ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ଫ୍ରାନ୍ସରେ ବୁଲୁଛନ୍ତି ଭାରତୀୟ କୋଚ୍ ଗୌତମ ଗମ୍ଭୀର, ‘ଏକ୍ସ’ ରେ ସେୟାର କଲେ ଫଟୋ

Published By : Prameya | March 27, 2025 10:13 AM

ନୂଆଦିଲ୍ଲୀ,୨୭/୦୩: ଟିମ୍‌ ଇଣ୍ଡିଆକୁ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଚାମ୍ପିଅନ୍‌ କରାଇବା ପରେ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର  ପରିବାର ସଦସ୍ୟଙ୍କ ସହ ଫ୍ରାନ୍ସରେ ଛୁଟି କଟାଉଛନ୍ତି । ତାଙ୍କ ସହ ପତ୍ନୀ ନତାଶା ଏବଂ ଦୁଇ ଝିଅ ଆଜିନ୍‌ ଓ ଅନାଇଜା ମଧ୍ୟ ରହିଛନ୍ତି । ସେ ସୋସିଆଲ୍‌ ମିଡିଆ ‘ଏକ୍ସ’ ପୃଷ୍ଠାରେ ଫଟୋ  ଛାଡ଼ି ଏବିଷୟରେ ଜଣାଇଛନ୍ତି । 

ଆଇପିଏଲ୍‌ ଜାରି ରହିଥିବାରୁ  ଭାରତୀୟ ଦଳର ଏବେ କୌଣସି କ୍ରୀଡ଼ାସୂଚୀ ନାହିଁ । ତେଣୁ ଗମ୍ଭୀର ସପରିବାର ସହ ଗତ ସପ୍ତାହ ୱେଷ୍ଟର୍ଣ୍ଣ ୟୁରୋପ୍‌ ଯାତ୍ରା କରିଥିଲେ । ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ସୂଚୀ ପରେ ବିଶ୍ରାମ ଜରୁରୀ । 




ପୂର୍ବତନ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ୱରେ ଭାରତ  ଗତ ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଚାମ୍ପିଅନ୍‌ ହୋଇଥିଲା । ବିଶ୍ୱକପ୍‌  ସହ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ଏବଂ ବିସିସିଆଇ  ଗମ୍ଭୀରଙ୍କୁ ମୁଖ୍ୟ କୋଚ୍‌ ନିଯୁକ୍ତ କରିଥିଲା । ଗମ୍ଭୀର କୋଚ୍‌  ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ ଘରୋଇ ମାଟିରେ  ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଏବଂ ଅଷ୍ଟ୍ରେଲିଆ ଗସ୍ତରେ  ବର୍ଡ଼ର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ପରାଜିତ ହୋଇଥିଲା ।  

ଯାହାକୁ ନେଇ ଗମ୍ଭୀରଙ୍କୁ କଡ଼ା ସମାଲୋଚିତ ହେବାକୁ  ପଡ଼ିଥିଲା । ମାତ୍ର ଚାମ୍ପିଅନ୍ସ ଟ୍ରଫିରେ ଭାରତ ଅପରାଜେୟ  ରହିବା ସହ ତୃତୀୟ ଥର ଚାମ୍ପିଅନ୍‌ ହୋଇଥିଲା । ଫାଇନାଲ୍‌ରେ  ଭାରତ ୪ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା ।  ସୂଚନାଯୋଗ୍ୟ, ଭାରତ ଆଗାମୀ ଜୁନ ମାସରେ ଇଂଲଣ୍ଡ ଗସ୍ତ  କରି ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଏହାପରେ ଦଳ  ବାଂଲାଦେଶ ଗସ୍ତ କରିବାକୁ ଥିବାବେଳେ ଘରୋଇ ମାଟିରେ  ୱେଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଖେଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.