ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

୧୦୦ ଦିନର ହିସାବ ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ, ୮୫ ହଜାର କୋଟିର ରେଳ କାମ ଚାଲିଛି

ଭୁବନେଶ୍ୱର, ୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରକୁ ଶହେ ଦିନ ପୂରିଲା । ଶହେ ଦିନର ବିଜେପି ସରକାର ଦେଶ ଓ ରାଜ୍ୟରେ କେତେ କାମ କରିଛି ତା’ର ହିସାବ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି, ୟୁପିଏ ସରକାର ତୁଳନାରେ ମୋଦି ସରକାରରେ ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏବେ ରାଜ୍ୟରେ ୮୫ ହଜାର କୋଟିର ରେଳ ପ୍ରକଳ୍ପ କାମ ଚାଲିଛି । ୨୫ ହଜାର କୋଟିର ନୂଆ କାମକୁ ମଞ୍ଜୁରୀ ମିଳିଛି । ଆଗାମୀ ଦିନରେ ଦେଶରେ ବାହାନଗା ଭଳି ବଡ଼ ରେଳ ଦୁର୍ଘଟଣାକୁ ଏଡ଼ାଇବାକୁ ପ୍ୟାନେଲ ଡାଇରେକ୍ଟ ଡ୍ରାଇଭ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହା ସହିତ ଆସନ୍ତା ୬ ବର୍ଷରେ ସାରା ଦେଶରେ କବଚ ସିଷ୍ଟମ କାମ ସରିବ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି । ଅଶ୍ୱିନୀ କହିଛନ୍ତି, ୟୁପିଏ ସରକାର ତୁଳନାରେ ମୋଦିଙ୍କ ସମୟରେ ରେଳ କ୍ଷେତ୍ରରେ ଓଡ଼ିଶାର ଯଥେଷ୍ଟ ଅବଦାନ ବଢିଛି । ଗତ ତିନିବର୍ଷ ହେବ ଲଗାତାର ୧୦ ହଜାର କୋଟିରୁ ଅଧିକ ଅର୍ଥ ରେଳ ବଜେଟରେ ଦିଆଯାଇଛି । ହ୍ୱାଟସ୍‌ଆପରେ ଯାହା ମେସେଜ୍‌ ଆସୁଛି, ତାହାକୁ ଫରୱାର୍ଡ ନ କରିବାକୁ ଅଶ୍ୱିନୀ ପରାମର୍ଶ ଦେଇଛନ୍ତି । ଖବରର ସତ୍ୟତା ଯାଞ୍ଚ କରିବା ପରେ ଅନ୍ୟଙ୍କୁ ପଠାନ୍ତୁ । 

ଆଗାମୀ ଦିନରେ ମିଥ୍ୟା ଖବର ବା ଫେକ୍‌ ମେସେଜ୍‌ ରୋକିବାକୁ ପଦକ୍ଷେପ ନିଆଯିବ । ଆଗକୁ ଏ ନେଇ କଡ଼ାକଡ଼ି ନିୟମ ଆସିବ ବୋଲି ସେ ଚେତାବନୀ ଦେଇଛନ୍ତି । ଗତ ୧୦୦ ଦିନରେ ଭାରତକୁ ବିକଶିତ କରିବା ଲାଗି ଅନେକ କାମ ହୋଇଛି । ସମାଜର ଶେଷ ବର୍ଗରେ ଥିବା ଲୋକଙ୍କ ଲାଗି ସେବା ଭାବନା ରଖି କାମ କରାଯାଉଛି । ୧୫ ଲକ୍ଷ କୋଟିର କାମ ଆରମ୍ଭ କରାଯାଇଛି । ୩ କୋଟି ପିଏମ୍‌ ଆବାସ ଦିଆଯାଉଛି । ୩ କୋଟି ବୟସ୍କଙ୍କୁ ଆୟୁଷ୍ମାନ ଭାରତରେ ସାମିଲ୍‌ ନିଷ୍ପତ୍ତି ହୋଇଛି । ପୂର୍ବୋଦୟ ବିକାଶ ଯୋଜନାରେ ଓଡ଼ିଶାକୁ ପ୍ରାଥମିକତା ଦିଆଯାଉଛି ବୋଲି ଅଶ୍ୱିନୀ କହିଛନ୍ତି । ଆଗାମୀ ଦିନରେ ବାହାନଗା ଭଳି ରେଳ ଦୁର୍ଘଟଣା କିଭଳି ନହେବ ସେ ନେଇ ବ୍ୟାପକ ପଦକ୍ଷେପ ବାବଦରେ ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦୁର୍ଘଟଣା ଏଡ଼ାଇବା ପାଇଁ ନୂଆ ବ୍ୟବସ୍ଥା ଅଣାଯାଇଛି । ପ୍ୟାନେଲ ଡାଇରେକ୍ଟ ଡ୍ରାଇଭ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେଥିରେ ଆଉ ପ୍ୟାନେଲ ରହିବ ନାହିଁ । ତେଣୁ ସେଥିରେ କିଛି ତ୍ରୁଟିବିଚ୍ୟୁତି କରାଯାଇପାରିବନି । ମଧ୍ୟପ୍ରଦେଶ ରତଲାମ୍‌ରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉପା ସରକାର ବେଳେ ବର୍ଷକୁ ୧୭୧ଟି ରେଳ ଦୁର୍ଘଟଣା ଘଟୁଥିଲା । ଏବେ ଏହା ହ୍ରାସ ପାଇଛି । 

ଗତବର୍ଷ ମାତ୍ର ୪୦ଟି ରେଳ ଦୁର୍ଘଟଣା ଘଟିଛି । ପ୍ରତି ଘଟଣାକୁ ଗମ୍ଭୀରତାର ସହ ନିଆଯାଇ ତଦନ୍ତ କରାଯାଉଛି । କେଉଁ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଲା ତଦନ୍ତ କରାଯାଇ ସୁଧାର ଅଣାଯାଉଛି । ଏଥିସହ ୯୭ ହଜାର ସିଗ୍‌ନାଲ ପ୍ୟାନେଲ ଯାଞ୍ଚ କରାଯାଇଛି । ୨୫ ହଜାର କିମି ରେଳ ଲାଇନ୍‌ ନବୀକରଣ କାର୍ଯ୍ୟ କରାଯାଇଛି । ୧ ଲକ୍ଷ ୮୬ ହଜାର କିମି ଟ୍ରାକ୍‌ ଅଲଟ୍ରାସାଉଣ୍ଡ ଟେଷ୍ଟ କରାଯାଇଛି । ୯୯୦ ରେଳ ସେତୁ ନବୀକରଣ ହୋଇଛି । ୫୩ଶହ ଫଗ୍‌ ସେଫ୍ଟି ଡିଭାଇସ୍‌ ଲାଗିଛି । ରେଳ ଦୁର୍ଘଟଣା ରୋକିବାକୁ କବଚ ସିଷ୍ଟମ୍‌ ଲାଗୁଛି । ଆସନ୍ତା ୬ ବର୍ଷ ଭିତରେ ସାରା ଦେଶରେ କବଚ ସିଷ୍ଟମ ଲଗାଯିବ । କବଚ ଲଗାଇବା ନେଇ ଜୋରଦାର୍‌ ଭାବେ କାମ ଚାଲିଛି । ୯୬ଶହ ଟ୍ରାକ୍‌ରେ କବଚ ଲଗାଇବା ପାଇଁ ଟେଣ୍ଡର ଡକାଯାଇଛି ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.