ଭୁବନେଶ୍ୱର, ୦୫/୦୪: ମରଣାତ୍ମକ ଆକ୍ରମଣ କରି ଟଙ୍କା ଓ ଗାଡି ଲୁଟି ନେଲେ । ଯୋଡ଼ିପୋଲ ନିକଟରେ ଖଣ୍ଡାରେ ଆକ୍ରମଣ କରି ୨ ଜଣଙ୍କ ଠାରୁ ୩୦ ହଜାର ଟଙ୍କା ସହ ଗାଡ଼ି ଲୁଟି ନେଲେ ୩ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ବାସୁଦେବପୁର ନିମୀକ ରାସ୍ତା ଶ୍ରୀଜଙ୍ଗ ନିକଟସ୍ଥ ଯୋଡ଼ିପୋଲ ନିକଟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ଏକ ମିଟିଂ ସାରି ପଲସର୍ରେ ବିଶ୍ୱଜିତ୍ ସାହୁ ଓ ଜିତେଶ ବେହେରା ମାନକ ଦୁଇ ଜଣ ଯୁବକ ନିମୀକ୍ ରାସ୍ତାରେ ଘରକୁ ଫେରୁଥିଲେ । ସେହି ରାସ୍ତାରେ ପୂର୍ବରୁ ଏକ ସ୍କୁଟି ଯୋଗେ ପ୍ରସ୍ତୁତ ହୋଇ ଠିଆ ହୋଇଥିଲେ ୩ ଦୁର୍ବୃତ୍ତ । ସେମାନେ ବିଶ୍ୱଜିତଙ୍କ ଗାଡ଼ିକୁ ଅଟକାଇଥିଲେ । ପରେ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଥିଲେ । ଆକ୍ରମଣର ଶିକାର ହୋଇ ରକ୍ତାକ୍ତ ହେବା ପରେ ବିଶ୍ୱଜିତଙ୍କ ପାଖରେ ଥିବା ୩୦ ହଜାର ଟଙ୍କା ସହ ପଲସର୍ ଗାଡ଼ିକୁ ଦୁର୍ବୃତ୍ତମାନେ ନେଇ ଫେରାର ହୋଇଥିଲେ । ଏହା ଦେଖି ଜିତେଶ ଖନ୍ତାପଡ଼ା ଓ ଗୋପାଳପୁର ପୋଲିସକୁ ଖବର ଦେଇ ଏକ ଆମ୍ୱୁଲାନ୍ସ ଡାକିଥିଲେ । ଆମ୍ବୁଲାନ୍ସ ଯୋଗେ ଗୋପାଳପୁର ଚିକିତ୍ସାଳୟକୁ ଯାଇ ପ୍ରାଥମିକ ଚିକିତ୍ସା କରାଇବା ପରେ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।
ସେହିପରି ଶ୍ରୀରାମପୁର ଅଞ୍ଚଳର କୈଳାଶ ଦାସଙ୍କୁ ଆକ୍ରମଣ କରି ଗୁରୁତର କରିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଖନ୍ତପଦା ଚିକିତ୍ସାଳୟକୁ ସ୍ଥାନତରିତ କରାଯାଇଛି । ବାରମ୍ୱାର ଏଭଳି କାଣ୍ଡ କରି ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଦୁର୍ବୃତ୍ତ । ପୋଲିସର ତଦନ୍ତ ପରେ ଲୁଟେରାମାନେଧରାଡ଼ିବେ ବୋଲି ଆଶା କରାଯାଉଛି ।