ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଆକାଶମାର୍ଗରୁ ବନ୍ୟା ସ୍ଥିତି ଦେଖିବେ ମୁଖ୍ୟମନ୍ତ୍ରୀ; ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ଜଳକା

ଭୁବନେଶ୍ୱର, ୧୮।୯: ଲଗାଣ ବର୍ଷା ପ୍ରଭାବରେ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀ ଜଳସ୍ତର ବଢ଼ିଛି । ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଗାଁରେ ପାଣି ପଶିଛି । ଲୋକେ ଜଳବନ୍ଦୀ ହୋଇ ଅଛନ୍ତି । ସୁବର୍ଣ୍ଣରେଖା ଓ ଜଳକା ନଦୀ ବିପଦ ସଙ୍କେତ ଟପିଛି । ଆଗକୁ ସୁବର୍ଣ୍ଣରେଖା ଜଳସ୍ତର ଆହୁରି ବଢ଼ିବ ବୋଲି କେନ୍ଦ୍ରୀୟ ଜଳ କମିଶନର(ସିଡବ୍ଲୁସି) ପୂର୍ବାନୁମାନ କରିଛନ୍ତି । ଏହା ବସ୍ତା, ଭୋଗରାଇ ଓ ବାଲିଆପାଳରେ ଅଧିକ ବିପଦ ସୃଷ୍ଟି କରିପାରେ । ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହେଲିକାପ୍ଟର ଯୋଗେ ଆକାଶମାର୍ଗରୁ ବାଲେଶ୍ୱରର ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି । ସିଡବ୍ଲୁସିର ପୂର୍ବାନୁମାନ ଅନୁସାରେ, ସୁବର୍ଣ୍ଣରେଖା ଜଳସ୍ତର ୧୦.୯୫ମି ଉଚ୍ଚତାରେ ପ୍ରବାହିତ ହୋଇପାରେ । ଏହା ହେଉଛି ଏହି ନଦୀର ସର୍ବୋଚ୍ଚ ଜଳପ୍ରବାହ ସ୍ତର । ଏହା ପ୍ରଭାବରେ ବାଲେଶ୍ୱରର ବନ୍ୟା ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି । ମଙ୍ଗଳବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବାଲେଶ୍ୱର ସମେତ ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି । ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନି ରୋଡ୍‌ଠାରେ ବିପଦ ସଙ୍କେତ ସ୍ତର ୬.୫୦ ମିଟର ଥିବାବେଳେ ଏଠାରେ ୬. ୭୬ମିଟର ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । 

ସୁବର୍ଣ୍ଣରେଖା ଜଳସ୍ତର ମଧ୍ୟ ବିପଦ ସଙ୍କେତ ଟପିଯାଇଛି । ବୁଢ଼ାବଳଙ୍ଗ ନଦୀରେ ଏନ୍‌ଏଚ୍‌-୫ ଗୋବିନ୍ଦପୁରଠାରେ ବିପଦ ସଙ୍କେତ ସ୍ତର ୮.୧୩ ମିଟର ଥିବାବେଳେ ୭.୫୨ ମିଟର ଉଚ୍ଚତାରେ ପାଣି ଚାଲିଛି । ଯାଜପୁର ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ବର୍ଷା ହୋଇଛି । ଆଖୁଆପଦାଠାରେ ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ଏବେ ୧୮ ମିଟରରେ ଜଳ ପ୍ରବାହିତ ହେଉଛି । ଏବେ ଏହି ଜଳସ୍ତର ହ୍ରାସ ପାଉଛି । ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଏସବୁ ଜିଲ୍ଲାରେ ବନ୍ୟା ଆଶଙ୍କା ନାହିଁ । ତଥାପି ଜିଲ୍ଲା ପ୍ରଶାସନକୁ ପରବର୍ତ୍ତୀ ୨୪ ଘଣ୍ଟା ସତର୍କ ରହିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଭଦ୍ରକ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଆଖୁଆପଦାଠାରେ ଜଳସ୍ତର ହ୍ରାସ ପାଇଛି । ଜିଲ୍ଲାରେ ବିଶେଷ ବର୍ଷା ହୋଇନି । ବନ୍ୟା ସମ୍ଭାବନା ନାହିଁ । ପରବର୍ତ୍ତୀ ୨୪ ଘଣ୍ଟା ସତର୍କ ରହିବା ପାଇଁ କୁହାଯାଇଛି । ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଜିଲ୍ଲାରେ ଗତ ତିନି ଦିନରେ ହାରାହାରି ୨୦୩.୩ ମିଲିମିଟର ବର୍ଷା ହୋଇଛି । ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢୁଥିବାରୁ ଏହା ଜିଲ୍ଲା ପାଇଁ ବିପଦ ସୃଷ୍ଟି କରିପାରେ । ଗତକାଲି ଜିଲ୍ଲାରେ ସେଭଳି କୌଣସି ବର୍ଷା ନଥିଲା  । ବାଲେଶ୍ୱର ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଭୋଗରାଇ ବ୍ଲକରେ ୪୦୦ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଯାଜପୁର ଜିଲ୍ଲାରେ ବନ୍ୟାର କୌଣସି ଆଶଙ୍କା ନାହିଁ ବୋଲି ସମୀକ୍ଷାରୁ ଜଣାପଡ଼ିଛି । 

ବିଭିନ୍ନ ଜିଲ୍ଲାର କ୍ଷୟକ୍ଷତି ଆକଳନ କରି ସପ୍ତାହେ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳମାନେ ଘରଦ୍ୱାର ଓ ଚାଷର ସଠିକ୍‌ କ୍ଷୟକ୍ଷତି ଆକଳନ ସମୟରେ ଦାୟିତ୍ୱର ସହ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତହସିଲଦାର ଓ ରାଜସ୍ୱ ନିରୀକ୍ଷକମାନେ ଠିକ୍‌ରେ ସର୍ଭେ କରିବାକୁ କୁହାଯାଇଛି । ଜିଲ୍ଲାପାଳଙ୍କ ଆବଶ୍ୟକତା ଅନୁସାରେ ଅଗ୍ନିଶମ ବାହିନୀର ଅତିରିକ୍ତ ଟିମ୍‌କୁ ତୁରନ୍ତ ନିୟୋଜିତ କରିବାକୁ କୁହାଯାଇଛି । ତଳିଆ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରିବା ସହ ରନ୍ଧାଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ରିଲିଫ୍‌ କମିଶନର, ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଆଗ୍ନିକ, ଅନ୍ୟ ବରିଷ୍ଠ ଅଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ଆସନ୍ତା ୧୯ ଓ ୨୦ ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.