ନୂଆଦିଲ୍ଲୀ,୧୦/୪ : ମୁମ୍ୱାଇ ୨୬/୧୧ ଆତଙ୍କି ଆକ୍ରମଣର ମାଷ୍ଟରମାଇଣ୍ଡ ତେହବୁର ରାଣାର ଆସିଲା ପ୍ରଥମ ଫଟୋ । ଆମେରିକାରୁ ଭାରତୀୟ ଅଧିକାରୀମାନେ ତାକୁ କଡା ସୁରକ୍ଷା ମଧ୍ୟରେ ଆଣି ଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇଛନ୍ତି। ତା’ର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି ।
ରାଣାକୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଅଣାଯାଇଛି । ଅତ୍ୟଧିକ ସୁରକ୍ଷା ପାଇଁ ଏହି ବିମାନରେ ଭାରତୀୟ ଗୁପ୍ତଚର ତଥା ଅନୁସନ୍ଧାନକାରୀ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ବିମାନବନ୍ଦରରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥାର ଅନୁପାଳନ କରାଯାଇଥିଲା । ଦିଲ୍ଲୀର ପଲାମ ବିମାନ ବନ୍ଦରରେ ରାଣାକୁ ନବା ପାଇଁ ବୁଲେଟ ପ୍ରୁଫ ଗାଡି ସାଙ୍ଗକୁ ସଶସ୍ତ୍ର କମାଣ୍ଡୋମାନେ ମୁତୟନ ରହିଥିଲେ।