ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଏବେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ପାଳି, ଏହି ମାମଲାରେ ପଚରାଉଚରା ପାଇଁ ସମନ ଜାରି କଲା ED...

Published By : Prameya | February 12, 2024 8:47 PM

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍‌ସ ନେତା ଫାରୁକ୍ ଅବଦୁଲ୍ଲାଙ୍କୁ ସମନ ଜାରି କରିଛି ଇଡି (ED) । ଜାମ୍ମୁ କାଶ୍ମୀର କ୍ରିକେଟ୍ ଆସୋସିଏସନ୍ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଇଡି ତାଙ୍କୁ ଏହି ସମନ ଜାରି କରିଛି । 

ମଙ୍ଗଳବାର (ଫେବୃଆରୀ ୧୩) ପଚରାଉଚରା ପାଇଁ ଅନୁସନ୍ଧାନକାରୀ ଏଜେନ୍ସି ସମ୍ମୁଖରେ ତାଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି । ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ, 2002 (PMLA) ଅନୁଯାୟୀ ତାଙ୍କୁ ଡକାଯାଇଛି । ୨୦୨୨ ମସିହାରେ ଇଡି ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା । 

ଚାର୍ଜସିଟରେ କୁହାଯାଇଛି ଯେ ଅଧ୍ୟକ୍ଷ ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଫାରୁକ୍ ଅବଦୁଲ୍ଲା ଜାମ୍ମୁ କାଶ୍ମୀର କ୍ରିକେଟ୍ ଆସୋସିଏସନର ଅଧିକାରୀ ତଥା ଅନ୍ୟ ଲୋକଙ୍କ ପାଇଁ ପ୍ରାପ୍ତ ଅର୍ଥକୁ ଖେଳର ବିକାଶ ନାମରେ ବିନିଯୋଗ କରିଥିଲେ ଏବଂ ଏହାକୁ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରିଥିଲେ । ଏହି ପାଣ୍ଠି ଅନେକ ଘରୋଇ ବ୍ୟାଙ୍କ ଆକାଉଣ୍ଟ ଏବଂ ଘନିଷ୍ଠ ସମ୍ପର୍କୀୟଙ୍କୁ ପଠାଯାଇଥିଲା । ପରେ ପାଣ୍ଠିକୁ ନିଜ ମଧ୍ୟରେ ବାଣ୍ଟି ଦିଆଯାଇଥିଲା । 

ଇଡି ୨୦୧୮ ରେ, ସିବିଆଇ ଚାର୍ଜସିଟ୍ ଆଧାରରେ ଏହି ମାମଲାରେ PMLA ର ଅନୁସନ୍ଧାନ ଆରମ୍ଭ କରିଥିଲା । ବିସିସିଆଇ ଦ୍ୱାରା ଆସୋସିଏସନକୁ ୧୧୨ କୋଟି ଟଙ୍କା ଦିଆଯାଇଥିଲା । ଏଥିରୁ ୪୩.୬ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ୨୦୦୧ ରୁ ୨୦୧୨ ମଧ୍ୟରେ ଫାରୁକ୍ ଅବଦୁଲ୍ଲା ଜାମ୍ମୁ କାଶ୍ମୀର କ୍ରିକେଟ୍ ଆସୋସିଏସନର ସଭାପତି ଥିବାବେଳେ ଏହି ଦୁର୍ନୀତି ଘଟିଥିଲା । ଲୋକସଭାରେ ଶ୍ରୀନଗରର ପ୍ରତିନିଧିତ୍ୱ କରୁଥିବା ୮୬ ବର୍ଷୀୟ ଫାରୁକ୍ ଅବଦୁଲ୍ଲାଙ୍କୁ ମଧ୍ୟ ଗତ ମାସରେ ତଦନ୍ତକାରୀ ସଂସ୍ଥା ଡକାଇଥିଲା । ସେତେବେଳେ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଶ୍ରୀନଗରର ଇଡି କାର୍ଯ୍ୟାଳୟରେ ଯୋଗ ଦେଇନଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.