ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଆଜି କୁମ୍ଭ ସଂକ୍ରାନ୍ତି, ଗଜ ଉଦ୍ଧାରଣ ବେଶ ହେବେ ମହାପ୍ରଭୁ

Published By : Prameya | February 12, 2025 7:56 AM

ପୁରୀ,୧୨/୦୨ : ବୁଧବାର କୁମ୍ଭ ସଂକ୍ରାନ୍ତି । ଶ୍ରୀମନ୍ଦିର ରତ୍ନସିଂହାସନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ (ଗଜୋଦ୍ଧାରଣ) ବେଶ । ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଥିବେ । ଗରୁଡ଼ ଉପରେ ବସି ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିଥିବେ ଠାକୁରେ । ଦିଅଁଙ୍କ ସମୀପରେ ଦୁଇଟି ହାତୀ ଶୁଣ୍ଢରେ ପଦ୍ମକଢ଼ି ଧରି ଦଣ୍ଡାୟମାନ ଥିବେ । ସିଂହାସନ ତଳକୁ ଥିବେ ହାତୀ ଓ କୁମ୍ଭୀର । କୁମ୍ଭୀର ହାତୀକୁ ଆକ୍ରମଣ କରୁଥିବ । ଗଜରାଜ ଉଦ୍ଧାର ପାଇଁ ଭଗବାନଙ୍କ ଶରଣ ପଶିବେ । ଏପଟେ ଶ୍ରୀବଳଭଦ୍ର ଶଙ୍ଖ, ଚକ୍ର, ହଳ ଓ ମୂଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ ହୋଇଥିବେ । ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦଛନ୍ଦି ଏକ ପଦ୍ମ କଢ଼ି ଧରି ଦଣ୍ଡାୟମାନ ଥିବେ । 

ମଙ୍ଗଳବାର ଶ୍ରୀମନ୍ଦିର ନୀଳାଦ୍ରି ମ୍ୟୁଜିୟମ୍‌ରେ ବେଶ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟ ବେଶ ପ୍ରସ୍ତୁତକାରୀ ଠାକୁରଙ୍କ ଦୟଣା ମାଳି ସେବକ ବସନ୍ତ କୁମାର ରଣାଙ୍କ ତତ୍ତ୍ୱାବଧାନରେ ଦର୍ଜୀ ଓ ଚିତ୍ରକର ସେବକଙ୍କ ସମେତ କାରିଗରମାନେ ଠାକୁରଙ୍କ ବେଶ ପ୍ରସ୍ତୁତ କରିସାରିଛନ୍ତି । ଭିତରଛ, ତଳିଛ, ପାଳିଆ ପୁଷ୍ପାଳକ, ଖୁଣ୍ଟିଆ ଓ ମେକାପ ଆଦି ସେବକମାନଙ୍କ ସହଯୋଗରେ ବେଶ ସମ୍ପନ୍ନ ହେବ । ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କ ବେଶ ଆରମ୍ଭ ହେବ । ବେଶରେ ଥାଇ ଠାକୁରଙ୍କୁ ସନ୍ଧ୍ୟାଧୂପରେ କ୍ଷୀରି ଓ ଅମାଲୁ ଭୋଗ ଅର୍ପଣ କରାଯିବ । ଶହ ଶହ ବର୍ଷ ଧରି ଶ୍ରୀମନ୍ଦିରରେ ଠାକୁରଙ୍କ ଏହି ବେଶ ଅନୁଷ୍ଠିତ ହୋଇଆସୁଛି ।

ଏହି ଖବରଟିକୁ ପଢନ୍ତୁ-ଜୈବିକ ଚାଉଳରେ ହେବ ମହାପ୍ରସାଦ, ସୋମବାର ଭୁବନେଶ୍ୱରରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.