ପ୍ରମୂଖ ଖବର
  • ଭଦ୍ରକରେ ମଧ୍ୟ ରାତ୍ରିରେ କରାଳ ରୂପ ଦେଖାଇଲା ‘ଦାନା’, ଭୟଭୀତ ଅବସ୍ଥାରେ ଲୋକେ
  • ||
  • ବାଲେଶ୍ୱରରେ ବାତ୍ୟାର ପ୍ରଭାବ, ଲ୍ୟାଣ୍ଡଫଲ୍‌ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ଲାଗି ରହିଛି ବର୍ଷା
  • ||
  • ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ପ୍ରବଳ ବର୍ଷା ଆଶଙ୍କା,୯ ଜିଲ୍ଲାରେ ରେଡ୍‌ ଆଲର୍ଟ, ୨୭ରୁ ପାଗ ଫିଟିବ
  • ||

ବାତ୍ୟା ପରିଚାଳନାରେ ଅବହେଳା ଯୋଗୁଁ ଦୁଇ ଅଧିକାରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡା,୨୫/୧୦ : ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ । ବାତ୍ୟା ପରିଚାଳନା ସମୟରେ ନିଜ କାର୍ଯ୍ୟରେ ଅବହେଳା ଯୋଗୁଁ ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦୁଇ ଅଧିକାରୀଙ୍କୁ ନିଲମ୍ୱନ କରିଛନ୍ତି ।

ଖବର ଅନୁସାରେ ବାତ୍ୟା ପରିଚାଳନାରେ ଅଧିକାରୀମାନେ ନିୟୋଜିତ ହୋଇଥିଲେ । ତେବେ ନିଜ କାର୍ଯ୍ୟରେ ଅବହେଳା ଯୋଗୁଁ ଆଳି ବ୍ଲକ୍ କାର୍ଯ୍ୟାଳୟର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ପ୍ରଧାନ ଏବଂ ଗରଦପୁର ବ୍ଲକ୍ କାର୍ଯ୍ୟାଳୟର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜସ୍ମିନ୍ ସୋରେନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି l ଦୁଇ ଅଧିକାରୀଙ୍କୁ ଜିଲ୍ଲାପାଳ ନିଲମ୍ୱନ କରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.