ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

China: ସମ୍ପର୍କ ବଢାଇବାକୁ ସି ଜିଙ୍ଗପିଙ୍ଗ ବଢାଇଲେ ହାତ; କହିଲେ ସାଥି ହୋଇ ନାଚିବେ ଡ୍ରାଗନ ଓ ହାତୀ

Published By : Bijay Swain | April 1, 2025 7:12 PM

ନୂଆଦିଲ୍ଲୀ: ଚାଇନା ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ଭାରତ ସହ ଦ୍ୱିପାକ୍ଷିକ ସମ୍ୱଦ୍ଧକୁ ନେଇ ମଙ୍ଗଳବାର ଘୋଷଣା କରିଛନ୍ତି। ସେ ଉଦାହରଣ ଦେଇ କହିଛନ୍ତି ଯେ ଆଗକୁ ଡ୍ରାଗନ-ହାତୀ ସାଥି ହୋଇ ନାଚିବାକୁ ଯାଉଛନ୍ତି। ବିଗତ ଚାରି ବର୍ଷରୁ ଅଧିକ ସମୟ ପରେ ସି ଜିଙ୍ଗ ପିଙ୍ଗ ଉଭୟ ଦେଶର ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି। ୨୦୨୦ ମସିହାରେ ପୂର୍ବ ଲଦାଖରେ ଦୁଇ ଦେଶ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଉଭୟ ଦେଶର ସମ୍ପର୍କରେ ତିକ୍ତତା ଆସିଥିଲା। 

ସୂଚନା ମୁତାବକ, ଦୁଇଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ଅଭିନନ୍ଦନ ବାର୍ତ୍ତା ଜାରି କରିଥିଲେ। ଏହାର ଉତ୍ତରରେ ସି ଜିଙ୍ଗ ପିଙ୍ଗ ଭାରତ ଓ ଚାଇନାର ଦ୍ୱିପାକ୍ଷିକ ସମ୍ପର୍କ ବିକାଶ ଦ୍ୱାରା ପାରସ୍ପରିକ ସଫଳତାର ଅଂଶୀଦାର ହେବା ଦୁଇ ଦେଶ ପାଇଁ ସଠିକ ପସନ୍ଦ ବୋଲି କହିଥିଲେ। ଏନେଇ ଚାଇନାର ସରକାରୀ ଗଣମାଧ୍ୟମ  ସିହ୍ୱାନ ଖବର ସରବରାହ ସଂସ୍ଥା ଏକ ରିପୋର୍ଟ ପ୍ରକାଶ କରିଛି। 

ସି ଜିଙ୍ଗ ପିଙ୍ଗ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନାର ପ୍ରଧାନମନ୍ତ୍ରୀ ଲି କ୍ୱିଆଙ୍ଗ ମଧ୍ୟ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ପରିପ୍ରକ୍ଷିରେ ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ ବେଜିଂରେ ଏକ ସାମ୍ୱାଦିକ ସମ୍ମିଳନିରେ ଯୋଗ ଦେଇଥିଲେ। “ଆଜି ଭାରତ ଓ ଚାଇନାର ଦ୍ୱିପାକ୍ଷିକ ସମ୍ପର୍କକୁ ୭୫ ବର୍ଷ ପୁରିଛି” ବୋଲି ଗୁଓ କହିଥିଲେ। 

ଗତ ଫେବ୍ରୁଆରୀରେ ଚୀନ ଘୋଷଣା କରିଥିଲା ଯେ ପୂର୍ବ ଲଦାଖରେ ଚାଲିଥିବା ସୀମା ବିବାଦ ସମାଧାନ ପାଇଁ ଭାରତ ସହ ମିଳିତ ଭାବେ କାର୍ଯ୍ୟ କରିବ। ୨୦୨୦ରେ ଗାଲୱାନ ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ, ଗତ ଅକ୍ଟୋବରରେ ଭାରତ ଓ ଚୀନ ଡେମଚୋକ ଏବଂ ଡେପସାଙ୍ଗରେ ସୈନ୍ୟ ପ୍ରତ୍ୟାହାର ଉପରେ ଏକମତ ହୋଇଥିଲେ।  

ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବା ପାଇଁ ଗତ ଅକ୍ଟୋବରରେ ରୁଷର କଜାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ମିଳିତ ହୋଇ ବିଭିନ୍ନ ଆଲୋଚନା କରିଥିଲେ। ଏହା ବିଗତ ପାଞ୍ଚ ବର୍ଷ ମଧ୍ୟରେ ଉଭୟ ନେତାଙ୍କ ପ୍ରଥମ ବୈଠକ। ଡିସେମ୍ବରରେ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଏବଂ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇ ବେଜିଂରେ ୨୩ତମ ସ୍ୱତନ୍ତ୍ର ପ୍ରତିନିଧି ସଂଳାପରେ ମଧ୍ୟ କଥା ହୋଇଥିଲେ।  

ଫେବ୍ରୁଆରୀ ୨୧ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ହୋଇଥିବା ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ୱାଙ୍ଗ ଇ ମଧ୍ୟ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବୈଶ୍ୱିକ ସମସ୍ୟା ଓ ମିଳିତ ସହଯୋଗ ଉପରେ ଦୁଇ ଦେଶ ଗୁରୁତ୍ୱ ଦେଇଥିଲେ। ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ଯେ ଡି-ଏସ୍କାଲେସନ ଯୋଜନା ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ଆଗେଇ ଚାଲିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.