ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

୭୭ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ଲକ୍ଷ୍ୟ, କଟନୀ ଛଟନୀକୁ ନେଇ ସରକାର ଆଲର୍ଟ

Published By : prameya | February 15, 2025 1:52 PM

ଭୁବନେଶ୍ବର,୧୫/୦୨: ରାଜ୍ଯରେ ମାର୍ଚ୍ଚ  ୩୧ ତାରିଖ ଯାଏଁ ଚାଲିବ ଧାନ କିଣା  । ବର୍ତ୍ତମାନ ସୁଦ୍ଧା ୬୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣି ସାରିଲେଣି ରାଜ୍ୟ ସରକାର । ୭୭ ଲକ୍ଷ  ମେଟ୍ରିକ୍ ଟନ୍ ଧାନ କିଣିବା ପାଇଁ  ସରକାରଙ୍କ ରହିଛି ଟାର୍ଗେଟ । 

ଏହା ମଧ୍ୟ ପଢନ୍ତୁ- ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର

ତେବେ ଫେବୃଆରୀ ୧୫ ତାରିଖ ଅର୍ଥାତ ଆଜି ସୁଦ୍ଧା ଗତବର୍ଷ ତୁଳନାରେ ଅଧିକ ୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣି ସାରିଲେଣି ସରକାର । ପାଖାପାଖି ୧୨ ଲକ୍ଷ ଚାଷୀ ଇନପୁଟ ସବସିଡି ପାଇସାରିଲେଣି । ଧାନ ବିକ୍ରି କରିବାର ୪୮ ଘଣ୍ଟା ଭିତରେ ପେମେଣ୍ଟ ପାଉଛନ୍ତି ଚାଷୀ । କଟନୀ ଛଟନୀ ବନ୍ଦ କରିବା ପାଇଁ ସରକାର ପୁରା ଆଲର୍ଟ ଅଛନ୍ତି । କଟନୀ ଛଟନୀ ବହୁତ କମ୍ ହେଉଛି । କଟନୀ ଛଟନୀ କିମ୍ବା ଅନିୟମିତତା ନେଇ ଯେଉଁ ସ୍ଥାନରୁ ଅଭିଯୋଗ ଆସୁଛି । ତା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛି ଯୋଗାଣ ବିଭାଗ । ଏହା ମଧ୍ୟରେ ଅନେକ ମିଲଗୁଡ଼ିକୁ ସିଲ କରିବା ସହ କାରଣ ଦର୍ଶାଅ ନୋଟିସ ମଧ୍ୟ କରିଛନ୍ତି ସରକାର । ଅନିୟମିତତାରେ ସଂପୃକ୍ତ ଥିବା ଅଫିସରମାନଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.