ପ୍ରମୂଖ ଖବର
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

୭୫ ଘଣ୍ଟା ଭିଡିଓ ଗେମ୍ ଖେଳି ବିଶ୍ୱ ରେକର୍ଡ, ଖେଳିଛନ୍ତି ୫୦୦ ମ୍ୟାଚ୍

ନୂଆଦିଲ୍ଲୀ, ୨୬।୭: ପିଲାଙ୍କଠୁ ନେଇ ଯୁବପିଢ଼ି ସମସ୍ତେ ଭିଡିଓ ଗେମ୍ ଖେଳିବାକୁ ପସନ୍ଦ କରନ୍ତି । ନିଜ ସୁବିଧା ମୁତାବକ କିଏ ଘଣ୍ଟେ କିମ୍ୱା ୨ ଘଣ୍ଟା ଖେଳିଥାନ୍ତି ଭିଡିଓ ଗେମ୍ । ନିକଟରେ ନାଇଜେରିଆର ଓସାଇଡ୍ ଓଲୁଓଲେ ନାମକ ଜଣେ ୨୪ ବର୍ଷୀୟ ଯୁବକ ଲଗାତାର ୨୪ ଗଣ୍ଟା ଧରି ଭିଡିଓ ଗେମ୍ ଖେଳି ବିଶ୍ୱ ରେକର୍ଡ କରିଛନ୍ତି । ଓସାଇଡ୍ କାର୍ ଡିଲର୍ ଭାବେ କାମ କରନ୍ତି । ଏହା ପୂର୍ବରୁ ଏହି ରେକର୍ଡ ଡେଭିଡ୍ ହ୍ୱାଇଟ୍‌ପୁଟ୍‌ଙ୍କ ନାମରେ ଥିଲା । ସେ ୨୦୨୨ ମସିହାରେ ଲଗାତାର ୫୦ ଘଣ୍ଟା ଧରି ଭିଡିଓ ଗେମ୍ ଖେଳି ଏହି ରେକର୍ଡ କରିଥିଲେ । 

ତେବେ ଓସାଇଡ୍ ସ୍ଥାନୀୟ ଏକ ହସ୍ପିଟାଲ ପାଇଁ ପାଣ୍ଠି ସଂଗ୍ରହ କରିବା ଉଦ୍ଦେଶ୍ୟରେ ଏହି ରେକର୍ଡ କରିବାକୁ ପ୍ରୟାସ ଚଳାଇଥିଲେ । ତାଙ୍କ ପୂର୍ବରୁ ଭିଡିଓ ଗେମ୍‌ରେ ରେକର୍ଡ କରିଥିବା ଲୋକେ ଫିଫା କିମ୍ୱା ପ୍ରୋ ଇଭୋଲ୍ୟୁସନ୍ ସକର୍ ଗେମ୍ ଖେଳି ରେକର୍ଡ କରିଥିଲେ । ଓସାଇଡ୍ ନିଜ ଆଇଫୋନ୍‌ରେ ଡ୍ରିମ୍ ଲିଗ୍ ସକ୍କର ୨୦୨୩ ଗେମ୍ ଖେଳିଥିଲେ । ସେ ଏହାକୁ ଟିଭି ସହିତ ସଂଯୋଗ କରିଥିଲେ । ୨୦୧୬ ମସିହାରେ ସେ ଏହି ସିମ୍‌କୁ ଡାଉନଲୋଡ୍ କରିଥିଲେ । ସେବେଠାରୁ ସେ ଏହାକୁ ଖେଳି ଆସୁଥିଲେ । ରେକର୍ଡ କରିବା ପାଇଁ ଅଭ୍ୟାସ କରୁଥିବା ସମୟରେ ସେ ପାଖାପାଖି ୫୦୦ ମ୍ୟାଚ୍ ଖେଳିଥିଲେ । ସେହିପରି ରେକର୍ଡର ନିୟମ ଅନୁଯାୟୀ, ଭିଡିଓ ଗେମ୍ ଖେଳିବା ସମୟରେ ତାଙ୍କୁ ପ୍ରତି ଘଣ୍ଟାଏରେ ୫ ମିନିଟ୍ ବିରତି ଦିଆଯାଉଥିଲା । ସେହି ସମୟକୁ ସେ ଭୋଜନ କରିବା, ଶୌଚାଳୟ ଯିବା ଆଦି କାର୍ଯ୍ୟରେ ଉପଯୋଗ କରୁଥିଲେ । ତାଙ୍କ କହିବାନୁଯାୟୀ, ସେ ମାତ୍ର କିଛି ସମୟର ବିରତି ନେଇ ଅବିରତ ୭୫ ଘଣ୍ଟା ଗେମ୍ ଖେଳିବାର ଆନନ୍ଦ ନେଇଥିଲେ । ତେବେ ଏହି ରେକର୍ଡ କରିବା ଏତେ ସହଜ ନଥିଲା ବୋଲି ଓସାଇଡ୍ କହିଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.