ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର

Published By : Prameya | February 15, 2025 1:44 PM

ଭୁବନେଶ୍ଵର, ୧୫/୦୨ : ସାର୍ବଜନୀନ ହେବ ରତ୍ନଭଣ୍ଡାର ଅଳଙ୍କାର ତଥ୍ୟ। ଖୁବ୍‌ଶୀଘ୍ର ରାଜ୍ୟ ସରକାର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାର ଗୁଡ଼ିକର ତଥ୍ୟ ସାର୍ବଜନୀନ କରିବେ। ଗଣତିମଣତି ଶେଷ ହେବା ପରେ କେତେ ଅଳଙ୍କାର ରହିଛି ସେନେଇ ସବିଶେଷ ତଥ୍ୟ ଦିଆଯିବ। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।  

ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିଛି। ଏବେ ଭିତର ଓ ବାହାର ରତ୍ନଭଣ୍ଡାର ଭିତର ପାର୍ଶ୍ୱ ମରାମତି କାମ ଚାଲିଥିବା ବେଳେ ବାହାର ପାଶ୍ୱର୍ରୁ ମଧ୍ୟ ପ୍ଲାଷ୍ଟର ଛଡ଼ାଇବା କାମ ଆରମ୍ଭ ହୋଇଛି। ଭିତର ରତ୍ନଭଣ୍ଡାର ଭିତର ପାର୍ଶ୍ୱ କାନ୍ଥ ଓ ଛାତରୁ ପ୍ଲାଷ୍ଟର ଛଡ଼ା ଯାଇ କେମିକାଲ ଟ୍ରିଟମେଣ୍ଟ କରାଯାଉଛି । ନଷ୍ଟ ପଥର ବଦଳ କରାଯାଇଛି । ପଥର ଜଏଣ୍ଟଗୁଡ଼ିକୁ ପୁନଃ ସ୍ୱତନ୍ତ୍ର ସିମେଣ୍ଟ ପ୍ରଲେପ ଦେଇ ଯୋଡେଇ କରାଯାଇଛି। ମୂଷା ଗାତଗୁଡ଼ିକୁ ବୁଜା ଯାଇଛି। କାମକୁ  ଜୋର୍‌ଦାର୍‌ କରି ନିର୍ଦ୍ଧାରିତ ସମୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ୩ ମାସ ଭିତରେ ରତ୍ନଭଣ୍ଡାର ମରାମତି ସାରିବାକୁ ଏଏସ୍‌ଆଇ ସମୟ ନେଇଛି । ମରାମତି ଶେଷ ହେବା ପରେ ଗଣତି ମଣତି ଆରମ୍ଭ ହେବ। ଶେଷ ଥର ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯାଇଥିଲା।

ଏହି ଖବରଟିକୁ ପଢନ୍ତୁ-ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.