ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଭରତପୁର ଥାନାରେ ଆର୍ମି ଅଫିସରଙ୍କୁ ମାଡ଼ ଘଟଣା: ବଦଳିଲେ ଭରତପୁର ଥାନା ଅଧିକାରୀ

ଭୁବନେଶ୍ୱର, ୧୮।୯: ଭରତପୁର ଥାନାରେ ଆର୍ମି ଅଫିସରଙ୍କୁ ମାଡ଼ ଘଟଣା । ଭରତପୁର ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କୁ ବଦଳି । ଆଇଆଇସି ଦିନକୃଷ୍ଣ ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି ଅଫିସକୁ ବଦଳି କରାଯାଇଥିବା ଜଣାପଡ଼ିଛି । ଭରତପୁର ଥାନାର ନୂଆ ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ । ଜଣେ ମହିଳା ଏଏସ୍‌ଆଇ ଓ ଜଣେ କନଷ୍ଟେବଳଙ୍କୁ ବି ବଦଳି କରାଯାଇଛି । ଏଏସ୍‌ଆଇ ସଲିଳମୟୀ ସାହୁ ଓ କନଷ୍ଟେବଲ ବଳରାମ ହାଁସଦାଙ୍କୁ ବଦଳି । ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଥାନାରେ ଆକ୍ରମଣ ଘଟଣା ପରେ ବଦଳି ହୋଇଛି । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ ଆଇଆଇସି ସମେତ ୩ ଜଣଙ୍କୁ ବଦଳି । ନିରପେକ୍ଷ ତଦନ୍ତ ପାଇଁ ବଦଳି କରାଯାଇଥିବା ସୂଚନା । 

ଆର୍ମି କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ (ଶିଖ୍‌ ରେଜିମେଣ୍ଟ) ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ ଭରତପୁର ଥାନା ଭିତରେ ପୁଲିସ୍‌ କର୍ମଚାରୀଙ୍କୁ ମାରପିଟ୍‌ କରିଥିବା ଅଭିଯୋଗ ହୋଇଥିଲା । ପୁଲିସ୍‌ ଅଙ୍କିତାଙ୍କୁ ଗିରଫ କରିଥିଲା । ଏହି ଘଟଣା ଏବେ ନୂଆ ମୋଡ଼ ନେଇଛି । ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ୍‌ ଥାନାରେ ମାଡ଼ ମାରି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି । ସେଥିପାଇଁ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ୱାଇବି ଖୁରାନିଆ । କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ‘ଓଡ଼ିଶା ଏକ୍ସ ସର୍ଭିସ୍‌ ମ୍ୟାନ୍‌ ଲିଗ୍‌’ (ଓଇଏସ୍‌ଏମ୍‌ଏଲ୍‌) ପକ୍ଷରୁ କୁହାଯାଇଛି, ଆର୍ମି ଅଫିସର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ଶନିବାର ରାତି ପ୍ରାୟ ୧୨ଟା ୩୦ରେ ପଟିଆରୁ ଫେରୁଥିଲେ । ପଟିଆରେ ଅଙ୍କିତାଙ୍କ ଏକ ରେସ୍ତୋରାଁ ଅଛି । ଏହି ସମୟରେ ରାସ୍ତାରେ ଯାଉଥିବା ୨ଟି କାର୍‌କୁ ଅତିକ୍ରମ କରି ଆଗକୁ ଯାଇଥିଲେ ଆର୍ମି ଅଫିସର । ଯେଉଁ ୨ଟି ଗାଡ଼ିକୁ ଅତିକ୍ରମ କରିଥିଲେ ତା’ର ଆରୋହୀମାନେ ଗୁରୁଭନ୍ସ ଏବଂ ଅଙ୍କିତାଙ୍କୁ ରାସ୍ତାରେ ଅଟକାଇଥିଲେ । ସେ ୨ଟି ଗାଡ଼ିରୁ କେତେଜଣ ଯୁବକ ବାହାରି ଗୁରୁଭନ୍ସଙ୍କୁ ଧକ୍କା ମାରିବା ସହ ଧମକ ଦେଇ ସେଠାରୁ ଚାଲିଯାଇଥିଲେ । ଘଟଣା ସମ୍ପର୍କରେ ଅଭିଯୋଗ କରିବା ଲାଗି ଗୁରୁଭନ୍ସ ଏବଂ ଅଙ୍କିତା ଭରତପୁର ଥାନାରେ ରାତି ପ୍ରାୟ ସାଢ଼େ ୧ଟାରେ ପହଞ୍ଚିଥିଲେ । ଥାନାରେ ଜଣେ ପୁରୁଷ କନ୍‌ଷ୍ଟେବଲ ବସିଥିଲେ । ସେମାନେ ତାଙ୍କ ଅଭିଯୋଗ ରଖିବା ଲାଗି କୌଣସି ଅଫିସରଙ୍କୁ ଡାକିବାକୁ କନ୍‌ଷ୍ଟେବଲଙ୍କୁ କହିଥିଲେ । ହେଲେ ଉକ୍ତ କନ୍‌ଷ୍ଟେବଲ ଜଣକ ମଦ୍ୟପାନ କରିଥିଲେ । ତାଙ୍କ ଟେବୁଲ ଉପରେ ଗ୍ଲାସ ମଧ୍ୟ ଥୁଆ ହୋଇଥିଲା । ଏହାଦେଖି ଅଙ୍କିତା ଜଣେ ମହିଳା ଅଫିସରଙ୍କୁ ଡାକନ୍ତୁ ବୋଲି କହିଥିଲେ । 

କିଛି ସମୟ ପରେ ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ଆସିଥିଲେ । ଆର୍ମି ଅଫିସ୍‌ର ଘଟଣା ବିଷୟରେ ତାଙ୍କୁ କହିଥିଲେ । ହେଲେ ସେ କିଛି ଶୁଣି ନଥିଲେ । ଏହାପରେ ଅଙ୍କିତା ସେହି ମହିଳା ଅଫିସରଙ୍କୁ କାହିଁକି ବିନା ୟୁନିଫର୍ମରେ ଅଛ ବୋଲି ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାର କିଛି ସମୟ ମଧ୍ୟରେ କିଛି ପୁଲିସ୍‌ କର୍ମଚାରୀ ଏକ ପାଟ୍ରୋଲିଂ ଭ୍ୟାନ୍‌ରେ ଆସି ଥାନାରେ ପହଞ୍ଚିଥିଲେ । ସେମାନେ ମିଳିମିଶି ଗୁରୁଭନ୍ସ ଓ ଅଙ୍କିତାଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଥିଲେ । ଅଙ୍କିତାଙ୍କୁ କୋର୍ଟଚାଲାଣ କରିଥିଲେ । ପୁଲିସ୍‌ ମାଡ଼ରେ ଗୁରୁତର ଗୁରୁଭନ୍ସଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ରାଜଧାନୀର ଭାରତପୁର ଥାନାର ଏହି କାଣ୍ଡ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସେନା ପକ୍ଷରୁ ଘଟଣା ସମ୍ପର୍କରେ ଟୁଇଟ୍‌ କରାଯାଇଛି । ପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୋମବାର ରାତିରେ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । 

ଏଥିସହ ମାମଲା ପ୍ରତ୍ୟାହାର କରାଯିବ ବୋଲି ସୂଚନା ଦେଇଛନ୍ତି । ମଙ୍ଗଳବାର ଅପରାହ୍ଣରେ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍‌ ଥାନାକୁ ଯାଇଥିଲେ । ଥାନାରେ ସିସିଟିଭି ନଥିବାରୁ କ୍ରାଇମ୍‌ବ୍ରାଞ୍ଚ କିଛି ତଥ୍ୟ ପାଇନଥିଲେ । ଦୁଇ ଦିନ ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ଡିଜିପିଙ୍କୁ ତଦନ୍ତ ରିପୋର୍ଟ ଦେବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ଆର୍ମି ପକ୍ଷରୁ ଟୁଇଟ୍‌ ହେବା ପରେ କମିଶନରେଟ୍‌ ପୁଲିସ୍‌ ଇଜ୍ଜତର ଧଜିଆ ଉଡ଼ିଛି । ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୋସିଆଲ୍‌ ମିଡିଆରେ ବିଭିନ୍ନ ଆର୍ମି ଅଫିସରମାନେ ଦାବି କରୁଛନ୍ତି । 

ସେପଟେ ଅଙ୍କିତାଙ୍କ ବାପା ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଅଙ୍କିତାଙ୍କୁ ପୁଲିସ ମାଡ଼ ମାରି ଲହୁଲୁହାଣ କରିଥିଲା । ଗିରଫ କରି ଜେଲ୍‌ ପଠାଇବା ଆଗରୁ ମେଡିକାଲ ଚେକ୍‌ ଅପ୍‌ ପାଇଁ ପ୍ରଥମେ ଘରୋଇ ହସ୍ପିଟାଲ୍‌କୁ ନିଆଯାଇଥିଲା । ଅଙ୍କିତାଙ୍କୁ ପ୍ରବଳ ମାଡ଼ ମରାଯାଇଥିବା ଜଣାପଡ଼ିଥିଲା । ପୁଲିସ ପୁଣି ଆଉ ଏକ ମେଡିକାଲକୁ ଯାଇ ରିପୋର୍ଟ ବଦଳାଇଥିବା ସେ ଅଭିଯୋଗ କରିଛନ୍ତି । ଏ କଥାକୁ କମିଶରେଟ୍‌ ପୁଲିସ୍‌ର ବରିଷ୍ଠ ଅଧିକାରୀମାନେ ଖଣ୍ଡନ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସାଢ଼େ ୩ କୋଟି ଟଙ୍କା ବ୍ୟୟରେ ଠିଆ ହୋଇଥିବା ଏହି ମଡେଲ୍‌ ଥାନାରେ ସିସିଟିଭି ନରହିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.