ଭୁବନେଶ୍ଵର, ୧୦/୦୧ : ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ପ୍ରଦର୍ଶନୀକୁ ୨ ରୁ ୩ ଦିନ ଯାଏଁ ବଢାଇବାକୁ ପ୍ରସ୍ତାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ସାଧାରଣ ଲୋକ ବିଶେଷ କରି ଯୁବ ବର୍ଗଙ୍କୁ ଦୃଷ୍ଟିରେ ରଖି ସେ ଏହି ଅପିଲ୍ କରିଛନ୍ତି।
ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଏହା ବହୁତ ଭଲ କାର୍ଯ୍ୟକ୍ରମ। ବହୁତ ସୁନ୍ଦର ଆୟୋଜନ କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ। ଏହି କାର୍ଯ୍ୟକ୍ରମକୁ ନେଇ ଲୋକଙ୍କ ମନରେ ବେଶ୍ ଉତ୍ସାହ ରହିଛି। ତେଣୁ ପ୍ରବାସୀ ଭାରତୀୟ ଦିବସ ସମିଳ୍ଳନୀର ପ୍ରଦର୍ଶନୀକୁ ଆଉ ୨ କିମ୍ବା ୩ ଦିନ ବଢ଼ାଯାଉ। ସାଧାରଣ ଲୋକ ବିଶେଷ କରି ଯୁବ ବର୍ଗଙ୍କୁ ଦୃଷ୍ଟିରେ ରଖି ସେ ରାଜ୍ୟ ସରକାରଙ୍କୁ ଅପିଲ୍ କରିଛନ୍ତି। ଏହି ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ସବୁକୁ ଗୋଟିଏ ବାସ୍କେଟ୍ରେ ବିଶ୍ଵ ଆଗରେ ରଖାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।