ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ମୋଦିଙ୍କୁ ଦେଖିବାକୁ ବର୍ଷାରେ ଭିଜିଲେ, ବିମାନବନ୍ଦରରୁ ଜନତା ମଇଦାନ ପ୍ରଶଂସକଙ୍କ ଭିଡ଼

ଭୁବନେଶ୍ୱର, ୧୮।୯: ସେପ୍ଟେମ୍ବର ୧୭ । ଜନ୍ମଦିନରେ ଜନତା ମଇଦାନକୁ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାକୁ ସମସ୍ତେ ଅପେକ୍ଷା କରି ରହିଥିଲେ । ଶେଷରେ ସେହି ପ୍ରତୀକ୍ଷିତ ମୁହୂର୍ତ୍ତ ଆସିଲା । ମୋଦି ଆସି ସୁଇଚ୍‌ ଟିପିବା ମାତ୍ରେ ୨୫ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଚୁଟ୍‌କିରେ ଆସିଲା ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ଟଙ୍କା । ଏହାକୁ ନେଇ ମହିଳାଙ୍କ ଭିତରେ ଖୁସି କାହିଁରେ କ’ଣ । ସବୁଠି ଖୁସିର ଲହରୀ ଖେଳି ଯାଇଥିଲା । ଆଜି ସକାଳୁ ମଧ୍ୟାହ୍ନ ଯାଏ ଜନତା ମଇଦାନରେ ସୁଭଦ୍ରାକୁ ନେଇ ଅଭୂତପୂର୍ବ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ଆରମ୍ଭବେଳେ ବର୍ଷା ବାଧା ଦେଇଥିଲେ ବି ମହିଳାଙ୍କ ଉତ୍ସାହ କାଣିଚାଏ ଊଣା ହୋଇନଥିଲା । ଭୋର୍‌ରୁ ରାଜଧାନୀରେ ଭିଡ଼ ଆରମ୍ଭ ହୋଇଯାଇଥିଲା । 

ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ଗଞ୍ଜାମ, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ରାୟଗଡ଼ା, କେନ୍ଦୁଝର, ନୂଆପଡ଼ା, ଫୁଲବାଣୀ, ବୌଦ୍ଧରୁ ବସ୍‌ ଯୋଗେ ସୁଭଦ୍ରା ହିତାଧିକାରୀମାନଙ୍କୁ ଅଣାଯାଇଥିଲା । ରାତି ପାହିବା ଆଗରୁ ସେମାନଙ୍କ ବସ୍‌ ଆସି ସାଲିଆ ସାହି-ଉତ୍କଳ ହସ୍ପିଟାଲ ରାସ୍ତା ପାଶ୍ୱର୍ରେ ଅଟକିଥିଲା । ଉପକୂଳବର୍ତ୍ତୀ ସବୁ ଜିଲ୍ଲାରୁ ବସ୍‌ ଆସି ସକାଳୁ ସକାଳୁ ପହଞ୍ଚିଥିଲା । ଏ ସବୁ ସ୍ଥାନରୁ ଆସିଥିବା ବସ୍‌ଗୁଡ଼ିକ ସପ୍ତମ ବାଟାଲିୟନ ପଡ଼ିଆରେ ପାର୍କିଂ କରିଥିଲେ । ବଡ଼ ଏସି ବସ୍‌ ଓ ପ୍ରିମିୟମ ବସ୍‌ରେ ମହିଳାଙ୍କୁ ଅଣାଯାଇଥିଲା । ସମସ୍ତେ ଜଳଖିଆ ଖାଇବା ପରେ ଜନତା ମଇଦାନ ସମାବେଶସ୍ଥଳକୁ ମୁହାଁଇଥିଲେ । ସକାଳ ୯ଟା ସୁଦ୍ଧା ଜନତା ମଇଦାନର ଅଧା ଚେୟାର ପୂରି ଯାଇଥିଲା । ୧୧ଟା ବେଳକୁ ସବୁ ଚେୟାରରେ ମହିଳାମାନେ ବସି ସାରିଥିଲେ ।

ସମସ୍ତେ ମୁଣ୍ଡରେ ସୁଭଦ୍ରା ଲୋଗୋ ଥିବା ଟୋପି ପିନ୍ଧିବା ସହ ବ୍ୟାଚ୍‌ ଲଗାଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ମଞ୍ଚକୁ ଆସିବା ମାତ୍ରେ ମହିଳାମାନେ ଛିଡ଼ା ହୋଇ ମୋଦି...ମୋଦି...ନାରାରେ ମଇଦାନ କମ୍ପାଇଥିଲେ । ମୋଦି ହାତ ହଲାଇ ଓ ପ୍ରଣାମ ହୋଇ ମା’ମାନଙ୍କୁ ସମ୍ମାନ ଜଣାଇଥିଲେ । ସମାବେଶ ସ୍ଥଳରେ ମୋଦି ପହଞ୍ଚିବା ପରେ ବର୍ଷା ଛେଚିଥିଲା । ପ୍ରବଳ ବର୍ଷାରେ ହ୍ୟାଙ୍ଗରର କିଛି ଜାଗାରୁ ପାଣି ଗଳିଥିଲା । ପଡ଼ିଆ ସାରା କାଦୁଅ ପଚପଚ ହୋଇଥିଲା । ଲୋକଙ୍କ ଚେୟାର ତଳେ ପାଣି ହୋଇ ଯାଇଥିଲା । ମହିଳାମାନେ ଗୋଡ଼ ଉପରକୁ କରି ବସିଥିଲେ । ଲଗାଣ ବର୍ଷା ଯୋଗୁ ସାଧାରଣ ଦର୍ଶକ ସମେତ ଭିଭିଆଇପି ଗ୍ୟାଲେରୀ, ନିମନ୍ତ୍ରିତ ଦର୍ଶକ ଗ୍ୟାଲେରୀ ଓ ଅଫିସର ଗ୍ୟାଲେରୀରେ ବସିଥିବା ଲୋକେ ଗୋଡ଼ ଟେକି ବସିବାକୁ ବାଧ୍ୟ ହୋଇଥିଲେ । କିଛି ସମୟ ପାଇଁ ଲାଗିଥିବା ଏଲ୍‌ଇଡି ସ୍କ୍ରିନ୍‌ କଟି ଯାଇଥିଲା ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.