ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

କର୍ଣ୍ଣାଟକର ରାମନଗର ଜିଲ୍ଲାର ନାମ ପରିବର୍ତ୍ତନ କରି ବେଙ୍ଗାଲୁରୁ ଦକ୍ଷିଣ କଲେ ସିଦ୍ଧରମୈୟା ସରକାର, ବିଜେପି କହିଲା ରାମଙ୍କ ପ୍ରତି ରହିଛି କଂଗ୍ରେସର ଆଲର୍ଜି...

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାର ଆଜି (ଶୁକ୍ରବାରରାମନଗର ଜିଲ୍ଲାର ନାମକୁ ପରିବର୍ତ୍ତନ କରି ବେଙ୍ଗାଲୁରୁ ଦକ୍ଷିଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଆଇନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ୍.କେ ପାଟିଲ କହିଛନ୍ତି ଯେ, 'ଆମେ ରାମନଗର ଜିଲ୍ଲାର ନାମ ବେଙ୍ଗାଲୁରୁ ଦକ୍ଷିଣରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛୁ।

ସେ କହିଛନ୍ତି କି,'ନାମ ପରିବର୍ତ୍ତନ କରିବାର ନିଷ୍ପତ୍ତି ସେଠାକାର ଲୋକଙ୍କ ଚାହିଦା ଅନୁଯାୟୀ ହୋଇଛି । ରାଜସ୍ୱ ବିଭାଗ ଏହି ପ୍ରକ୍ରିୟା ଆରମ୍ଭ କରିବ । କ୍ୟାବିନେଟ ବୈଠକ ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, କେବଳ ଜିଲ୍ଲାର ନାମ ବଦଳିବବାକି ସବୁ ସମାନ ରହିବ ।

ରାମନଗର ଜିଲ୍ଲାର ନାମ ପରିବର୍ତ୍ତନ କରି ବେଙ୍ଗାଲୁରୁ ଦକ୍ଷିଣ କରିବାକୁ ପ୍ରସ୍ତାବ ସେତେବେଳେ ଆସିଥିଲା, ଯେତେବେଳେ କି ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ପ୍ରସଙ୍ଗ ଉଠାଇ ଏକ ସ୍ମାରକପତ୍ର ଦାଖଲ କରିଥିଲେ । ରାମନଗର ଜିଲ୍ଲାରେ ରାମନଗରଡିକନକପୁରାଚନ୍ନାପାଟଣା ଏବଂ ହାରୋହଲ୍ଲୀ ତାଲୁକ ସାମିଲ ରହିଛି । 

ତେବେ କର୍ଣ୍ଣାଟକ ସରକାରଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରହଲ୍ଲାଦ ଯୋଶୀ  ନ୍ୟୁଜ୍ ଏଜେନ୍ସି ANI ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ରାମନଗର ଜିଲ୍ଲାର ନାମ ପରିବର୍ତ୍ତନ କରିବାର ଏହି ନିଷ୍ପତ୍ତି ରାମ ଏବଂ ରାମ ମନ୍ଦିର ପ୍ରତି ତାଙ୍କର ଆଲର୍ଜି ଦର୍ଶାଉଛି । 

କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରହଲଦ ଯୋଶୀ ଆହୁରି କହିଛନ୍ତି ଯେ ଆମ ସରକାର ସମୟରେ ରାମ ମନ୍ଦିର ନିର୍ମାଣ ହେଉଥିଲେ ମଧ୍ୟ ସେମାନେ ତାହା କରୁଥିଲେ । ଆଜି ରାମନଗର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇ କଂଗ୍ରେସ ପାର୍ଟି ଏବଂ କଂଗ୍ରେସ ସରକାର ପ୍ରମାଣ କରିଛନ୍ତି ଯେ ସେମାନେ ରାମଙ୍କ ବିରୋଧରେ ଅଛନ୍ତି ।ମୁଁ ତୁରନ୍ତ ସରକାରଙ୍କୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରୁଛି ନଚେତ୍ ବିଜେପି ଏହାକୁ ବିରୋଧ କରିବ ବୋଲି ସେ କହିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.