ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ସ୍ବାସ୍ଥ୍ୟ ଓ ଜୀବନ ବୀମା ଉପରେ ଲାଗୁ ହେଉଥିବା ଜିଏସ୍‌ଟିର ହେବ ସମୀକ୍ଷା; ସେପ୍ଟେମ୍ବର ୯ ତାରିଖରେ ବସିବ ଜିଏସ୍‌ଟି କାଉନସିଲିଂ ବୈଠକ

Image source: ABP live

ନୂଆଦିଲ୍ଲୀ,୧୩/୦୮: ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ପ୍ରିମିୟମ ଉପରେ ଜିଏସ୍‌ଟି ପ୍ରତ୍ୟାହାର କରିବାକୁ ଏକ ପ୍ରସ୍ତୁତି ଚାଲିଛି। ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ପ୍ରିମିୟମରୁ ଜିଏସ୍‌ଟି ପ୍ରତ୍ୟାହାରକୁ ନେଇ ଆଲୋଚନା କରିବାକୁ ୯ ସେପ୍ଟେମ୍ବର ୨୦୨୪ ରେ ଜିଏସଟି ପରିଷଦର ଏକ ବୈଠକ ଡକାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି ପରିଷଦର ଏହା ହେଉଛି ୫୪ ତମ ବୈଠକ, ଯେଉଁଥିରେ ସ୍ୱାସ୍ଥ୍ୟ ବୀମା ଏବଂ ଜୀବନ ବୀମା ଉପରେ ଜିଏସ୍‌ଟି ଆଦାୟକୁ ନେଇ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କରାଯିବ। 

ଜିଏସଟି ପରିଷଦର ଏଜେଣ୍ଡା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ କିନ୍ତୁ ସଂସଦରେ ଏହି ପ୍ରସଙ୍ଗରେ ଏକ ବଡ଼ ଧରଣର ଉତ୍ତେଜନା ଦେଖାଦେଇଥିଲା। ଗତ ସପ୍ତାହରେ ଶେଷ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ବିରୋଧୀ ଦଳର ସାଂସଦମାନେ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ଉପରେ ଜିଏସ୍‌ଟି ସମ୍ପର୍କରେ ଉଭୟ ଗୃହ ଏବଂ ସଂସଦ ବାହାରେ ବ୍ୟାନର ଏବଂ ପୋଷ୍ଟର ଲଗାଇ ସରକାରଙ୍କୁ ଘେରିଥିଲେ। ଏହା ପରେ ଅର୍ଥ ବିଲ୍ ଉପରେ ହୋଇଥିବା ଆଲୋଚନାର ଜବାବ ଦେବାବେଳେ ଅର୍ଥମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଥିଲା। ଗୃହମନ୍ତ୍ରୀ ଗୃହରେ କହିଛନ୍ତି ଯେ ଆସନ୍ତା ଜିଏସଟି ପରିଷଦ ବୈଠକରେ ଏହି ପ୍ରସଙ୍ଗ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା ହେବ। କେବଳ ବିରୋଧୀ ନୁହଁନ୍ତି, ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ଜୀବନ ବୀମା ଏବଂ ଚିକିତ୍ସା ବୀମା ପାଇଁ ପ୍ରିମିୟମ ଦେୟରୁ ଜିଏସ୍‌ଟିକୁ ହଟାଇବାକୁ ଦାବି କରିଛନ୍ତି। ତେଣୁ ସଂସଦର ସ୍ଥାୟୀ କମିଟି ମଧ୍ୟ ଏହାକୁ ସୁପାରିଶ କରିଛନ୍ତି।

ରାହୁଲ ଗାନ୍ଧୀ ଏବଂ ଅନ୍ୟ ବିରୋଧୀ ଦଳର ସାଂସଦଙ୍କ ଦ୍ୱାରା ଗୃହ ଭିତରେ ହୋଇଥିବା ବିରୋଧର ଜବାବରେ ଅର୍ଥମନ୍ତ୍ରୀ କହିଥିଲେ ଯେ, ମେଡିକାଲ ବୀମା ପ୍ରିମିୟମ ଉପରେ ଆଦାୟ କରାଯାଉଥିବା ୧୮ ପ୍ରତିଶତ ଜିଏସ୍‌ଟି ମଧ୍ୟରୁ ୯ ପ୍ରତିଶତ ସିଧାସଳଖ ରାଜ୍ୟ ଆକାଉଣ୍ଟକୁ ଯାଉଛି। ଏବଂ କେନ୍ଦ୍ରକୁ ଆସୁଥିବା ଟ୍ୟାକ୍ସ ମଧ୍ୟରୁ ୪୨ ପ୍ରତିଶତ ଟ୍ୟାକ୍ସ ଡିଭୋଲ୍ୟୁସନ ପୁଲରୁ ରାଜ୍ୟ ଖାତାକୁ ଯାଉଛି। ଅର୍ଥାତ୍ ୧୦୦ ରୁ ୭୪ ଟଙ୍କା ରାଜ୍ୟରୁ ସଂଗୃହିତ ହେଉଥିବା ଜିଏସିକୁ ଯାଇଥାଏ। କେବଳ କେନ୍ଦ୍ର ସରକାର ଔଷଧ ଏବଂ ଜୀବନ ବୀମା ଉପରେ ଜିଏସଟି ସଂଗ୍ରହ କରୁଥିବା ଅଭିଯୋଗକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି।

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.