ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

କେଜ୍ରିୱାଲଙ୍କୁ ମିଳିଲା ମମତା ବାନାର୍ଜୀଙ୍କ ସହଯୋଗ , ଘରକୁ ଯାଇ ପତ୍ନୀ ସୁନିତାଙ୍କୁ ଭେଟିଲେ

ନୂଆଦିଲ୍ଲୀ – ସହଯୋଗର ହାତ ବଢାଇଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ। ମଦ ଦୁର୍ନୀତି ମାମଲାରେ ଜେଲ୍‌ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସାହାଯ୍ୟର ହାତ ବଢାଇଲେ ମମତା ବାନାର୍ଜୀ। ଶୁକ୍ରବାର ସେ କେଜ୍ରିୱାଲଙ୍କୁ ନିବାସକୁ ଯାଇ ତାଙ୍କର ପତ୍ନୀ ସୁନିତାଙ୍କୁ ଭେଟିଛନ୍ତି। ଏହି ପ୍ରଥମ ଥର ଦେଖିବାକୁ ମିଳିଛି କି , ଯେବେ ଅରବିନ୍ଦ କେଜ୍ରିୱାଲଙ୍କର ଗିରଫଦାରୀ ପରେ ମମତା ବାନାର୍ଜୀ ତାଙ୍କ ଘରକୁ ଯାଇଛନ୍ତି। 

ଆମ୍ ଆଦମୀ ପାର୍ଟିର ପ୍ରମୁଖ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲା ସହ ଜଡ଼଼ିତ ମନି ଲଣ୍ଡରିଂ କେସ୍‌ରେ ୨୧ ମାର୍ଚ୍ଚରେ ଗିରଫ କରାଯାଇ ଥିଲା। ସେ ସେବେ ଠାରୁ ( ୨୧ ଦିନର ଅନ୍ତରୀଣ ଜାମିନକୁ ଛାଡ଼ି) ଜେଲ୍‌ରେ ଅଛନ୍ତି। ହେଲେ ଇଡି କେସ୍‌ରେ ତାଙ୍କୁ ସୁପ୍ରିମକୋର୍ଟରୁ ପୁଣି ଥରେ ଜାମିନ ମିଳି ସାରିଛି, କିନ୍ତୁ ସିବିଆଇ କେସ୍‌ରେ ଗିରଫାଦାରୀ କାରଣରୁ ଜେଲରୁ ବାହାରି ପାରି ନାହାନ୍ତି। 

ଉଲ୍ଲେଖନୀୟ ଯେ, କେଜ୍ରିୱାଲ ଓ ମମତା ବାନାର୍ଜୀଙ୍କ ମଧ୍ୟରେ ଭଲ ତାଳମେଳ ରହିଛି। ଉଭୟ ଦଳ କେନ୍ଦ୍ରର ମୋଦି ସରକାର ବିରୋଧରେ ଏକା ସାଥିରେ ମିଶି ମାମଲାର ଖୁଲାସା କରୁଛନ୍ତି। ଉଭୟ ସମୟାନୁସାରେ ପରସ୍ପର ପାଇଁ ଖୁଲମଖୁଲା ସମର୍ଥନ କରିଥାନ୍ତି ତ ଅନେକ ଥର ମଞ୍ଚ ମଧ୍ୟ ସେୟାର କରି ସାରିଛନ୍ତି। ନିର୍ବାଚନ ବେଳେ ଉଭୟ ଦଳ ପରସ୍ପର ପାଇଁ ଭୋଟିଂର ଅପିଲ୍‌ ମଧ୍ୟ କରିଛନ୍ତି। 

କହି ରଖୁଛୁ କି , ମମତା ବାନାର୍ଜୀ ନୀତି ଆୟୋଗର ବୈଠକରେ ଭାଗ ନେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଆଉ ଏହି ମଧ୍ୟରେ ସମୟ ବାହାର କରି ସେ କେଜ୍ରିୱାଲଙ୍କ ଘରକୁ ଯାଇଛନ୍ତି। 

ମମତା ବାନାର୍ଜୀ ଯେତବେଳେ କେଜ୍ରିୱାଲଙ୍କ ନିବାସରେ ପହଞ୍ଚିଲେ , ତାଙ୍କୁ ସ୍ୱାଗତ କରିବାକୁ ଘର ବାହାରେ ଅପେକ୍ଷା କରିଥିଲେ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ।ସେ ଫୁଲ ତୋଡ଼ା ଦେଇ ମମତାକୁ ସ୍ୱାଗତ ଜଣାଇ ଥିଲେ। ଉଭୟ ପରସ୍ପରକୁ ଆଲିଙ୍ଗନ କରିଥିଲେ ଏବଂ ପୁଣି ଅନେକ ସମୟ ଯାଏ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। କେଜ୍ରିୱାଲଙ୍କ ମାତାପିତାଙ୍କ ସହ ମଧ୍ୟ ମମତା ବାନାର୍ଜୀ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ  ସିଏମ୍‌ଙ୍କ ନିବାସରେ ରାଜ୍ୟସଭା ସାଂସଦ ରାଘବ ଚଢା ମଧ୍ୟ ଉପସ୍ଥିତ ରହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.