ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

Bangladesh: ଚିକେନ୍ ନେକକୁ ନେଇ ମହମ୍ମଦ ୟୁନୁସ ଦେଲେ ବିବାଦିୟ ବୟାନ, ଚୀନ୍ କୁ ବ୍ୟବସାୟ ଆରମ୍ଭ କରିବାକୁ କଲେ ନିମନ୍ତ୍ରଣ

Published By : Bijay Swain | March 31, 2025 10:49 PM

ନୂଆଦିଲ୍ଲୀ: ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ନିଜ ଚୀନ ଗସ୍ତର ଚତୁର୍ଥ ଦିନରେ ନିଜ ଅସଲି ରଙ୍ଗ ଦେଖାଇଛନ୍ତି। ସେ ଚାଇନାକୁ ନିଜ ବଙ୍ଗୋପସାଗର ସମୁଦ୍ରପଥର ବ୍ୟବହାର କରିବାକୁ ଅନୁମତି ଦେବା ସହ ନିଜକୁ ସମୁଦ୍ରର ରକ୍ଷକ ବୋଲି କହିଛନ୍ତି। ନିକଟରେ ମହମ୍ମଦ ୟୁନୁସଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଚାଇନାକୁ ବଙ୍ଗୋପସାଗର ଦେଇ ବାଣିଜ୍ୟ କରିବାକୁ ନିମନ୍ତ୍ରଣ କରୁଛଥିବା ଦେଖାଦେଇଛି। 

ସୂଚନା ମୁତାବକ, ମହମ୍ମଦ ୟୁନୁସ ୨୬ ମାର୍ଚ୍ଚରୁ ୨୯ ମାର୍ଚ୍ଚ ଯାଏ ଚୀନ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ସେ ଚୀନ ରାଷ୍ଚ୍ରପତି ସି ଜିଙ୍ଗ ପିଙ୍ଗଙ୍କୁ ଭେଟିବା ସହ ତାଙ୍କୁ ବାଂଲାଦେଶରେ ବାଣିଜ୍ୟ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି। ବିଭିନ୍ନ ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ୟୁନୁସ କହିଛନ୍ତି ଯେ “ଭାରତର ଉତ୍ତର-ପୂର୍ବରେ ଥିବା ସାତ ରାଜ୍ୟ, ଯାହାକୁ ସେଭେନ ସିଷ୍ଟର କୁହାଯାଏ ତାହା ଏକ ଲ୍ୟାଣ୍ଡଲକ କ୍ଷେତ୍ର ଭାବେ ପରିଚିତ। ସେମାନଙ୍କ ନିକଟରେ ସମୁଦ୍ର ନିକଟରେ ପହଞ୍ଚିବାର ରାସ୍ତା ନାହିଁ। ଆମେ ଉକ୍ତ ଅଞ୍ଚଳରେ ଏକମାତ୍ର ସାମୁଦ୍ରିକ ଅଞ୍ଚଳ। ଯାହା ଆପଣଙ୍କ ପାଇଁ ଏକ ବିଶାଳ ବିକଳ୍ପ ପ୍ରଦାନ କରିବ। ଉକ୍ତ ଅଞ୍ଚଳରେ ଚୀନ ନିଜ ଅର୍ଥନୀତିର ବିସ୍ତାର କରିପାରିବାର ସମ୍ଭାବନା ରହିଛି। ଏଠାରେ ଉତ୍ପାଦର ତିଆରି, ପ୍ରଡ୍ୟୁସ ଓ ବିକ୍ରୟ କରାଯାଇପାରେ।” 

ୟୁନୁସଙ୍କ ଏହି ବୟାନ ପରେ ବାଂଲାଦେଶ ଆମ ଦେଶ ପାଇଁ କେତେ ନିମ୍ନ ସ୍ତରକୁ ଯାଇପାରେ ତାହା ଅନୁମାନ କରିପାରୁଥିବେ। ବାଂଲାଦେଶ ଚୀନକୁ ଚିକେନ ନେକ ପାଖରେ ବାଣିଜ୍ୟ କରିବା ପାଇଁ ନିମନ୍ତ୍ରଣ ଦେଉଛି। ଯାହା ଉପରେ ଚୀନ ଉପରେ ବହୁ ଆଗରୁ ନଜର ରଖିଛି। ଆପଣଙ୍କୁ ଜଣାଇରଖୁ ଯେ ସିଲିଗୁଡି ଅଞ୍ଚଳକୁ ଭାରତର ଚିକେନ ନେକ ବୋଲି କହାଯାଏ। ଏହା ପଶ୍ଚିମବଙ୍ଗର ଏକ ସଂକାର୍ଣ୍ଣ ଅଞ୍ଚଳ, ଯାହା ଭାରତକୁ ପୂର୍ବୋତ୍ତର ଭାରତ ସହ ଯୋଡିଥାଏ। ଯେଉଁଥିପାଇଁ ଏହା ଭାରତ ନିମନ୍ତେ ରାଷ୍ଟ୍ରିୟ ସୁରକ୍ଷା, ରକ୍ଷା ଓ ସଂପର୍କ ପାଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅଞ୍ଚଳ ଭାବେ ପରିଗମିତ ହୋଇଥାଏ। 

ଏହି କରିଡର ପଶ୍ଚିମବଙ୍ଗର ଉତ୍ତର ଭାଗରେ ଅବସ୍ଥିତ ଓ ଏହା ମାତ୍ର ୨୨ କିଲୋମିଟର ଚଉଡା। "ଚିକେନ୍ସ ନେକ୍" ଉପରେ ଆକ୍ରମଣ କରି କୌଣସି ଦେଶ ଭାରତକୁ ଏହାର ଉତ୍ତର-ପୂର୍ବ ରାଜ୍ୟ ମାନଙ୍କଠାରୁ ଅଲଗା କରିପାରେ ବୋଲି ଭାରତ ଆଶଙ୍କା ପ୍ରକାଶ କରିଥାଏ। ଏଥିନିମନ୍ତେ ଭାରତ ପାଇଁ ଏହି ଅଞ୍ଚଳ ଏକ ସମ୍ବେଦନଶୀଳ କ୍ଷେତ୍ର ଭାବେ ରହି ଆସିଛି। ୟୁନୁସ୍ ଏହି ଅଞ୍ଚଳ ବିଷୟରେ କହି ଚୀନ୍ ର ବିଶ୍ୱାସ ଜିତିବାକୁ ଚାହୁଁଛନ୍ତି।

ଚିକେନ୍ ନେକର ପଶ୍ଚିମରେ ନେପାଳ, ଉତ୍ତରରେ ଭୁଟାନ ଏବଂ ଦକ୍ଷିଣରେ ବାଂଲାଦେଶ ଅବସ୍ଥିତ। ଏହି କାରଣରୁ, ଏହି ତିନୋଟି ଦେଶ ଭାରତ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛନ୍ତି। ଚିକେନ୍ ନେକ ପ୍ରସଙ୍ଗରେ ବାଂଲାଦେଶ ଭାରତକୁ ବ୍ଲାକମେଲ୍ କରିବାକୁ ଚେଷ୍ଟା କରୁଛି। ମହମ୍ମଦ ୟୁନୁସଙ୍କ ଏହି ବକ୍ତବ୍ୟ ସ୍ପଷ୍ଟ କରୁଛି ଯେ ଶେଖ ହାସିନାଙ୍କ ସରକାରର ପତନ ପଛରେ କ’ଣ ଷଡ଼ଯନ୍ତ୍ର ହୋଇପାରେ। ଏହି ଅଞ୍ଚଳ ଦ୍ୱାରା ଭାରତର ଆଠଟି ରାଜ୍ୟ, ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ ଏବଂ ତ୍ରିପୁରା ଭାରତର ମୁଖ୍ୟଭୂମି ସହିତ ସଂଯୋଗରେ ରହିପାରିଛନ୍ତି। ତେଣୁ ଭାରତର କ୍ଷେତ୍ରୀୟ ଅଖଣ୍ଡତା ବଜାୟ ରଖିବା ପାଇଁ ଏହି କରିଡର ଅତ୍ୟନ୍ତ ଗୁରୁତ୍ୱ ବହନ କରିଥାଏ।

ଏହି ଅଞ୍ଚଳକୁ ନେଇ ହେଉଥିବା ଯେକୌଣସି ଚୁକ୍ତି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଭାରତରୁ ଅଲଗା କରିପାରେ। ଏଣୁ ଚୀନ୍ କୁ ଖୁସି କରିବାକୁ ୟୁନୁସ ଦେଇଥିବା ବକ୍ତବ୍ୟ ପାଇଁ ଭାରତକୁ ସତର୍କ ହେବାକୁ ପଡିବ। ବିଶେଷକରି ଉତ୍ତରରେ ଚୀନ୍-ଭୁଟାନ ସୀମା ଏବଂ ଦକ୍ଷିଣରେ ବାଂଲାଦେଶ ନିକଟରେ ଥିବାରୁ, ଭାରତକୁ ଏ ଅଞ୍ଚଳରେ କଡା ନଜର ରଖିବାକୁ ପଡିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.