ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ରହସ୍ୟମୟ ପାହାଡ଼; ଥରେ ଗଲେ ଆଉ ଫେରନ୍ତିନି କେହି, ନିଖୋଜ ହେଲାଣି ୧୦୦ରୁ ଉର୍ଦ୍ଧ୍ୱ ଜଳଜାହାଜ-ବିମାନ

ନୂଆଦିଲ୍ଲୀ, ୨୬।୭: ବିଶ୍ୱ ଏଭଳି ଅନେକ ରହସ୍ୟମୟୀ ସ୍ଥାନ ରହିଛି । ଯାହାର ରହସ୍ୟ ବିଷୟରେ ଜାଣିବା ମଣିଷ ପକ୍ଷେ ଅସମ୍ଭବପର । କିଛି ଏଭଳି ସ୍ଥାନ ମଧ୍ୟ ରହିଛି ଯେଉଁଠାକୁ ମଣିଷ ଯିବା ମନା । କିଛି ସ୍ଥାନ ଯାହା ମୃତ୍ୟୁକୁ କରେ ଆମନ୍ତ୍ରଣ । ସେହିପରି ଏକ ସ୍ଥାନ ରହିଛି ଯାହାକୁ କୁହାଯାଏ ମୃତ୍ୟୁର ବାଟ । ଏଠାକୁ ଯିବା ବାଟ ତ ଥାଏ କିନ୍ତୁ, ଆସିବା ବାଟ ବନ୍ଦ ହୋଇଯାଏ । କାରଣ ଏଠାକୁ ଆଜି ପର୍ଯ୍ୟନ୍ତ ଯିଏ ବି ଯାଇଛନ୍ତି, ସିଏ ଆଉ କେବେ ହେଲେ ଫେରିନାହାନ୍ତି । ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ରହିଛି ଏହି ରହସ୍ୟମୟ ସ୍ଥାନ । ଯାହାକୁ ନେଇ ହଜାର ହଜାର ବର୍ଷ ହେବ ଅନେକ ରାଷ୍ଟ୍ରର ବିଶେଷଜ୍ଞମାନେ ଅନୁସନ୍ଧାନ କରିଆସୁଛନ୍ତି । ଏହା ଗଭୀର ନୀଳ ସମୁଦ୍ରରେ ଥିବା ଏକ ଏଭଳି ସ୍ଥାନ, ଯାହା ମଧ୍ୟରେ ନିଖୋଜ ହୋଇଯାଇଛନ୍ତି ୧୦୦ରୁ ଅଧିକ ଜଳଜାହାଜ ଓ ବିମାନ । ଆଉ ନିଖୋଜ ହୋଇଥିବା ସେହି ଜଳଜାହାଜ ଓ ବିମାନ କେଉଁଆଡ଼େ ଗଲା ଆଜି ଯାଏ ତା’ର ପତ୍ତା ମିଳିନ ।

ତେବେ ବର୍ମୁଡା ଟ୍ରାଙ୍ଗେଲକୁ ନେଇ ଆମେରିକାର ଏକ ମିନେରାଲ ଏକ୍ସପର୍ଟ ଟିମ୍ ନୂଆ ତଥ୍ୟ ପ୍ରକାଶ କରିଛନ୍ତି । ଟିମ୍‌ର ମୁଖ୍ୟ ହୁଚିଙ୍ଗସଙ୍କ ଅନୁସାରେ, ସେମାନଙ୍କୁ ଏହି ଟ୍ରାଙ୍ଗେଲ ପାଖରୁ ଏକ କଳା ପଥର ଖଣ୍ଡ ମିଳିଛି । ଯାହାକୁ ସେମାନେ କମ୍ପାସ୍ ସହ ତୁଳନା କରିଛନ୍ତି । ପରୀକ୍ଷଣରେ ସେହି ପଥର ଖଣ୍ଡକୁ ଏକ ସମତଳ ପୃଷ୍ଠରେ ରଖାଯାଇଥିଲା ଏବଂ ପାଖରେ ଏକ କମ୍ପାସ୍ ରଖାଗଲା । ଦେଖାଯାଇଥିଲା ଯେ, କମ୍ପାସ୍‌ର କଣ୍ଟା ଖୁବ୍ ଦ୍ରୁତ ଗତିରେ ଘୂର୍ଣ୍ଣନ କରୁଛି । ଏଥିରୁ ଜଣାପଡ଼ିଥିଲା ଯେ, ପଥରରେ ମ୍ୟାଗ୍ନେଟାଇଟର ଅଂଶ ରହିଛି । ଅର୍ଥାତ୍, ଏହି ସ୍ଥାନର ସମୁଦ୍ର ଭିତରେ ରହିଛି ବୃହତ୍ତ ଚୁମ୍ୱକ ପାହାଡ଼ । ଯେଉଁ କାରଣରୁ ହୁଏତ ଜାହାଜ ଓ ବିମାନ ନିଖୋଜ ହୋଇଯାଉଛନ୍ତି ବୋଲି ହୁଚିଙ୍ଗସ କହିଛନ୍ତି । 

ଉତ୍ତର ଆମେରିକା ମହାଦେଶ ନିକଟସ୍ଥ ଆଟଲାଣ୍ଟିକ୍ ମହାସାଗର ମଧ୍ୟରେ ରହିଛି ବର୍ମୁଡା ଟ୍ରାଙ୍ଗେଲ ଅଞ୍ଚଳ । ଖ୍ରୀଷ୍ଟୋଫର୍ କଲୋମ୍ୱସ୍ ପ୍ରଥମେ ଏହି ସ୍ଥାନ ବିଷୟରେ ସୂଚନା ଦେଇଥିଲେ । ବର୍ମୁଡା, ଆମେରିକାର ଫ୍ଲୋରିଡା ଏବଂ ପୋର୍ଟାରିକା ଦ୍ୱୀପ ମଧ୍ୟରେ ଏହି ସ୍ଥାନ ରହିଛି । ଏକ ରିପୋର୍ଟ ଅନୁଯାୟୀ, ଗତ ୧୦୦ ବର୍ଷ ମଧ୍ୟରେ ଏହି ଅଞ୍ଚଳର ପ୍ରାୟ ୭୫ଟି ବିମାନ ଏବଂ ୧୦୦ରୁ ଅଧିକ ଛୋଟ-ବଡ଼ ଜାହାଜ ନିଖୋଜ ହୋଇଯାଇଛି । ଯାହାର ପତ୍ତା ଆଜି ଯାଏ ମିଳିନାହିଁ । କେବଳ ସେତିକି ନୁହେଁ, ଏପରିକି ଏହି ସ୍ଥାନକୁ ରିସର୍ଚ୍ଚ କରିବାକୁ ଯାଉଥିବା ବୈଜ୍ଞାନିକ ମଧ୍ୟ ଏ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ତେବେ ଏହି ବର୍ମୁଡା ଟ୍ରାଙ୍ଗେଲଠାରେ ଥିବା ପାହାଡ଼ରେ ବାସ୍ତବରେ ଚୁମ୍ୱକୀୟ ଶକ୍ତି ଅଛି କି ନାହିଁ, ତାହା ଆଜି ବି ରହସ୍ୟ ଘେରରେ ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.