ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

କରୋନାର ନୂଆ ଭାରିଆଣ୍ଟ ନେଇ କେନ୍ଦ୍ରର ସତର୍କତା, ଗାଇଡ୍‌ଲାଇନ୍‌ ଜାରି କରିପାରନ୍ତି ରାଜ୍ୟ ସରକାର

ଭୁବନେଶ୍ୱର, ୨୦।୧୨: କରୋନାର ନୂଆ ଭାରିଆଣ୍ଟ ଜେଏନ୍‌-୧ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ ଗତକାଲି ସତର୍କ କରାଇଛନ୍ତି । ଏହାପରେ ରାଜ୍ୟ ସରକାର ସତର୍କତା ପଦକ୍ଷେପ ସ୍ୱରୂପ ଗାଇଡ୍‌ଲାଇନ୍‌ ଜାରି କରିପାରନ୍ତି । ତେବେ ସରକାର କରୋନା ମୁକାବିଲା ଦିଗରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛି । କରୋନାର ସବ୍‌ ଭାରିଆଣ୍ଟ ଜେଏନ୍‌ ୧ କର୍ଣ୍ଣାଟକ ଓ କେରଳରେ ଠାବ ହୋଇଛି । ଏହାକୁ ଅତି ଗୁରୁତର ସହ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । 

ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଯେଉଁ ନୂଆ ଭାରିଆଣ୍ଟ କଥା କୁହାଯାଉଛି, ତାହା ନାଚୁରାଲ୍‌ । ନୂଆ ଭାରିଆଣ୍ଟ ଚିହ୍ନଟ ହେଲେ ଜିନମ୍‌ ସିକ୍ୟୁଏନ୍ସ ପାଇଁ ପଠାଯିବ । କେନ୍ଦ୍ର ଗାଇଡ୍‌ଲାଇନ୍‌ ଅନୁସାରେ ଆମେ ପ୍ରସ୍ତୁତ ଅଛୁ । ଆବଶ୍ୟକ ହେଲେ ରାଜ୍ୟ ସରକାର ଗାଇଡଲାଇନ୍‌ ଜାରି କରିପାରନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଭୟଭୀତ ହେବାର କୌଣସି କାରଣ ନାହିଁ । ଓଡ଼ିଶା ପାଇଁ କୌଣସି ବିପଦ ନାହିଁ । କିନ୍ତୁ ସତର୍କ ରହିବାକୁ ପଡ଼ିବ । ଦରକାର ପଡ଼ିଲେ ମାସ୍କ ପିନ୍ଧନ୍ତୁ । ବୟସ୍କମାନେ ଜନଗହିଳ ସ୍ଥାନକୁ ଯାଆନ୍ତୁ ନାହିଁ । ରାଜ୍ୟ ସରକାର ନିୟମିତ ହସ୍ପିଟାଲରେ ସନ୍ଦିଗ୍ଧଙ୍କ କୋଭିଡ୍‌ ଟେଷ୍ଟିଂ କରାଯାଉଛି । ଟେଷ୍ଟିଂ ସଂଖ୍ୟା ବଢ଼ାଇବାକୁ କୁହାଯାଇଛି । ସଂକ୍ରମଣ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଆରଏମ୍‌ଆର୍‌ସି ସହିତ ଯୋଗାଯୋଗ କରାଯାଉଛି । ସନ୍ଦିଗ୍ଧଙ୍କ ନମୁନା ଜେନମ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଉଛି । ଏହା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଜିଲ୍ଲାସ୍ତରରେ ବିଶେଷଜ୍ଞଙ୍କୁ ଦାୟିତ୍ୱ ଦିଆଯାଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.