ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଫିଲ୍ମ ‘ ତୁମସେ ଅଚ୍ଛା କୌନ ହୈ ’ର ଅଭିନେତା ଏବେ ଏମିତି ଜୀବନ ବିତାଉଛନ୍ତି , କରୁଛନ୍ତି ଏହି କାମ

ମୁମ୍ୱାଇ : ୨୦୦୨ ମସିହାରେ ଆସି ଥିଲା ଏକ ଫିଲ୍ମ। ଯାହାର ନାଁ ଥିଲା ‘ତୁମସେ ଅଚ୍ଛା କୌନ ହୈ ’। ଏହି ଫିଲ୍ମରେ ଆରତି ଛାବରିଆ , କିମ୍‌ ଶର୍ମାଙ୍କ ସହ ଜଣେ ନୂଆ ଚେହେରା ଭାବେ ନଜର ଆସିଥିଲେ ନକୁଲ କପୁର। ଫିଲ୍ମରେ ନକୁଲ ଏକ ଗାଁର ଯୁବକ ଅର୍ଜୁନ ସିଂହଙ୍କ ଚରିତ୍ର କରି ଥିଲେ। ଅର୍ଜୁନ ସିଂହ , ଯିଏ ଗାଁରୁ ସହରକୁ ଆସିବା ଓ ସିଙ୍ଗର ହେବାର ସ୍ୱପ୍ନ ଦେଖିବାକୁ ପ୍ରଦର୍ଶିତ କରାଯାଇଛି। ଏହି ଫିଲ୍ମର କାହାଣୀ ଓ  ଜବରଦସ୍ତ ମ୍ୟୁଜିକ୍‌ ଏହି ଅଭିନେତାଙ୍କୁ ରାତାରାତି ଷ୍ଟାର କରି ଦେଇ ଥିଲା। 

ନକୁଲଙ୍କର ଏହା ପ୍ରଥମ ଫିଲ୍ମ ନଥିଲା , ହେଲେ ତାଙ୍କୁ ପରିଚୟ ତୁମସେ ଅଚ୍ଛା କୌନ ହୈ ରୁ ମିଳିଥିଲା। ଏହି ଫିଲ୍ମ ପରେ ଅଭିନେତାଙ୍କ ତୁଳନା ସଲମାନ-ଶାହରୁଖଙ୍କ ସହ କରାଗଲା। କିନ୍ତୁ ହଠାତ୍‌ ସେ ଇଣ୍ଡଷ୍ଟ୍ରୀରୁ ଉଭାନ ହୋଇ ଗଲେ। 

ରେଡିଓ , ଟିଭି ଚ୍ୟାନେଲ ଗୁଡ଼ିକରେ , ଆଖଁ ହୈ ଭରି ଭରି , ତୁମସେ ଅଚ୍ଛା କୌନ ହୈ ... ଭଳି ଗୀତ ଦିନରାତି ବାଜୁ ଥିଲା। ମ୍ୟୁଜିକ୍‌ ଖୁବ୍‌ ହୃଦୟସ୍ପର୍ଶୀ ଥିଲା ଯେ, ଆଜି ବି ଏହି ଗୀତକୁ ଗୁଣୁଗୁଣାନ୍ତି ଲୋକେ। ନକୁଲଙ୍କର ସରଳତା ଓ କ୍ୟୁଟନେସ୍‌ରେ ପ୍ରଶଂସକ ଫିଦା ହୋଇ ଯାଇଥିଲେ। ଏଥିରୁ ଆଶା କରାଗଲା ଯାଉଥିଲା କି , ନକୁଲ ଏବେ ଇଣ୍ଡଷ୍ଟ୍ରୀରେ ଧମାକା କରିବେ। କିନ୍ତୁ ବାସ୍ତବରେ ଏମିତି ହେଲା ନାହିଁ। ଅଭିନେତାଙ୍କ ଗାଏବ ହୋଇ ଯିବାର ଖବର ପ୍ରଶଂସକଙ୍କୁ ନିରାଶ କରି ଦେଲା। ତାଙ୍କର ମୃତ୍ୟୁ ହୋଇଥିବା ୨୦୧୫ରେ ଖବର ପ୍ରଚାରିତ ହେଲା , ଯାହାକି ଏକ ଗୁଜବ ଥିଲା। 


ଫିଲ୍ମ ତୁମସେ ଅଚ୍ଛା କୌନ ହୈ  ପରେ ଯେମିତି ତାଙ୍କର ପ୍ରଶଂସକମାନେ ଇଚ୍ଛା କରିଥିଲେ କି, ସେ ଅନେକ ବଡ଼ ବଡ଼ ପ୍ରୋଜେକ୍ଟରେ ଦେଖା ଯିବେ। ଏମିତି ବି ନକୁଲ ନିଜେ ଭାବିଥିଲେ। କିନ୍ତୁ ସେଭଳି କିଛି ହେଲା ନାହିଁ। ଏକ ସୁପରହିଟ୍‌ ଫିଲ୍ମ ଦେବା ପରେ ବି ତାଙ୍କୁ ପସନ୍ଦର ରୋଲ୍‌ ମିଳିବା ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରିବାକୁ ପଡ଼ିଲା। ଶେଷରେ ସେ ହାରିଗଲେ। ଆଉ ନିଜର ପରିବାର ସହ କାନାଡାରେ ରହିବାର ପ୍ଲାନିଂ କରି ନେଲେ। 

ନକୁଲ ଏବେ ନିଜ ଝିଅ ଓ ପତ୍ନୀଙ୍କ ସହ କାନାଡାରେ ରହୁଛନ୍ତି। ଅଭିନେତା ବିଦେଶରେ ନିଜର ଏକ ଯୋଗ ଇନଷ୍ଟିଚ୍ୟୁଟ୍‌ ଖୋଲିଛନ୍ତି , ଯାହାର ନାଁ ଡିଭାଇନ ଲାଇଟ୍‌ ରହିଛି। ଏବେ ତାଙ୍କର ଦୁନିଆ କାନାଡାରେ ନିଜର ଯୋଗ ସେଣ୍ଟରରେ ହିଁ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.