ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଚାନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ ଜଣଙ୍କ ମୃତ୍ୟୁ

Published By : Prameya | February 16, 2025 6:56 PM

ଯାଜପୁର,୧୬/୨ :  ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କାରକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଯାଜପୁର ଜିଲ୍ଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ତଥା ଡିଏସପି ରହିଛନ୍ତି ।

ମୃତ ପୋଲିସ ଅଧିକାରୀ ହେଲେ କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳର ବଳରାମ ନାୟକ। ଅନ୍ୟ ଜଣେ ଡିଏସପିଙ୍କ ସଂପର୍କୀୟ   ପୂର୍ଣ୍ଣ ଚନ୍ଦ୍ର ନାୟକ ବୋଲି ଜଣା ପଡିଛି । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ଥିବାବେଳେ ଗାଡ଼ିଟି ପୋଲିସ ଜବତ କରିଛି । 

ସୂଚନା ଅନୁଯାୟୀ ଆଜି ଅପରାହ୍ନ ସମୟରେ ଡିଏସପି ବଳରାମ୍ ନାୟକ ଓ ତାଙ୍କ ସମ୍ପର୍କୀୟ ସହ ଯାଜପୁର ରୋଡରୁ ପାଣି କୋଇଲି ଅଭିମୁଖେ ଆସୁଥିବା ସମୟରେ ୨୦ ନଂ ଜାତୀୟ ରାଜପଥ ପାଣିକୋଇଲି ଥାନା ଅନ୍ତର୍ଗତ କୃପାଳୁ ରାଇସ ମିଲ୍ ନିକଟ ଚାନ୍ଦପୁର ଛକ ନିକଟରେ କାର ଟିକୁ ସାମ୍ନା ପଟରୁ ଧକ୍କା ଦେଇଥିଲା ଟ୍ରକ । ଯେଉଁଥିରେ କାର ରେ ଥିବା ଦୁଇ ଜଣ ଗୁରୁତର ହୋଇ ପଡ଼ିଥିଲେ । ଘଟଣାସ୍ଥଳରେ ଆମେ ଆପଣଙ୍କ ପାଇଁ ହେଲ୍ପିଁ ଗ୍ରୁପ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଯାଜପୁର ଯଯାତି କେଶରୀଙ୍କ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ମୃତ ଘୋଷଣା କରିଥିଲା ।  

ତେବେ ଡିଏସପି ବଳରାମ୍ ନାୟକ ପ୍ରଥମେ ବାଲେଶ୍ଵର ଜିଲ୍ଲାରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିଥିବାବେଳେ ଏବେ ଯାଜପୁର ଜିଲ୍ଲାରେ ଡିଏସପି ଭାବେ କାର୍ଯ୍ୟରତ ଥିଲେ । ତେବେ ଆସନ୍ତ କାଲି ଜଗସିଂ ପୁର ଜିଲ୍ଲାରେ ଏସଡିପିଓ ଭାବେ ଯୋଗ ଦେଇଥାନ୍ତେ ଡିଏସପି ବଳ ରାମ୍ ନାୟକ । ମୃତ ବଳ ରାମ୍ ନାୟକଙ୍କ ଦୁଇଟି ନାବାଳିକା ଝିଅ  ଓ ପତ୍ନୀ ଅଛନ୍ତି । ପରିବାର ଲୋକେ ସମସ୍ତେ ବାଲେଶ୍ଵର ଜିଲ୍ଲାରେ ରହୁଥିବା ଜଣାପଡିଛି । ଆଜି ତାଙ୍କୁ ଯାଜପୁର ପୋଲିସ ପ୍ରଶାସନ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମଧ୍ୟ ଥିଲା । ଯାଜପୁର ଜିଲ୍ଲା ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ବରିଷ୍ଠ ଅଧିକାରୀ ଏସପି, ଡିଏସପି ଆଡିସନାଲ୍ ଏସପି ସମସ୍ତେ ପହଞ୍ଚିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.