ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ସ୍କୁଲରେ ବାଧ୍ୟତାମୂଳକ ହେବ ଟାବ୍ ବ୍ୟବହାର; ଏଣିକି ଆଉ କାଗଜ, କଲମରେ ରହିବନି ତଥ୍ୟ

ଭୁବନେଶ୍ୱର, ୧୮।୯: ସ୍କୁଲରେ ଏଣିକି ଆଉ କାଗଜ କଲମରେ ରହିବନି କୌଣସି ତଥ୍ୟ । ସବୁ ରହିବ ଅନ୍‌ଲାଇନରେ । ପିଲାଙ୍କ ଉପସ୍ଥାନଠୁ ନେଇ ଆର୍ଥିକ କାରବାର ସମ୍ପର୍କିତ ସବୁ ତଥ୍ୟ ସିଧା ଅନ୍‌ଲାଇନରେ ଅପଲୋଡ୍‌ ହେବ । ସ୍କୁଲରେ ଟାବ୍‌ ବ୍ୟବହାର କରାଯାଇ ସମସ୍ତ କାର୍ଯ୍ୟକ୍ରମର ତଥ୍ୟ ଡିଜିଟାଇଜ୍‌ କରାଯିବ । ସମଗ୍ର ଶିକ୍ଷା ଅଧୀନରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକରେ ଏ ସଂକ୍ରାନ୍ତରେ ବ୍ୟାପକ ଆଲୋଚନା କରାଯିବ । ଜ୍ଞାନ ଓ ଦକ୍ଷତା ବୃଦ୍ଧିରେ ଏହା ସହାୟକ ହେବ । ସୂଚନାଯୋଗ୍ୟ, ସମସ୍ତ ସ୍କୁଲକୁ ଟାବ୍‌ଲେଟ୍‌ ବଣ୍ଟନ କରାଯାଇଛି । ଶିକ୍ଷକଙ୍କୁ ପାଠ ପଢ଼ାଇବା ପାଇଁ ଟାବ୍‌ ବଣ୍ଟନ କରାଯାଇଥିବା ବେଳେ ସ୍କୁଲର ସମସ୍ତ ତଥ୍ୟ ଓ କାର୍ଯ୍ୟକ୍ରମକୁ ଏହା ମାଧ୍ୟମରେ ଷ୍ଟୋର କରିବାକୁ ମାର୍ଗଦର୍ଶିକା ଜାରି କରାଯାଇଥିଲା । 

ସେହି ଅନୁଯାୟୀ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଲିମ ଦିଆଯିବାକୁ ଗତ ଜୁନ୍‌ ମାସରେ କୁହାଯାଇଥିଲା । ଏବେ ଏହାକୁ ବ୍ଲକ ଶିକ୍ଷା ଅଧିକାରୀମାନେ କଡ଼ାକଡ଼ି ପାଳନ କରିବେ । ଟାବ୍‌ରେ ମୋବାଇଲ୍‌ ଡିଭାଇସ୍‌ ମ୍ୟାନେଜମେଣ୍ଟ (ଏମ୍‌ଡିଏମ୍‌) ଅପଲୋଡ୍‌ କରାଯିବ । କେବଳ ଆବଶ୍ୟକ ଆପ୍‌ ଇନ୍‌ଷ୍ଟଲ୍‌ ହେବ । ୟୁଡାଇସ୍‌ ପ୍ଲସ୍‌ ଅପଡେଟ୍‌ କରାଯିବ । ଫଳରେ ଡାଟା ଏଣ୍ଟ୍ରି ତଥା ପିଲାଙ୍କ ଉପସ୍ଥାନ, ଶିକ୍ଷକଙ୍କ ଉପସ୍ଥାନ, ଲାଇବ୍ରେରୀ ମଡ୍ୟୁଲ୍‌, ପରୀକ୍ଷା ମଡ୍ୟୁଲ୍‌ ଆଦି ଏଥିରେ ରହିବ । ଆର୍ଥିକ କାରବାରକୁ ଏହି ଟାବ୍‌ ମାଧ୍ୟମରେ ରେକର୍ଡ କରାଯିବ । ଟାବ୍‌ ବ୍ୟବହାର ନେଇ ଓସେପା ପକ୍ଷରୁ ଏକ ସ୍ୱତନ୍ତ୍ର ଗାଇଡ୍‌ଲାଇନ ଜାରି କରାଯାଇଛି । ଏପରିକି ସ୍କୁଲ ପ୍ରଧାନଶିକ୍ଷକ ଓ ସିଆର୍‌ସିସିଙ୍କୁ ଟାବ୍‌ ବ୍ୟବହାର ନେଇ ତାଲିମ ଦିଆଯିବ । ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ସଫଳ କରିବା ପାଇଁ ଏଫ୍‌ଏଲ୍‌ଏନ୍‌ ସଂପର୍କିତ ପାଠ୍ୟକ୍ରମ ଏଥିରେ ରହିବ । ସେହିପରି ଏଥିରେ ଶିକ୍ଷକମାନେ ଦୀକ୍ଷା, ନିଷ୍ଠା ଆଦି ତାଲିମ ନେଇପାରିବେ । ଟାବ୍‌ରେ ଦୀକ୍ଷା ଆପ୍‌, ମଧୁ ଆପ୍‌, ୟୁଟ୍ୟୁବ୍‌, ହ୍ୱାଟ୍‌ସ୍‌ଆପ୍‌, ଇ-ପାଠଶାଳା ପ୍ରଭୃତିରୁ ବିଷୟବସ୍ତୁ ନେଇ ଶିକ୍ଷାଦାନ କରିପାରିବେ । ମାତ୍ର ଇଣ୍ଟରନେଟ୍‌ ସମସ୍ୟା ଏବଂ ମନୋବଳର ଅଭାବ ଯୋଗୁ ଏହାକୁ ବ୍ୟବହାର କରାଯାଉ ନାହିଁ । ଟାବ୍‌କୁ ସ୍କୁଲ ଲକରରେ ରଖିଦେଉଛନ୍ତି । ତେଣୁ ସ୍କୁଲରେ ଏହି ଟାବ୍‌ ବ୍ୟବହାରକୁ ନିଶ୍ଟିତ କରିବା ଲାଗି ଅଣ୍ଟା ଭିଡ଼ିଛି ଗଣଶିକ୍ଷା ବିଭାଗ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.