ନୂଆଦିଲ୍ଲୀ : ଇଣ୍ଟରନ୍ୟାସନାଲ କୁସ୍ତିଯୋଦ୍ଧା ତଥା ଜିନ୍ଦର ଜୁଲାନା ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଭିନେଶ ଫୋଗାଟ ସରକାରଙ୍କୁ ନିଜର ପସନ୍ଦ କଥା କହି ଦେଇଛନ୍ତି। ତାଙ୍କୁ ପୁରସ୍କାର ସ୍ୱରୂପ ସରକାରୀ ଚାକିରି , ପ୍ଲଟ୍ ଓ ୪ କୋଟି ଟଙ୍କାର ବିକଳ୍ପ ଦିଆ ଯାଇଥିଲା। ସୂଚନା ଯୋଗ୍ୟ ଯେ, ୨୦୨୪ର ପ୍ୟାରିସ୍ ଅଲିମ୍ପିକ୍ସରେ ସେ ଫାଇନାଲ ମୁକାବିଲା ଯାଏ ପହଞ୍ଚି ଥିଲେ। ହେଲେ ୧୦୦ ଗ୍ରାମ୍ ଓଜନ ବୃଦ୍ଧି କାରଣରୁ ସେ ଫାଇନାଲ ମୁକାବିଲା ଖେଳିବା ପୂର୍ବରୁ ବାହାରି ଯାଇଥିଲେ।
ଲାଇଭ୍ ହିନ୍ଦୁସ୍ତାନ ଡଟ୍ କମ୍ର ଖବର ଅନୁସାରେ, ଫୋଗାଟ୍ ହରିଆଣା ସରକାରଙ୍କ ୪କୋଟି ଟଙ୍କାର ଅଫର୍ ନେବାକୁ ସ୍ୱୀକାର କରି ସହମତି ପତ୍ର କ୍ରୀଡ଼ା ବିଭାଗ ପାଖକୁ ପଠାଇ ଦେଇଛନ୍ତି । ତାଙ୍କୁ ଅର୍ଥ ପ୍ରଦାନ କରାଯିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଯାଇଛି। ଫୋଗାଟଙ୍କୁ ସିଲଭର ମେଡାଲିଷ୍ଟ ଭଳି ସମ୍ମାନିତ କରିବାକୁ ମୁଖ୍ୟମନ୍ତ୍ରୀ ନାୟବ ସୈନି ଘୋଷଣା କରିଥିଲେ।
ଉଲ୍ଲେଖନୀୟ ଯେ, ମୁଖ୍ୟମନ୍ତ୍ରୀ ସୈନିଙ୍କ ଘୋଷଣା ପରେ ମଧ୍ୟ କିଛି ନମିଳିବା ନେଇ ଫୋଗାଟ୍ ଏହାକୁ ନେଇ ପ୍ରଶ୍ନ କରିଥିଲେ। ସେ ବିଧାନସଭାର ବଜେଟ୍ ଅଧିବେଶନରେ କହିଥିଲେ ଯେ, ସରକାର ତାଙ୍କୁ ସିଲଭର ମେଡାଲର ସମକକ୍ଷ ସମ୍ମାନ ଦେବାକୁ ଘୋଷଣା କରିଥିଲେ। ୮ ମାସ ବିତି ଗଲା , କିନ୍ତୁ କିଛି ମିଳିଲା ନାହିଁ।
ଫୋଗାଟ କହିଥିଲେ କି, ଯେବେ ମୁଁ ପ୍ୟାରିସ୍ ଯାଇ ଫାଇନାଲରେ ପହଞ୍ଚି ଥିଲି, ଏହାପରେ ଯାହା ହେଲା ତାହା ଭଗବାନଙ୍କ ଇଚ୍ଛା ଥିଲା ଏବଂ ମୁଁ ଏହାକୁ ସ୍ୱୀକାର କରି ନେଇଛି। ଏହି ସମୟରେ ଆମ ସିଏମ୍ଙ୍କର ଘୋଷଣା ଥିଲା ଯେ,ଭିନେଶ ଆମର ଝିଅ ଏବଂ ତାଙ୍କୁ ସିଲଭର ମେଡାଲର ସମ୍ମାନ ଦିଆଯିବ। ଆଜି ଗୃହରେ ଆପଣ ବି ବସିଛନ୍ତି, ମୁଁ ମଧ୍ୟ ବସିଛି। ଲୋକେ ଜାଣିବା ଉଚିତ୍ କି ସତ କଣ। ଆପଣ ନିଜର ପ୍ରତିଶ୍ରୁତି ପୂରଣ କରି ନାହାନ୍ତି। ଆପଣଙ୍କର ସବୁ ବିଧାୟକ କହୁଛନ୍ତି ଯେ , ଆପଣଙ୍କର ବାକ୍ୟ ଅର୍ଥ ପ୍ରତିଶ୍ରୁତି ପକ୍କା। ମୁଁ ଆପଣଙ୍କୁ ତାହା ଦେଖାଉଛି ଯେ, ଆପଣଙ୍କ ପ୍ରତିଶ୍ରୁତି ଅସଂପୂର୍ଣ୍ଣ।
ଏହାପରେ ସିଏମ୍ ସୈନି କ୍ୟାବିନେଟ୍ ମିଟିଂ ପରେ ରାଜ୍ୟର ୨୦୧୯ର କ୍ୟାସ୍ ପୁରସ୍କାରର ଖେଳ ନୀତି (ପଲିସି)ର ଅନୁସାରେ ଭିନେଶଙ୍କୁ ସରକାରୀ ଚାକିରି ବା ହରିଆଣା ସହରୀ ବିକାଶ ପ୍ରାଧିକରଣର ପ୍ଲଟ୍ ବା ୪କୋଟି ଟଙ୍କା ପୁରସ୍କାର ମଧ୍ୟରୁ କୌଣସି ଗୋଟିଏ ବିକଳ୍ପ ବାଛିବାର ଅଫର ଦେଇ ଥିଲେ।
କହି ରଖୁଛୁ କି, ଫୋଗାଟ୍ ପ୍ୟାରିସ୍ ଅଲିମ୍ପିକ୍ସର ୫୦କିଲୋଗ୍ରାମ୍ ଓଜନ ବର୍ଗର ଫାଇନାଲରେ ପହଞ୍ଚି ଥିଲେ। ୭ ଅଗଷ୍ଟ ୨୦୨୪ରେ ନିଜର ମ୍ୟାସ୍ର ଠିକ୍ ପୂର୍ବରୁ ତାଙ୍କର ଓଜନ ୫୦ କିଲୋଗ୍ରାମ୍ରୁ ୧୦୦ ଗ୍ରାମ୍ ଅଧିକ ଥିଲା। ଏହି କାରଣରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରିଦିଆ ଯାଇ ଥିଲା ଏବଂ ସେ ପଦକରୁ ବଞ୍ଚିତ ହୋଇଥିଲେ। ୮ ଅଗଷ୍ଟ ୨୦୨୪ରେ ଫୋଗାଟ୍ କୁସ୍ତିରୁ ସଂନ୍ନ୍ୟାସର ଘୋଷଣା କରିଥିଲେ। ୬ ସେପ୍ଟେମ୍ୱର ୨୦୨୪ରେ ସେ କଂଗ୍ରେସରେ ସାମିଲ ହୋଇ ଜୁଲାନା ବିଧାନସଭା ଅଞ୍ଚଳରୁ ନିର୍ବାଚନ ଲଢି ଥିଲେ ଏବଂ ସେ ୬,୦୦୦ରୁ ଅଧିକ ଭୋଟ୍ରେ ବିଜୟ ହାସଲ କରି ଥିଲେ।