୁଜ୍ ପାଇଁ ଔଷଧ ଖାଇବା ଆମ ଶରୀର ପ୍ରତି କ୍ଷତିକାରକ ହୋଇପାରେ। ଅଳ୍ପ ସମୟରେ ଅଧିକ ୱେଟ୍ ଲୁଜ୍ କରିବା ଆମ ସ୍ୱାସ୍ଥ୍ୟପ୍ରତି ଭଲ ନୁହେଁ ବୋଲି ICMR କହିଛି। ଏକ ସପ୍ତାହରେ କେତେ  ଓଜନ  ଆମେ ସୁରକ୍ଷିତ ଭାବରେ କମାଇ ପାରିବା,ସେ ବିଷୟରେ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ କହିଛି।

ସପ୍ତାହରେ ଅଧାକେଜି ୱେଟ୍ ଲୁଜ୍ ସୁରକ୍ଷିତ କି?

ICMR ଦେଇଥିବା ରିପୋର୍ଟ ଅନୁଯାୟୀ, ଏକ ସପ୍ତାହରେ ଅଧାକେଜି ଓଜନ କମାଇବା ସୁରକ୍ଷିତ। ଏହାଠାରୁ ଅଧିକ ଓଜନ କମାଇବା ସ୍ୱାସ୍ଥ୍ୟପ୍ରତି ହାନିକାରକ। ଯଦି ଆପଣ ଏକ ଡାଏଟ୍ ଗ୍ରହଣ କରୁଛନ୍ତି, ତେବେ ସମ୍ପୂର୍ଣ ଭାବରେ ଖାଦ୍ୟ ଖାଇବା ଛାଡନ୍ତୁ ନାହିଁ। ଶୀଘ୍ର ଓଜନ କମାଇବାକୁ ଚେଷ୍ଟା କରନ୍ତୁନାହିଁ। 

ଡାଏଟ୍ ରେ ୧୦୦୦ କିଲୋ କ୍ୟାଲୋରି ଗ୍ରହଣ କରନ୍ତୁ:

ICMR ଆହୁରି କହିଛି, ଆପଣ ଓଭର୍ ୱେଟ୍ ଥିଲେ ମଧ୍ୟ ନିଜ ଡାଏଟ୍ ରେ ୧୦୦୦କିଲୋ କ୍ୟାଲୋରୀର ଖାଦ୍ୟ ଗ୍ରହଣ କରିପାରିବେ।  ଆପଣଙ୍କ ଶରୀରକୁ ସମସ୍ତ ପ୍ରକାର ପୋଷଣର ଆବଶ୍ୟକତା ରହିଛି।    ସବୁ ପ୍ରକାରର ପୋଷଣ ଗ୍ରହଣ କରିବା ଦ୍ୱାରା ଆପଣ ଦୁର୍ବଳ ଅନୁଭବ କରିବେନାହିଁ ଏବଂ ସହଜରେ ୱେଟ୍ ଲୁଜ୍ କରିପାରିବେ। ଅର୍ଥାତ୍ ଓଜନ କମାଇବାପାଇଁ ସନ୍ତୁଳିତ ଆହାର ହିଁ ଏକମାତ୍ର ବିକଳ୍ପ । 

ସନ୍ତୁଳିତ ଆହାର ସେବନ କରନ୍ତୁ:

ନିଜ ଆହାରରେ ସବୁଜ ପନିପରିବା, ଡାଲି ଏବଂ ଫଳ ଗ୍ରହଣ କରିବାକୁ ICMR  ନିର୍ଦ୍ଦେଶ ଦେଇଛି। ଏହା ସହିତ ଯୋଗ ଓ ବ୍ୟାୟାମ ଇତ୍ୟାଦି କରିବାକୁ ଉପଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.