ପ୍ରମୂଖ ଖବର
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

‘ରାଫା ଖାଲି କର’... , ଇଦ୍ ଅବସରରେ ପାଲେଷ୍ଟାଇନୀୟଙ୍କୁ ଇସ୍ରାଏଲର ଚେତାବନୀ, ପୁଣି କଲା ଆକ୍ରମଣ

Published By : Prameya | March 31, 2025 2:58 PM

ନୂଆଦିଲ୍ଲୀ,୩୧।୩:  ଇସ୍ରାଏଲ ଓ ହମାସ ମଧ୍ୟରେ ଭାଙ୍ଗିଛି  ଅସ୍ତ୍ରବିରତି। ତେବ ଏପର୍ଯ୍ୟନ୍ତ ଏହାକୁ ଲାଗୁ କରିବାକୁ ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇନି। ଇଦ୍ ଅବସରରେ ମଧ୍ୟ ଥମୁନି ହମଲା। ମୁସଲମାନଙ୍କ ସବୁଠାରୁ ବଡ଼ ପର୍ବ ଇଦ ଅବସରରେ ଇସ୍ରାଏଲ ସେନା ଗାଜାର ରାଫା ସହରକୁ ଖାଲି କରିବାର ଚେତାବନୀ ଜାରି କରିଛି।

ଇସ୍ରାଏଲର କହିବା ଅନୁସାରେ ରାଫା ସହର ଜଲଦି ଖାଲି କର, ନଚେତ ଜୀବନ ଯିବାର ବିପଦ ରହିପାରେ। ଏଥିରୁ ସ୍ପଷ୍ଟ ଯେ, ଇସ୍ରାଏଲ ଏବେ ଗାଜା ଏହି ସହରରେ ଆକାଶ ଓ ସ୍ଥଳ ଭାଗକୁ ଦୃତ ଗତିରେ ଆକ୍ରମଣ କରିପାରେ। ହମାସ ସହ ଗତ ମାସ ଅସ୍ତ୍ରବିରତି ଶେଷ ହୋଇଛି। ତେବେ ଏହାକୁ ବଢାଇବା ଉପରେ କୌଣସି ସହମତି ମିଳିନି। ମାର୍ଚ୍ଚ ଆରମ୍ଭରୁ ହିଁ ଇସ୍ରାଏଲ ୨୦ ଲକ୍ଷ ଲୋକଙ୍କ ପର୍ଯ୍ୟନ୍ତ ପହଁଞ୍ଚାଉଥିବା ଖାଦ୍ୟ, ଔଷଧ ଏବଂ ଇନ୍ଧନ ଆଦିର ସପ୍ଲାଇ ରୋକି ଦେଇଥିଲା।

ଇସ୍ରାଏଲ ସୁତ୍ରର କହିବା ଅନୁସାରେ, ଏଭଳି କରିବାର  କାରଣ ହେଉଛି ଯେପରି ଅସ୍ତ୍ରବିରତି ସର୍ତ୍ତକୁ ହମାସ ମାନିବ।। ଏହାପରେ ମଧ୍ୟ ଅସ୍ତ୍ରବିରତି ଉପରେ ହମାସ କୌଣସି ଆଗ୍ରହ ଦେଖାଇନଥିଲା। ଏବେ ରାଫା ସହରକୁ ହିଁ ଖାଲି କରିବାକୁ ଚେତାବନୀ ଦିଆଯାଇଛି। ଏହା ମଧ୍ୟରେ ରବିବାରରୁ ନେଇ ଏପର୍ଯ୍ୟନ୍ତ ୧୧ ଜଣଙ୍କର ରାଫାରେ ମୃତ୍ୟୁ ହୋଇଛି। ମୃତକଙ୍କ ଶବ ମିଳିଛି, ତାଙ୍କ ଭିତରେ କିଛି ହମାସର ମଧ୍ୟ ଅଛନ୍ତି। ଇସ୍ରାଏଲୀ ସେନା ପାଲେଷ୍ଟାଇନୀୟଙ୍କୁ କହିଛି, ରାଫା ବଦଳରେ ମୁଭାସି ଯାଇପାରନ୍ତି। ସେଠାରେ ବହୁ ପରିମାଣରେ ଲୋକମାନେ ଟେଣ୍ଟ ଲଗାଇ ରହିଛନ୍ତି। ଏହି ନିର୍ଦେଶ ଇଦ ଅବସରରେ ଜାରି ହୋଇଥିଲା। ଯେଉଁଦିନ ମୁସଲମାନମାନେ ଉତ୍ସବ ପାଳନ କରନ୍ତି ଓ ପରସ୍ପରକୁ ଖୁଆଇଥାନ୍ତି। ରମଜାନ୍ ମାସର ଏହା ଶେଷ ଦିନରେ ହୋଇଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.