ଲକ୍ଷ୍ନୌ,୫।୬: ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲା ଦେଶରେ ସୃଷ୍ଟି କରିଛି ଇତିହାସ। ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ଜିଲ୍ଲାର ୬ ଜଣ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ତାହା ମଧ୍ୟ ବିଭିନ୍ନ ଜିଲ୍ଲାର ବିଭିନ୍ନ ଲୋକସଭା ଆସନରୁ।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଇଟାୱା ଜିଲ୍ଲାର ବାସିନ୍ଦା ଅଖିଳେଶ ଯାଦବ କନୌଜରୁ , ଡିମ୍ପଲ ଯାଦବ ମେନ୍ପୁରୀରୁ, ଜିତେନ୍ଦ୍ର ଦୋହରା ଇଟାଓ୍ବାରୁ, ଅଖିଳେଶ ଯାଦବ ଫିରୋଜାବାଦ, ଅକ୍ଷୟ ଯାଦବ ବଦାୟୁରୁ ଓ ଧର୍ମେନ୍ଦ୍ର ଯାଦବ ଆଜମଗଡରୁ ଜିତି ସଂସଦରେ ପହଁଞ୍ଚିଛନ୍ତି।
ଏହାପୂର୍ବରୁ ନିର୍ବାଚନରେ ଜିତିବା ପରେ ଏହି ଜିଲ୍ଲାର ୪ ଜଣ ସଦସ୍ୟ ଲୋକସଭାରେ ପହଞ୍ଚିଥିଲେ। ୨୦୧୪ରେ ଜିଲ୍ଲାର ମୁଲାୟମ ସିଂ, ଡିମ୍ପଲ୍ ଯାଦବ, ଧର୍ମେନ୍ଦ୍ର ଯାଦବ ଏବଂ ଅକ୍ଷୟ ଯାଦବ ବିଭିନ୍ନ ଆସନରେ ଜିତିଥିଲେ। ୨୦୧୯ରେ ମଧ୍ୟ ଏହି ଜିଲ୍ଲାରୁ ୪ ଜଣ ସାଂସଦ ହୋଇଥିଲେ। ଏହି ନିର୍ବାଚନରେ ମୁଲାୟମ ସିଂହ ଯାଦବ, ଧର୍ମେନ୍ଦ୍ର ଯାଦବ ଓ ପ୍ରେମଦାସ କଠାରିୟା ଜିତିଥିଲେ।