ପ୍ରମୂଖ ଖବର
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଘର ମାଲିକଙ୍କ ମୁଣ୍ଡରେ ଚଡ଼କ, ଏଥର ଘର ଭଡ଼ା ଆୟ ଉପରେ ଲାଗିବ ଟିକସ

ଭୁବନେଶ୍ୱର, ୨୬।୭: ଘରଭଡ଼ା ଦେଉଛନ୍ତି କି ? ଭଡ଼ାରେ ଘର ଦେଉଥିଲେ ଏହି ଖବର ଆପଣଙ୍କ ପାଇଁ । ଏବେ ଘର ମାଲିକଙ୍କ ମୁଣ୍ଡରେ ଚଡ଼କ । କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ରେ ଘର ମାଲିକଙ୍କୁ ଝଟକା । ଏବେ ଘର ଭଡ଼ା ଆୟ ଉପରେ ଲାଗିବ ଟିକସ । ଆଉ ମିଳିବନି ଟିକସ ରିଆତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ବଜେଟ୍ ଆଗତ କରିଛନ୍ତି । ତେବେ ଅର୍ଥମନ୍ତ୍ରୀ ବଜେଟ୍‌ରେ ଏମିତି କିଛି ପଦକ୍ଷେପ ଗ୍ରହଣ କରିଛନ୍ତି ଯାହା ଆଗାମୀ ଦିନରେ ଘର ମାଲିକମାନଙ୍କର ଆୟକର ଆକାରରେ ବଡ଼ ଝଟକା ଦେବ । ବିଶେଷ କରି ଆବାସିକ ଘରଭଡ଼ା ଦେଇଥିବା ମାଲିକମାନେ ଏଥିରେ ଝଟକା ପାଇବେ । ବଜେଟ୍‌ରେ ଭଡ଼ା ଆୟ ଉପରେ ନୂଆ ବ୍ୟବସ୍ଥା କରାଯାଇଛି । ଯଦି ଆପଣ ଜଣେ ଘର ମାଲିକ ଆଉ ସେଥିରୁ ଭଡ଼ା ବାବଦରେ କିଛି ଅର୍ଥ ଆୟ କରୁଛନ୍ତି, ତେବେ ଆପଣଙ୍କ ଆୟ ଏବେ ଆବାସିକ ଘରଭଡ଼ା ‘ଇନକମ୍ ଫ୍ରମ୍ ହାଉସ୍ ପ୍ରପର୍ଟି’ ଶ୍ରେଣୀଭୁକ୍ତ ହେବ । 

ବଜେଟ୍ ଦସ୍ତାବିଜ୍ ଅନୁଯାୟୀ, ଆବାସିକ ସମ୍ପତ୍ତି ଉପରେ ଆସୁଥିବା ଭଡ଼ା ଆୟକୁ ବର୍ତ୍ତମାନ ‘ଇନକମ୍ ଫ୍ରମ୍ ହାଉସ୍ ପ୍ରପର୍ଟି’ ବା ‘ଘର ସମ୍ପତ୍ତିରୁ ଆୟ’ ଭାବରେ ଦର୍ଶାଇବାକୁ ପଡ଼ିବ, ଯାହାକୁ ଏ ପର୍ଯ୍ୟନ୍ତ ବ୍ୟକ୍ତିଗତ ଟିକସଦାତାମାନେ ବ୍ୟବସାୟ ଆୟ ଭାବରେ ଦେଖାଇଆସୁଥିଲେ । ଏହାଦ୍ୱାରା ସେମାନଙ୍କୁ ଟିକସ ଛାଡ଼ର ଲାଭ ମିଳିଯାଉଥିବ । ଏଣିକି ଘର ମାଲିକମାନେ ଆବାସିକ ସମ୍ପତ୍ତିରୁ ହେଉଥିବା ଆୟକୁ ‘ଇନକମ୍ ଫ୍ରମ୍ ହାଉସ୍ ପ୍ରପର୍ଟି’ ଭାବେ ଦେଖାଇବେ । ଏହାଫଳରେ ଆୟକର ଘରମାଲିକମାନେ ପାଉଥିବା ରିଆତି ଆଉ ମିଳିବ ନାହିଁ । ଆୟକର ଅଧିନିୟମର ଧାରା ୨୮ରେ ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ଆବାସିକ ସମ୍ପତ୍ତି ଭଡ଼ାର ଆୟକୁ ଘର ସମ୍ପତ୍ତିରୁ ଆୟ ଶ୍ରେଣୀଭୁକ୍ତ କରାଯିବା ଉଚିତ୍ । ଏହି ସଂଶୋଧନ ୨୦୨୫ ଏପ୍ରିଲ୍ ପହିଲାରୁ କାର୍ଯ୍ୟକାରୀ ହେବ । ବାସ୍ତବରେ ଅନେକ ଜମି, ମାଲିକ ବ୍ୟବସାୟ ଏବଂ ବୃତ୍ତି ବର୍ଗରେ ଭଡ଼ା ଆୟ କରନ୍ତି, ଯେତେବେଳେ କି ଏହାକୁ ଘର ସମ୍ପତ୍ତି ବର୍ଗରେ ରଖାଯିବା ଉଚିତ୍ । 

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ କହିଛନ୍ତି ଯେ, ଆୟକର ଅଧିନିୟମରେ ଏକ ସଂଶୋଧନ କରାଯାଇଛି , ଯାହା ସ୍ପଷ୍ଟ କରେ ଯେ ଆବାସିକ ସମ୍ପତ୍ତିରୁ ଭଡ଼ା ଆୟ ବାଧ୍ୟତାମୂଳକ ଭାବରେ ଘର ସମ୍ପତ୍ତିରୁ ଆୟ ଭାବରେ ବର୍ଗୀକୃତ ହେବା ଉଚିତ୍, ବ୍ୟବସାୟ କିମ୍ୱା ବୃତ୍ତିରୁ ଲାଭ ନୁହେଁ । ଅଦ୍ୟାବଧି, ଜମି ମାଲିକ ଯେଉଁମାନେ ଭଡ଼ା ଆୟକୁ ବ୍ୟବସାୟ କିମ୍ୱା ବୃତ୍ତି ଭାବରେ ଦେଖାଉଥିଲେ, ସେମାନେ ଏଭଳି ଖର୍ଚ୍ଚ ଦେଖାଇ ଟିକସ ରିଆତି ନେଉଥିଲେ । ଏହା ସେମାନଙ୍କର ଟିକସଯୋଗ୍ୟ ଆୟ ହ୍ରାସ କରୁଥିଲା । ଉଦାହରଣସ୍ୱରୂପ, ରକ୍ଷଣାବେକ୍ଷଣ ଓ ମରାମତି ଭଳି କାର୍ଯ୍ୟ ସେମାନଙ୍କ ଉପରେ ଏକ ଅତିରିକ୍ତ ଭାର ପକାଉଛନ୍ତି । ଆୟକରରେ ଘର ମାଲିକ ଏହାର ଡିଡକସନ୍ ରିକ୍ଲେମ୍ ବା ରିଆତି ଦାବି କରି ରିଫଣ୍ଡ ନେଇଯାଉଥିଲେ । ଅର୍ଥମନ୍ତ୍ରୀଙ୍କ ହିସାବରେ ଏହା ଏକ ଭୁଲ୍ ରିଆତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.