ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ନିଶାମୁକ୍ତ କ୍ୟାମ୍ପସ କଡ଼ାକଡ଼ି କରିବାକୁ ୟୁଜିସିର ନିର୍ଦ୍ଦେଶ; ଛାତ୍ରଛାତ୍ରୀ, ଅଧ୍ୟାପକ ଦାଖଲ କରିବେ ଅଣ୍ଡରଟେକିଂ

ଭୁବନେଶ୍ୱର, ୧୮।୯: ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନକୁ କରାଯିବ ନିଶାମୁକ୍ତ । ଛାତ୍ରଛାତ୍ରୀଙ୍କ ପରେ ଅଧ୍ୟାପକ, ଶିକ୍ଷକ ବି ନିଶା ଗ୍ରହଣ କରୁନାହାନ୍ତି ବୋଲି ଅଣ୍ଡରଟେକିଂ ଦାଖଲ କରିବେ । ଶିକ୍ଷାନୁଷ୍ଠାନକୁ କେହି ନିଶା ସେବନ କରି ଆସିବେ ନାହିଁ କି କୌଣସି ପ୍ରକାର ମାଦକ ଦ୍ରବ୍ୟ ଆଣିପାରିବେ ନାହିଁ । କ୍ୟାମ୍ପସରେ ନିଶା ସେବନକୁ ସଂପୂର୍ଣ୍ଣ ଭାବେ ବାରଣ କରାଯିବ । ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହୋଇଥିବା ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରାଯିବ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି । ୟୁଜିସି ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି, ଯୁବପିଢ଼ିଙ୍କ ମଧ୍ୟରେ ନିଶା ସେବନ ଭୟଙ୍କର ଭାବେ ବଢ଼ି ଚାଲିଛି । ଗ୍ଲୋବାଲ ୟୁଥ୍‌ ଟବାକୋ ସର୍ଭେ ୨୦୧୯ ଅନୁଯାୟୀ, ୧୩ରୁ ୧୫ ବର୍ଷ ବୟସ ମଧ୍ୟରେ ୮.୫ ପ୍ରତିଶତ ସ୍କୁଲ ପିଲା ତମାଖୁ ବ୍ୟବହାର କରୁଛନ୍ତି । ପ୍ରତିବର୍ଷ ୫୫୦୦ରୁ ଅଧିକ ପିଲା ତମାଖୁ ବ୍ୟବହାର ଆରମ୍ଭ କରୁଛନ୍ତି । ଗ୍ଲୋବାଲ ୟୁଥ୍‌ ଟବାକୋ ସର୍ଭେ ତଥ୍ୟ ଅନୁସାରେ ୫୫ ପ୍ରତିଶତ ଆଜୀବନ ତମାଖୁ ବ୍ୟବହାରକାରୀ । ଯେଉଁମାନେ ୨୦ ବର୍ଷ ବୟସ ପୂର୍ବରୁ ତମାଖୁ ସେବନ ଆରମ୍ଭ କରନ୍ତି । 

କେବଳ ଏତିକି ନୁହେଁ, ଇ-ସିଗାରେଟ୍‌ ବ୍ୟବହାର ବଢ଼ୁଛି । ଯାହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି । ଏହା ଡିଏନ୍‌ଏ ନଷ୍ଟ କରୁଥିବା ବେଳେ କ୍ୟାନସର, ହୃଦରୋଗ, ସ୍ନାୟୁଗତ ରୋଗ ଭଳି ସମସ୍ୟା ସୃଷ୍ଟି କରିଥାଏ । ତମାଖୁ ଓ ଇ-ସିଗାରେଟ୍‌ ଅନେକ ସମୟରେ ଅନ୍ୟ ନିଶାର ଗେଟ୍‌ୱେ ଭାବେ କାର୍ଯ୍ୟ କରୁଛି । ବିଶେଷ କରି ଏପରି କାର୍ଯ୍ୟକଳାପ ଛାତ୍ରଛାତ୍ରୀଙ୍କୁ ବିପଦ ମୁହଁକୁ ଟାଣି ନେଉଛି । ନିଶା ଭଳି ବିପଦରୁ ପରବର୍ତ୍ତୀ ପିଢ଼ିକୁ ରକ୍ଷା କରିବା ପାଇଁ ହେଲେ ଏହାର ଭାର ଉଚ୍ଚଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନେବା ଆବଶ୍ୟକ । ଏନେଇ ୟୁଜିସି ପକ୍ଷରୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି କରିବାକୁ କୁହାଯାଇଛି । ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି । ତମାଖୁ ବନ୍ଦ ଏବଂ ତ୍ୟାଗ କରିବାର ପଦ୍ଧତି ବିଷୟରେ ସଚେତନତା ସୃଷ୍ଟି ସହ ଏହାର ବିକ୍ରୟ ବନ୍ଦ ସଂପର୍କରେ ସଚେତନ କରିବାକୁ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.