ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର

Published By : Prameya | February 18, 2025 8:39 AM

ଭୁବନେଶ୍ୱର,୧୮/୦୨: କଳିଙ୍ଗ ଷ୍ଟାଡିୟମରେ ଚାଲିଛି ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌। ଆଜି ୩ଟି ମ୍ୟାଚ୍‌ ଖେଳାଯିବ । ଭାରତୀୟ ପୁରୁଷ ଦଳ ପ୍ରଥମ ଚରଣରେ ଜର୍ମାନୀକୁ ଭେଟିବ । ସେମିତି ପୁରୁଷରେ ଦ୍ୱିତୀୟ ମ୍ୟାଚ୍‌  ଇଂଲଣ୍ଡ-ସ୍ପେନ ମଧ୍ୟରେ ଖେଳାଯିବ ।  ଭାରତୀୟ ମହିଳା ଦଳ ପ୍ରଥମ ଚରଣରେ  ସ୍ପେନକୁ ଭେଟିବାର ସୂଚୀ ରହିଛି । 

ଭାରତ-ଜର୍ମାନୀ: ପୂର୍ବ  ମ୍ୟାଚ୍‌ରେ ଭାରତ ୨ଟି ମ୍ୟାଚ୍‌ ସ୍ପେନ  ସହ ଖେଳିଥିଲା । ପ୍ରଥମ ମ୍ୟାଚ୍‌ରେ  ୩-୧ ଗୋଲରେ ପରାଜିତ ହୋଇଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ୨-୦ରେ ବିଜୟୀ  ହୋଇ ପଏଣ୍ଟ ଖାତା ଖୋଲିଥିଲା । ଜର୍ମାନୀ ଏକ ଶକ୍ତିଶାଳୀ ଦଳ, ଏଫ୍‌ଆଇଏଚ୍‌ ମାନ୍ୟତାରେ ଚତୁର୍ଥ ସ୍ଥାନରେ ରହିଛି । ପୂର୍ବରୁ ଦଳ ୪ଟି ମ୍ୟାଚ୍‌  ଖେଳି ଗୋଟିଏ ବିଜୟ ସହ ୪ ପଏଣ୍ଟ  ପାଇଛି । ନେଦରଲାଣ୍ଡସ ଓ ବେଲଜିୟମକୁ ଭେଟିଥିଲା । କେବଳ ଗୋଟିଏ ମ୍ୟାଚରେ  ନେଦରଲାଣ୍ଡସକୁ ହରାଇଛି । ଘରୋଇ  ଭାରତ ବିପକ୍ଷରେ ଦଳ ଉନ୍ନତ  ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ଭାରତ ବିଜୟ ଖାତା ଖୋଲିଛି ।  ତେଣୁ ଏହି ଧାରା ଜର୍ମାନୀ ବିପକ୍ଷରେ  ଜାରି ରଖିବାକୁ ହର୍ମନପ୍ରୀତ ସିଂହଙ୍କ  ନେତୃତ୍ୱାଧୀନ ଦଳ ଟାର୍ଗେଟ ରଖିଛି ।  ଭାରତୀୟ ଦଳ ୧୮ ଓ ୧୯ ତାରିଖରେ  ଜର୍ମାନୀ ସହ ଖେଳିବ । 

ଭାରତ-ସ୍ପେନ (ମହିଳା): ମହିଳା ଦଳ ଘରୋଇ ଭେନ୍ୟୁରେ ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ । ପ୍ରଥମ ମ୍ୟାଚ୍‌ ଜିତିଥିବାବେଳେ ଦ୍ୱିତୀୟ  ମ୍ୟାଚ୍‌ରେ ସୁଟଆଉଟ୍‌ରେ ପରାଜିତ  ହୋଇଥିଲେ । କିନ୍ତୁ ସ୍ପେନ ବିପକ୍ଷରେ ଦଳ  ପୁଣି ବିଜୟ ଧାରାକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛି। ସ୍ପେନ ସହ ଦଳ ୨ଟି ମ୍ୟାଚ୍‌  ଖେଳି ସାରିବା ପରେ ଜର୍ମାନୀକୁ ଭେଟିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.