ଭୁବନେଶ୍ଵର, ୧୦/୦୪ : ଜାଲ୍ ନୋଟ୍ ରାକେଟ୍ ଠାବ। ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ। ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ରୁ ୨ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍। ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଆନ୍ତଃରାଜ୍ୟ ଲିଙ୍କ୍ ନେଇ ଅଧିକ ତଦନ୍ତ କରୁଛି ଏସଟିଏଫ୍।
ସୂଚନାନୁଯାୟୀ, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ନକଲି ନୋଟ କାରବାର ହେଉଥିବା ଖବର ପାଇ STF ଟିମ୍ ଚଢାଉ କରିଥିଲା। ଜାଲ୍ ନୋଟ୍ କାରବାର ଅଭିଯୋଗରେ ଏସଟିଏଫ୍ ଟିଟିଲାଗଡ଼ର ଜଣେ ଟେଣ୍ଟ ହାଉସ ମାଲିକ ଓ ବାଞ୍ଜିଝାଲ ଗ୍ରାମର ଜଣେ ସହଯୋଗୀକୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ ହୋଇଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଆନ୍ତଃରାଜ୍ୟ ଲିଙ୍କ୍ ନେଇ ଏସଟିଏଫ୍ ଅଧିକ ତଦନ୍ତ କରୁଛି। ଟିଟିଲାଗଡ଼ ଅଞ୍ଚଳରେ ପୁଣି ନକଲି ନୋଟ କାରବାର ଆରମ୍ଭ ହୋଇଛି।
ଏହି ଖବରଟିକୁ ପଢନ୍ତୁ-ତାତିରୁ ମିଳିବ ଆଶ୍ୱସ୍ତି: ୧୨ରୁ ଦୁଇ ଦିନ ଯାଏ କାଳବୈଶାଖୀ ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ