ନୂଆଦିଲ୍ଲୀ,୨୯।୩: ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ୍ ମସ୍କ ବଡ଼ ନିଷ୍ପତ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍ ‘ଏକ୍ସ’ କୁ କଲେ ବିକ୍ରି। ତେବେ ସେ ଏହାକୁ ନିଜର ହିଁ କମ୍ପାନୀ xAIକୁ ବିକ୍ରି କରିଛନ୍ତି। ୩୩ ବିଲିୟନ୍ ଡଲାରରେ ହୋଇଛି ଏହି ଡିଲ୍। ମସ୍କ ଏହାକୁ ୪୪ ବିଲିୟନ ଡଲାରରେ କିଣିଥିଲେ। ମସ୍କଙ୍କ ଏହି ନିଷ୍ପତ୍ତି ସୋସିଆଲ ମିଡିଆ ଓ ଏଆଇ ଇଣ୍ଡଷ୍ଟ୍ରୀ ପାଇଁ ପାଲଟିପାରେ ଗେମ୍ ଚେଞ୍ଜର।
ବିକ୍ରି ହୋଇଗଲା ସୋସିଆଲ ମିଡିଆ ପ୍ଳାଟଫର୍ମ ‘ଏକ୍ସ’। ଏନେଇ ଶୁକ୍ରବାର ଘୋଷଣା କରିଥିଲେ ଏଲନ୍ ମସ୍କ। ସେ ‘ଏକ୍ସ’କୁ ନିଜର ହି କମ୍ପାନୀ xAIକୁ ବିକ୍ରି କରିଛନ୍ତି। ୩୩ ବିଲିୟନ ଡଲାର ଅଲ୍ ଷ୍ଟକ୍ ଟ୍ରାଞ୍ଜାକସନ୍ରେ ଏକ୍ସକୁ ଅଧିଗ୍ରହଣ କରିଛି xAI । ମସ୍କ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି xAI ର ଭ୍ୟାଲୁ ୮୦ ବିଲିୟନ ଡଲାର ଓ ‘ଏକ୍ସ’ର ଭ୍ୟାଲୁ ୩୩ ବିଲିୟନ ଡଲାର। ଡିଲ୍ରେ ୧୨ ବିଲିୟନ ଡଲାର ଋଣ ରହିଛି, ଯାହାଦ୍ବାରା ଏକ୍ସର ଓଭରଅଲ୍ ଭାଲ୍ୟୁଏସନ୍ ୪୫ ବିଲିୟନ ଡଲାର ହୋଇଯାଉଛି। ଦୁଇ ବର୍ଷ ପୂର୍ବେ ନିଜର ସ୍ଥାପନା ପରେ xAI ଦ୍ରୁତ ଗତିରେ ଦୁନିଆର ଟପ୍ AI ଲ୍ୟାବ୍ ଭିତରେ ପ୍ରମୁଖ ସ୍ଥାନ ନେଇଛି। ଯାହାକି ଜୋରଦାର ସ୍ପିଡ୍ ଓ ଲେବଲରେ ମଡେଲ ଓ ଡାଟା ସେଣ୍ଟର ତିଆରି କରୁଛି।’
ଏଲନ୍ ମସ୍କ ୨୦୦୨ ରେ ଟ୍ବିଟରକୁ ୪୪ ବିଲିୟନ ଡଲାରରେ କିଣିଥିଲେ। କିନ୍ତୁ କମ୍ପାନୀର ଖର୍ଚ୍ଚ ଓ ନୂଆ ବିଜନେସ୍ ମଡେଲକୁ ନେଇ ବହୁ ଚ୍ୟାଲେଞ୍ଜ ରହିଛି। ସେ ‘ଏକ୍ସ’କୁ ଏକ ଏଭରିଥିଙ୍ଗ ଆଫ୍ କରିବାର ଯୋଜନା କରିଥିଲେ, ଯେଉଁଥିରେ ଏଆଇ ପେମେଣ୍ଟ, ସର୍ଭିସେଜ୍, ଚାଟବଟ୍ ଓ ଭିଡିଓ କଣ୍ଟେଣ୍ଟ ଭଳି ସୁବିଧା ଯୋଡିବାର ବିଚାର ଥିଲା। ଏବେ ‘ଏକ୍ସ’ ଓ xAI ମିଶିବା ପରେ ଭଲ କମ୍ବିନେସନ୍ ତିଆରି ହେବାର ଆଶା କରାଯାଉଛି। xAI ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏଆଇ ସାହାଯ୍ୟରେ ବ୍ରହ୍ମାଣ୍ଡର ଗଭୀର ଜ୍ଞାନକୁ ବିକଶିତ କରିବା ଓ ମଣିଷର ଚିନ୍ତା କରିବାର କ୍ଷମତାକୁ ଆହୁରି ଦୃତ କରିବା। xAI‘ ଗ୍ରୋକ୍ ନାମକ ଏଆଇ ଚାଟବଟ୍ ଲଞ୍ଚ କରିଥିଲା। ଯାହାକି ଓପନ୍ ଏଆଇ ର ଚାଟ୍ ଜିପିଟିକୁ ଟକ୍କର ଦେବା ପାଇଁ ତିଆରି ହୋଇଥିଲା।