ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଭରତପୁରକୁ ଆସିବେ ୮ ସମ୍ବର, ଜଙ୍ଗଲରେ ସମ୍ବର ସଂଖ୍ୟା ୨୦ରେ ପହଞ୍ଚିବ

ଭୁବନେଶ୍ୱର, ୧୮।୯: ଗଞ୍ଜାମ ତପ୍ତପାଣି ଚିଡ଼ିଆଖାନାରୁ ଭରତପୁର ଅଭୟାରଣ୍ୟକୁ ଆସିବେ ଆଉ ୮ ସମ୍ବର । ୫ଟି ମାଈ ଓ ୩ ଅଣ୍ଡିରା ସମ୍ବର ଆସିବେ । ଚନ୍ଦକା ବନଖଣ୍ଡର ଏକ ୮ ଜଣିଆ ଟିମ୍‌ ୩ଟି ସ୍ୱତନ୍ତ୍ର ଭ୍ୟାନ୍‌ ନେଇ ତପ୍ତପାଣି ଯାଇଛନ୍ତି । ମଙ୍ଗଳବାର ସକାଳେ ଉକ୍ତ ଟିମ୍‌ ୮ଟି ସମ୍ବର ଧରି ଆସି ଭରତପୁରରେ ପହଞ୍ଚିବେ । ଏବେ ଏଠାରେ ୧୨ଟି ସମ୍ବରଙ୍କୁ ଛଡ଼ାଯାଇଥିବା ବେଳେ ଆଉ ୮ଟି ପହଞ୍ଚିବା ପରେ ଭରତପୁର ଜଙ୍ଗଲରେ ସମ୍ବର ସଂଖ୍ୟା ୨୦ରେ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ଚନ୍ଦକା ଡିଏଫ୍‌ଓ ଶରତ ଚନ୍ଦ୍ର ବେହେରା । ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ତୃଣଭୋଜୀ ପ୍ରାଣୀଙ୍କ ପାଇଁ ଉପଯୁକ୍ତ ସ୍ଥାନ । ଏହି ଜଙ୍ଗଲରେ ହରିଣ, ବିଲୁଆ, କୋକିଶିଆଳି, ବାର୍‌ହା, ହାତୀ ଆଦି ବିଭିନ୍ନ ପ୍ରକାର ପ୍ରାଣୀ ରହୁଛନ୍ତି । ଏଠାରେ ସମ୍ବର ଆଦୌ ନଥିଲେ । 

ତେଣୁ ଏହି ଅଭୟାରଣ୍ୟରେ ସମ୍ବର ବଂଶ ବୃଦ୍ଧି କରିବା ପାଇଁ ବନବିଭାଗ ଯୋଜନା କରିଥିଲା । ଏନେଇ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଆବେଦନ କରାଯାଇଥିଲା । ଗ୍ରୀନ ସିଗ୍‌ନାଲ ମିଳିବା ପରେ ସମ୍ବର ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଗତ ଫେବ୍ରୁଆରୀ ମାସରେ ଭରତପୁର ଜଙ୍ଗଲରେ ୨ଟି ମାଈ ଓ ଗୋଟିଏ ଅଣ୍ଡିରା ସମ୍ବର ଛଡ଼ା ଯାଇଥିଲା । ଏହି ସମ୍ବରଙ୍କ ମଧ୍ୟରେ ଗୋଟିଏ ସମ୍ବର ଶାବକ ଜନ୍ମ ହୋଇଥିଲା । ତେଣୁ ଏହି ଜଙ୍ଗଲରେ ସମ୍ବର ବଂଶ ବୃଦ୍ଧି ଘଟିବା ବନବିଭାଗ ନିଶ୍ଚିତ ହୋଇଥିଲ । ତପ୍ତପାଣି ଚିଡ଼ିଆଖାନାରୁ ଜୁନ୍‌ ୨୬ରେ ୪ଟି ଓ ଜୁଲାଇ ୫ରେ ୫ଟି ସମ୍ବର ଆଣି ବନବିଭାଗ ଭରତପୁର ଜଙ୍ଗଲରେ ଛାଡ଼ିଥିଲା । ଚିଡ଼ିଆଖାନାରୁ ଆସିଥିବାରୁ ସେମାନଙ୍କୁ ପ୍ରଥମେ ସ୍ୱତନ୍ତ୍ର ଏନ୍‌କ୍ଲୋଜରରେ ରଖା ଯାଇଥିଲା । ଚିଡ଼ିଆଖାନା ଖାଦ୍ୟ ସହ ଜଙ୍ଗଲି ଖାଦ୍ୟ ଦିଆଯାଇଥିଲା । ଜଙ୍ଗଲି ଖାଦ୍ୟ ସହ ଅଭ୍ୟସ୍ତ ହେବାପରେ ସେମାନଙ୍କୁ ଗତ ଅଗଷ୍ଟ ୧୫ରେ ମୁକ୍ତ ଜଙ୍ଗଲରେ ଛାଡ଼ି ଦିଆଯାଇଛି । 

ବୁଧବାର ୮ଟି ସମ୍ବର ପହଞ୍ଚିବା ପରେ ସେମାନଙ୍କୁ ପ୍ରଥମେ ଏନ୍‌କ୍ଲୋଜରରେ ରଖାଯାଇ ଜଙ୍ଗଲି ଖାଦ୍ୟ ସହ ଅଭ୍ୟସ୍ତ କରାଯିବ । ସେମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ସହ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ସମ୍ବରଙ୍କ ଉପରେ ନଜର ରଖିବେ । ପ୍ରତି ସପ୍ତାହରେ ଗୋଟିଏ ଦିନ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଜଙ୍ଗଲ ପରିବେଶ ସହ ସମ୍ପୂର୍ଣ୍ଣ ଭାବେ ମିଶିବା ପରେ ସେମାନଙ୍କୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ମୁକ୍ତଭାବେ ଛଡ଼ାଯିବ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ସମ୍ବର ସହିତ ଗୟଳ ବଂଶ ବୃଦ୍ଧି କରିବା ଲକ୍ଷ୍ୟରେ ରହିଛି ବନବିଭାଗ । ଚଳିତ ମାସରେ ଦେବ୍ରୀଗଡ଼ ଅଭୟାରଣ୍ୟରୁ ୨୦ ଗୟଳ ଆଣି ଏହି ଜଙ୍ଗଲରେ ଛଡ଼ାଯିବ ବୋଲି ଡିଏଫ୍‌ଓ ଶ୍ରୀ ବେହେରା କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.